• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Koraput

Vigilance Raid
Vigilance Raid: ଚର୍ଚ୍ଚାରେ ପଛୁଆ ଜିଲ୍ଲାର କୁବେର ବାବୁ, ବାବୁଙ୍କ ଘରେ ଟଙ୍କାର ଭଣ୍ଡାର ଦେଖି ତାଜୁବ ହେଲା ଭିଜିଲାନ୍ସ

ଚର୍ଚ୍ଚାରେ ପଛୁଆ ଜିଲ୍ଲାର କୁବେର ବାବୁ । ମାଲକାନଗିରି ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜୟପୁର ବାସଭବନରୁ ପାଖାପାଖି ୨ କୋଟିର ନଗଦ ଟଙ୍କା ଦେଖି ଭିଜିଲାନ୍ସ ତାଜୁବ ହୋଇଛି ।

Strawberry
Strawberry Stall: ଷ୍ଟ୍ରବେରୀ ପ୍ରେମରେ କୋରାପୁଟିଆ ଚାଷୀ; ବିକ୍ରି ପାଇଁ ଖୋଲିଲା ଷ୍ଟଲ୍

ପ୍ରତି ୨ଶହ ଗ୍ରାମର ଷ୍ଟ୍ରବେରୀ ପ୍ୟାକେଟକୁ ୧୦୦ ଟଙ୍କା ମୂଲ୍ୟ ରଖାଯାଇଛି। ଆଉ ଦେଶୀ ଷ୍ଟ୍ରବେରୀ କିଣିବା ପାଇଁ ଲାଗିଛି ଭିଡ଼ । ଏହି ଷ୍ଟଲ ଆସନ୍ତା ୨ ମାସ ଧରି ଚାଲିବାକୁ ଥିବା ବେଳେ ଏଥିରୁ ଜେଲି ପ୍ରସ୍ତୁତ କରାଯାଇ ବିକ୍ରି କରିବା ଲକ୍ଷ୍ୟ ରଖାଯାଇଛି ।

Kolab
ସେଲ୍‌ଫି ନେବା ହେଲା କାଳ, ଓଲଟି ପଡ଼ିଲା ଡଙ୍ଗା

ଖୋଜ ଦୁଇ ନାବାଳକ ହେଲେ ଶିବ ହନ୍ତାଳ ଓ ଅମିତ ହନ୍ତାଳ। ନାବାଳକମାନେ ଡ୍ୟାମରେ ଗାଧୋଇସାରିବା ପରେ ଡଙ୍ଗାରେ ସେଲଫି ନେଉଥିଲେ। ତେବେ ହଠାତ ଡଙ୍ଗାଟି ବୁଡି ଯାଇଥିଲା। ନିଖୋଜ ନାବାଳକମାନେ ଜୋଲାପୁଟ ଉଚ୍ଚ ବିଦ୍ୟାଳୟର ଛାତ୍ର।

Water Supply Project
Water Supply Project: କେବେ ଦୂରହେବ ଉପାନ୍ତ ଅଞ୍ଚଳର ଜଳ କଷ୍ଟ; କୋରାପୁଟ ଏବଂ ମାଲକାନଗିରିରେ ଅଧାରେ ଅଟକିଛି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ

ଶୀତ ଲେଉଟିଗଲାଣି ଖରା ଆରମ୍ଭ ହୋଇଗଲାଣି । ଏହାସହ ଆରମ୍ଭ ହୋଇଗଲାଣି ପାଣି ଚିନ୍ତା । ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ହୋଇପାରୁନି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ।

ଟାର୍ଗେଟ୍‌ ଗଡ଼ୁଛି, ପ୍ରକଳ୍ପ ସରୁନି
Drinking Water Project: ସରୁନି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ, ଅଧାରେ ଅଟକିଛି ୧୦ରୁ ଅଧିକ ପ୍ରକଳ୍ପ

ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ମାରିଓ୍ୱାଡାର ମେଗା ପାନୀୟ ଜଳ ପ୍ରକଳ୍ପ । ୨୦୨୧ ଯାଇ ୨୦୨୩ ଅବଧିକୁ ୨ ବର୍ଷ ବିତିଲାଣି । ଟାର୍ଗେଟ୍ ପରେ ଟାର୍ଗେଟ୍ ଗଡୁଛି ହେଲେ କାମ ସେମିତି ଆଣ୍ଠେଇଛି ।

Death
Electric shock: ଠକିଦେଲେ ବାପାମା’; ଜଙ୍ଗଲରୁ ଫେରିଲେନି, ଅନାଥ ହୋଇଗଲା କୁନି ଝିଅ

ବାପାମା’ଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛି ୪ବର୍ଷର ଝିଅ। ବାପାମା’ଙ୍କୁ ମୃତଦେହ ପାଖରେ ମୁଣ୍ଡ ପିଟି କାନ୍ଦୁଛି। ବାପାମା’ ଫେରିଆସ, ମୋତେ କିଏ ଗେହ୍ଲା କରିବା ଓ ରୋଷେଇ କରି ଖାଇବ ଦେବ ବୋଲି କାନ୍ଦି କାନ୍ଦି କହିହେଉଛି ।

ମୋ ପେଟର ଛୁଆକୁ କାହିଁକି ମାରିଲ ?
Special Story: ଯୌତୁକ ପାଇଁ ଗର୍ଭବତୀ ବୋହୂକୁ ମାରିଦେଲେ !

ଝିଅଟିଏ ହୋଇ ଜନ୍ମ ନେଇ ମୁଁ କ’ଣ ଭୁଲ କଲି ? କୁହନ୍ତି ଦୁହିତା ଦୁଇ କୁଳକୁ ହିତା । ଆଉ ମୁଁ କେଉଁ କୁଳକୁ ହେଲି ନିଜେ ବି ଜାଣିନି । ଶାଶୁଘରୁ ସ୍ନେହ ଟିକିଏ ପାଇଲିନି... ସ୍ୱାମୀଙ୍କର ବି ନିଜର ହୋଇପାରିଲିନି ।

Accident In Odisha
Video: ଘାଟିରେ ୧୦ ଫୁଟ୍ ତଳକୁ ଖସିଲା ବସ୍, ଚାଲିଗଲା ୩ ଜୀବନ

କାନ୍ଦ ବୋବାଳିରେ ପାଲଟିଯାଇଛି କେଇ ଘଣ୍ଟା ତଳର ମଜା ମଉଜ...ଆଖି ପିଛୁଳାକେ ଖିନଭିନ ହୋଇଯାଇଛି ଖୁସିର ପୁଟୁଳି... ଭାଗ୍ୟକୁ ଯେତେ ଅଣ୍ଡାଳିଲେ ବି, ସାଉଁଟିବାକୁ ଆଉ କିଛି ବି ନାହିଁ...

Accident In Odisha
Accident In Odisha: ମିଳେଇଗଲା ନୂଆବର୍ଷ ଖୁସି; ଘାଟିରେ ୧୦ ଫୁଟ୍ ତଳକୁ ଖସିଲା ବସ୍, ଚାଲିଗଲା ୩ ଜୀବନ,୨୫ ଆହତ...

କାନ୍ଦ ବୋବାଳିରେ ପାଲଟିଯାଇଛି କେଇ ଘଣ୍ଟା ତଳର ମଜା ମଉଜ...ଆଖି ପିଛୁଳାକେ ଖିନଭିନ ହୋଇଯାଇଛି ଖୁସିର ପୁଟୁଳି... ଭାଗ୍ୟକୁ ଯେତେ ଅଣ୍ଡାଳିଲେ ବି, ସାଉଁଟିବାକୁ ଆଉ କିଛି ବି ନାହିଁ...

ଡକରିଘାଟିରେ ଓଲଟିଲା ବସ୍
Bus Accident: ଘାଟିରେ ଓଲଟିଲା ବସ୍, ୪ ପର୍ଯ୍ୟଟକଙ୍କ ମୃତ୍ୟୁ, ୨୮ରୁ ଅଧିକ ଆହତ

ଏବେ ଯାଏଁ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ରୁ ଅଧିକ ଆହତ ହୋଇଛନ୍ତି। କୋରାପୁଟ ଡକରିଘାଟିରେ ଆଜି ସକାଳୁ ବସ୍ ଓଲଟିପଡ଼ିଥିଲା। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ପର୍ଯ୍ୟଟକଙ୍କ ମନ ମୋହୁଛି ରାଣୀ ଡୁଡୁମା
Rani Duduma of Koraput: ମନ ମୋହୁଛି ରାଣୀ ଡୁଡୁମା, ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ନନ୍ଦପୁର ମୁଖ୍ୟ ଛକ ଠାରୁ ତିନି କିଲୋମିଟର ଦୂରରେ ରହିଛି ସୁନ୍ଦର ଜଳ ପ୍ରପାତ ରାଣୀ ଡୁଡୁମା.... ପାହାଡ଼ ଉପରୁ ଝରି ପଡୁଛି ସ୍ୱଚ୍ଛ ଜଳ ରାଶି.... ଆଉ ଏହାର ମଜା ନେଉଛନ୍ତି ପର୍ଯ୍ୟଟକ...ଏହାକୁ ଦେଖିବାକୁ ରାଣୀ ଡୁଡୁମା ଜଳ ପ୍ରପାତରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼।

Dog Attack
Stray Dog Attack: ଘର ପାଖରେ ଖେଳୁଥିଲା କୁନି ଝିଅ; ଝୁଣି ମାରିଦେଲେ ବୁଲା କୁକୁର

ଚାନ୍ଦିନୀ ଫୁଫୁଗାଁରେ ଥିବା ମାମୁ ଘରେ ରହି ପାଠ ପଢ଼ୁଥିଲା । ଗତକାଲି ଦିନବେଳା ଘର ବାହାରେ ଥିବା ଏକ ଜମିରେ ଭାଇ ସହ ଖେଳୁଥିଲା। ଏହିସମୟରେ ୫ଟି ବୁଲା କୁକୁର ଚାନ୍ଦିନୀ ନିକଟକୁ ଆସିଥିଲେ। ଅଚାନକ ଭାବେ ଗୋଟିଏ ବୁଲା କୁକୁର ଚାନ୍ଦିନୀକୁ କାମୁଡିବା ସହ ଆକ୍ରମଣ କରିଥିଲା।

Strawberry
Special Story: ଷ୍ଟ୍ରବେରୀ ଚାଷ ପାଇଁ ମନବଳାଇଲେ କୋରାପୁଟିଆ ଚାଷୀ; ଜମିରେ ଫଳାଇବେ ବିଦେଶୀ ଫଳ

ଷ୍ଟ୍ରବେରୀ ଚାଷ ପାଇଁ କୋରାପୁଟିଆ ଚାଷୀ ମନ ବଳାଉଥିବାରୁ ସହାୟତା ପାଇଁ ଆଗେଇ ଆସିଛି ଜିଲ୍ଲା ଉଦ୍ୟାନ ବିଭାଗ । କୋଟିଆ ଅଞ୍ଚଳରେ ଷ୍ଟ୍ରବେରୀ ଚାଷର ସଫଳତା ପରେ ଏବେ ଜିଲ୍ଲାର ଅନ୍ୟ ଅଞ୍ଚଳରେ ଚାଷୀଙ୍କୁ ଷ୍ଟ୍ରବେରୀ ଚାଷ ପାଇଁ ଉତ୍ସାହିତ କରାଯାଉଛି ।

Captivating Beauty of Koraput
Captivating Beauty of Koraput:  ଶୀତୁଆ ସକାଳରେ ହସୁଛି ପାହାଡ଼; ମନରୋମ ଦୃଶ୍ୟକୁ ଉପଭୋଗ କରୁଛନ୍ତି ପ୍ରକୃତି ପ୍ରେମୀ

କାଶ୍ମୀରର ଭ୍ରମ ସୃଷ୍ଟି କରୁଛି କୋରାପୁଟ । ପହିଲି ଶୀତର ସ୍ପର୍ଶରେ ପ୍ରକୃତିର ସୌନ୍ଦର୍ଯ୍ୟ ଯେମିତି ଦ୍ୱିଗୁଣିତ କରିଦେଉଛି ।  ସୁନ୍ଦର ପାହାଡ ସାଙ୍ଗକୁ ସକାଳର ଘନ କୁହୁଡିର ଚାଦର କୋରାପୁଟର ସୌନ୍ଦର୍ଯ୍ୟକୁ ଯେମିତି ଆହୁରି ବଢ଼ାଇ ଦେଉଛି । 

Jalaput Cutoff Village
Video: ନା ବିକାଶର ସୂର୍ଯ୍ୟ ଉଇଁଛି ନା ସରକାରୀ ବାବୁଙ୍କ ପାଦ ପଡ଼ିଛି

ଚାରିଆଡ଼େ ସବୁଜିମାର ଆସର...ବିସ୍ତୀର୍ଣ୍ଣ ଜଳରାଶି ସାଙ୍ଗକୁ ମନମୋହୁଛି ବଣ ପାହାଡ଼ । କେଉଁଠି ପରିବା ବାଡ଼ି ତ ଆଉ କେଉଁଠି ମାଣ୍ଡିଆ ଚାଷ ମନମୋହୁଛି ।

Jalaput Cutoff Village
Ground Zero Reality: ନା ବିକାଶର ସୂର୍ଯ୍ୟ ଉଇଁଛି ନା ସରକାରୀ ବାବୁଙ୍କ ପାଦ ପଡ଼ିଛି, ଅନ୍ଧାରୀ ଜୀବନ ଜୀଉଁଛନ୍ତି ବିସ୍ଥାପିତ

ଚାରିଆଡ଼େ ସବୁଜିମାର ଆସର...ବିସ୍ତୀର୍ଣ୍ଣ ଜଳରାଶି ସାଙ୍ଗକୁ ମନମୋହୁଛି ବଣ ପାହାଡ଼ । କେଉଁଠି ପରିବା ବାଡ଼ି ତ ଆଉ କେଉଁଠି ମାଣ୍ଡିଆ ଚାଷ ମନମୋହୁଛି ।

Elderly Woman
ଭତ୍ତା ନବାକୁ ଆସି ଆଉ ଫେରିଲେନି ବୃଦ୍ଧା !

କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ଭତ୍ତା ପାଇଁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ପେନସନ ଟଙ୍କା ଉଠାଇବାକୁ ଆସି ଫେରିବା ବେଳେ ବାଟରେ ମୃତ୍ୟୁ ହୋଇଥିବା କହିଛନ୍ତି ମୃତକଙ୍କ ଭାଇ ।

Lathi Jatra
ନିଆରା ପରମ୍ପରା ଲାଠି ଯାତ୍ରା

ବଡ଼ ନିଆରା ଏ ପରମ୍ପରା... ଅଦ୍ଭୂତ ଏମାନଙ୍କ ନୀତିକାନ୍ତି । ଏଇ ଦେଖୁନାହାନ୍ତି ଏ ମହିଳାଙ୍କୁ... ଲୋକେ କହୁଛନ୍ତି ୟାଙ୍କ ଦେହରେ କୁଆଡେ ଠାକୁରାଣୀ ସବାର ହୋଇଛନ୍ତି... ଆଉ ଦେଖନ୍ତୁ ଏ ଲାଠିଯାତ୍ରାକୁ ।

Maa Kanta Baunsiani
ବାଉଁଶ ବଣର ରାଣୀ,ଭରସାର ପୀଠ ମା’ କଣ୍ଟାବାଉଁଶୁଣୀ

ଜନଜାତିଙ୍କ ଆସ୍ଥା ଓ ଭରସାର ପୀଠ ମା’ କଣ୍ଟାବାଉଁଶୁଣୀ । ଶହ ଶହ ବର୍ଷ ଧରି କଣ୍ଟା ବାଉଁଶ ବଣ ଭିତରେ ରହିଛନ୍ତି ମା’ । ନିଜେ କଣ୍ଟକିତ ବାଉଁଶ ଭିତରେ ରହି ଭକ୍ତଙ୍କ କଷ୍ଟକୁ ଲାଘବ କରନ୍ତି ମା’ କଣ୍ଟାବାଉଁଶୁଣୀ । ସେ ଦୁଃଖ ହାରିଣୀ, କୃପାମୟୀ ଓ ଭକ୍ତ ବତ୍ସଳ ।

Koraput
କୋରାପୁଟରେ କାଶ୍ମୀରର ଅନୁଭବ

ଆପଣ ଓଡ଼ିଶାରେ କାଶ୍ମୀର ଓ ମସୁରୀ ପରି ପରିବେସର ମଜା ନେବାକୁ ଚାହୁଁଛନ୍ତି କି? ତେବେ ଥରେ କୋରାପୁଟ ଯାଆନ୍ତୁ । ଥରେ ଦେଖନ୍ତୁ ବର୍ଷାଋତୁରେ କେମିତି ଦେଖାଯାଏ କୋରାପୁଟ ।

 Koraput's Medical College
ଅକ୍ସିଜେନ୍ ପ୍ଲାଣ୍ଟରେ ଚଢ଼େଇ ବସା

କେବେ କାର୍ଯ୍ୟକ୍ଷମ ହେବ ଅକ୍ସିଜେନ୍ ପ୍ଲାଣ୍ଟ ? ଗତ ଦୁଇ ବର୍ଷ ହେବ ରାଜ୍ୟ ସରକାରଙ୍କ ଭାଙ୍ଗୁନି ନିଦ । ରାଜ୍ୟରେ ବିଜେଡି ସରକାର ସମୟରେ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଦୁଇ ଦୁଇଟି ଅକ୍ସିଜେନ୍ ପ୍ଲାଣ୍ଟ ବନ୍ଦ ହୋଇଛି । ହେଲେ ନୂଆ କରି ଓଡ଼ିଶାରେ ବିଜେପି ସରକାର ଆସିଥିବାରୁ ଏହି ପ୍ଲାଣ୍ଟ ପୁଣି ଥରେ କାର୍ଯ୍ୟକ୍ଷମ ହେବ ବୋଲି ଅଶାକରିଛନ୍ତି ସ୍ଥାନୀୟ ଲୋକେ ।

Maa Nageshwari
ଗୁମ୍ଫାରେ ପୂଜା ପାଉଛନ୍ତି ମାଆ ନାଗେଶ୍ୱରୀ,ଏଠି ପୂରଣ ହୁଏ ଭକ୍ତର ସମସ୍ତ ମନସ୍କାମନା

ଆଦିବାସୀ ଲୋକଙ୍କ ପୂଜାପର୍ବ ବେଶ ନିଆରା । ନୂଆ ଢଙ୍ଗରେ ଆଉ ଭିନ୍ନ ଭିନ୍ନ ଉପାୟରେ ପାଳନ ହେଉଛି ଅନେକ ପର୍ବପର୍ବାଣୀ । କେଉଁଠି ଗୁମ୍ଫା ମଧ୍ୟରେ ନୃତ୍ୟ ପରିବେଷଣ କରି ପୂଜା କରାଯାଉଛି ତ ଆଉ କେଉଁଠି ଜେସିବିରେ ଚଢି ପୌରାଣିକ ଶୈଳୀରେ ପୂଜା କରାଯାଉଛି ।

Heritage temple
ମରାମତି ଆଳରେ ପୁରାତନ ମନ୍ଦିରରେ ସିମେଣ୍ଟ ପ୍ଲାଷ୍ଟର

ଗୋଟିଏ ପଟରେ ଏକ ପୁରାତନ ମନ୍ଦିର । ଯାହା ସମ୍ପୂର୍ଣ୍ଣ ଇଟା, ଗୁଡ଼, ମହୁ ଓ ଚୂନ ମାଟିରେ ତିଆରି । ଆଉ ଗୋଟିଏ ପଟେ ଗୋଟିଏ ସାଧାରଣ ସିମେଣ୍ଟ ପ୍ଲାଷ୍ଟର ହୋଇଥିବା ମନ୍ଦିର । ଏହା ଆପଣଙ୍କୁ ସାଧାରଣ ଲାଗୁଥାଇପାରେ । ହେଲେ ଇଟା,ଗୁଡ଼, ମହୁ ଓ ଚୂନ ମାଟିରେ ତିଆରି ହୋଇଥିବା ମନ୍ଦିର ପଞ୍ଚଦଶ ଶତାର୍ଦ୍ଧୀର ବୋଲି କୁହାଯାଏ । ହେଲେ ସ୍ଥାନୀୟ ପ୍ରଶାସନ ଐତିହ୍ୟ ସଂପନ୍ନ ମନ୍ଦିରକୁ ମରାମତି ଆଳରେ ସିଧା ସିମେଣ୍ଟ ପ୍ଲାଷ୍ଟର କରିଦେଇଛି ।

Coffee production in Koraput
କୋରାପୁଟରେ ବଦଳୁଛି ପାଣିପାଗ, ଚିନ୍ତାରେ କଫି ଚାଷୀ

ମାର୍ଚ୍ଚ ଆରମ୍ଭରୁ କଫି ଗଛରେ ଫୁଲ ଧରିଲାଣି। ଏବର୍ଷ ଭଲ ଫୁଲ ଧରି ଥିବା ହେତୁ ଚାଷୀ ଖୁବ୍ ଉତ୍ସାହିତ ଅଛନ୍ତି। ହେଲେ ଚଳିତ ବର୍ଷ ହେଉଥିବା ତାପମାତ୍ରା ବୃଦ୍ଧି ଏବଂ ଆବଶ୍ୟକୀୟ ବର୍ଷା ହେଉ ନଥିବା ଯୋଗୁଁ ଏହି ଚାଷ ପ୍ରଭାବିତ ହେବ ବୋଲି କୃଷି ବୈଜ୍ଞାନିକ ମାନେ କହିଛନ୍ତି ।

ITI student Making Footwear
ITI ପଢ଼ୁଆ ଆଦିବାସୀ ଯୁବକଙ୍କ ନିଆରା ଉଦ୍ୟୋଗ, ୟୁଟ୍ୟୁବ୍ ଦେଖି ତିଆରି କରୁଛନ୍ତି ଶସ୍ତା ସୁନ୍ଦର ଚପଲ

ଇଏ ଏମିତି ସେମିତି ଚପଲ ନୁହେଁ। ଇଏ 'ଚପଲ୍: ମେଡ୍-ଇନ୍ ଚାଲାଣପୁଟ'। ହଁ, ଚାଲାଣପୁଟ ହେଉଛି, କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ୍ ରାଜପୁଟ ପଞ୍ଚାୟତର ଏକ ଛୋଟିଆ ଆଦିବାସୀ ଗାଁ ।