କେବେ ଦୂର ହେବ ବିଛିନ୍ନାଞ୍ଚଳବାସୀଙ୍କ ଦୁଃଖ? କେବେ ହଟିବ ଗମନାଗମନ ସମସ୍ୟା? ସବୁ ବେଳେ କ’ଣ ଏମିତି ବିପଦ ସଂକୁଳ ଭାବେ ଡଙ୍ଗାରେ ପାର ହେବାକୁ ପଡିବ?
କୋରାପୁଟର ଅଧିଷ୍ଠାତ୍ରୀ ଦେବୀ ମାଆ ମୁତ୍ୟାଲୁମା..ମମତାମୟୀ ମାଆର ଦର୍ଶନ ପାଇଁ ପଡ଼ୋଶୀ ଆନ୍ଧ୍ର, ଛତିଶଗଡ଼ରୁ ବି ଭକ୍ତ ଛୁଟି ଆସନ୍ତି..
ଲମତାପୁଟରେ ବର୍ଷର ପ୍ରଥମ ଘନ କୁହୁଡି ଦେଖିବାକୁ ମିଳୁଛି l ଦୁଇ ଦିନ ହେବ କୁହୁଡି ଦେଖାଯାଉଥିଲେ ମଧ୍ୟ ଥଣ୍ଡା ଅନୁଭବ ହେଉନାହିଁ l ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ବେଶ ଉତ୍ସାହିତ..
ସିନେମାର ନାଁ ପ୍ରଶ୍ନ। ହ୍ୱାଟସଆପ୍ ଚାର୍ଟିଂରୁ ସିନେମା ଆରମ୍ଭ ହୋଇ ଚାର୍ଟିଂରେ ହିଁ ସରିଯାଉଛି। ସମ୍ପୂର୍ଣ୍ଣ ସିନେମାରେ ନାୟକ ଜଣକ ପଦିଏ କଥା କହି ନାହାନ୍ତି।
କୋରାପୁଟ ଜିଲ୍ଲା କୋଟିଆରେ ବାତ୍ୟା ଗୁଲାବରେ ଉଜୁଡିଗଲା ଚାଷବାଷ । ମୁଷଳ ଧାରାରେ ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ହୋଇଥିବା କ୍ଷୟକ୍ଷତିର ଏଯାଏଁ ସମ୍ପୂର୍ଣ୍ଣ ଭରଣା ହୋଇନି। ହେଲେ କିଛି କିଛି ସ୍ଥାନରେ ହୋଇଥିବା ରାସ୍ତା ଅବରୋଧ ହଟିଛି। ଏଭଳି ପରିସ୍ଥିତିରେ ଜିଲ୍ଲାପାଳ କୋଟିଆ ଗସ୍ତ କରିଛନ୍ତି । କୋଟିଆ ପଞ୍ଚାୟତର ବିଭିନ୍ନ ଗାଁର ଲୋକଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ।
ରାସ୍ତା ତିଆରି କଲେ ଗାଁ ଲୋକେ । ବାରମ୍ୱାର ଅଭିଯୋଗ କରି ମଧ୍ୟ ଶଉଣିଲାନି ପ୍ରଶାସନ । ଫଳରେ ଗାଁ ଲୋକେ ବାଧ୍ୟ ହେଇ ନିଜେ ନିଜ ଗାଁର ରାସ୍ତାକୁ ତିଆରି କରିବାରେ ଲାଗିପଡିଛନ୍ତି ।
କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଜାଗୁଗୁଡାରେ ଗ୍ରାନାଇଟ ଖଣି ଖନନ ପାଇଁ ଜନ ଶୁଣାଣି ହୋଇଛି । ଏଥିରେ ଖଣି ଖନନ ଲାଗି ସ୍ଥାନୀୟ ଲୋକେ ସମର୍ଥନ କରିଛନ୍ତି ।
ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ବିତାଉଛନ୍ତି ଅଂଚଳବାସୀ । ହାଟ, ବଜାର କିମ୍ବା ସ୍ୱାସ୍ଥ୍ୟ ସେବା ଯୁଆଡେ ଗଲେ ମଧ୍ୟ ଅଥଳ ପାଣି ଭିତରେ ଏଠି ଡଙ୍ଗା ହିଁ ଭରସା ।
ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ। ହାଟ, ବଜାର କିମ୍ବା ସ୍ୱାସ୍ଥ୍ୟ ସେବା ପାଇଁ ଯେଉଁଆଡ଼େ ଗଲେ ମଧ୍ୟ ଅଥଳ ପାଣି ଭିତରେ ଡଙ୍ଗା ହିଁ ଭରସା। ଲୋକଙ୍କ ଦୁଃଖକୁ ବୁଝି ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ବାଚନ ପୂର୍ବରୁ ସମସ୍ୟାର ସାମଧାନ ଖୁବ୍ ଶୀଘ୍ର କରାଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଏବେ ଯାଏ ପ୍ରତିଶ୍ରୁତି କେବଳ ପାଣିର ଗାର ହୋଇ ରହି ଯାଇଥିବା ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି।
ବାପା, ମା, ବଡ଼ଭାଇ। ଡକାଡକି ହୋଇ ତିନି ହେଁ ଚାଲିଗଲେ। ଏବେ ଏକା ଏକା ବଞ୍ଚୁଛନ୍ତି କୋରାପୁଟର ଦୁଇ ଭାଇ ଭଉଣୀ ସୁରେଶ ଆଉ ପ୍ରିୟଙ୍କା। ଘରଦ୍ୱାର ନାହିଁ।
ଆନ୍ଧ୍ର ପରେ କୋଟିଆରେ ଓଡ଼ିଶା କରିବ ନିର୍ବାଚନ । ଗତ ଏପ୍ରିଲ ୮ରେ ଆନ୍ଧ୍ର ସରକାର ଜୋର ଜବରଦସ୍ତ କୋଟିଆରେ ପ୍ରବେଶ କରି ନିର୍ବାଚନ କରାଇଥିଲେ । ଏବେ ଓଡ଼ିଶା ସରକାରଙ୍କ ପକ୍ଷରୁ ସେଠାରେ ପଞ୍ଚାୟତ ନିର୍ବାଚନ କରାଯିବା ନେଇ ଘୋଷଣା କରାଯାଇଛି ।
କୋଟିଆରେ ଆନ୍ଧ୍ରପ୍ରଦେଶ କରାଇଥିବା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ଗଞ୍ଜେଇପଦର ପଞ୍ଚାୟତ ପାଇଁ ହୋଇଥିବା ନିର୍ବାଚନରେ YSR କଂଗ୍ରେସର ପ୍ରାର୍ଥୀ ମାଜି ଆପ୍ପାଲମ୍ମା ବିଜୟୀ ହୋଇଛନ୍ତି ।
ଯୁବତୀ ଜଣକ ପ୍ରଥମେ ଏ ସମ୍ପର୍କରେ ଜାଣିନଥିଲେ। ଆଉ ଯେତେବେଳେ ଜାଣିଲେ, ସେତେବେଳେ ଯୁବତୀ ଜଣକ ନିଜ ମୋବାଇଲ ମାଗିଥିଲେ। ମାତ୍ର ଜୁନେସ୍ ତାଙ୍କୁ ମୋବାଇଲ ଦେଇନଥିଲେ। ସାଥୀରେ ସେହି ମୋବାଇଲ୍କୁ ଧରି ପଳାଇ ଆସିଲା। ପରବର୍ତ୍ତୀ ସେହି ଭିଡିଓ ଦେଖାଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲା ଜୁନେସ।
ଦୁର୍ଦ୍ଦାନ୍ତ ମାଓନେତା ଦୁବାସୀ ଶଙ୍କର ଗିରଫ। କୋରାପୁଟ ବୈପାରୀଗୁଡ଼ା ଥାନା ଅଞ୍ଚଳରୁ ଦୁର୍ଦ୍ଦାନ୍ତ ମାଓନେତା ଦୁବାସୀ ଶଙ୍କର ଗିରଫ ନେଇ ଡିଜିପି ସୂଚନା ଦେଇଛନ୍ତି।
କରୋନା କାଳରେ ଲୋକଙ୍କୁ ଟିକା ଦେବା ପାଇଁ ବିପଦପୂର୍ଣ୍ଣ ଭାବେ ନଦୀ ପାର୍ ହେଲେ ସ୍ୱାସ୍ଥ୍ୟକର୍ମୀ। ଲଗାଣ ବର୍ଷା ଯୋଗୁ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଟିକା ଦେବାକୁ ଲୋକେ ଆସିପାରିନଥିଲେ। ଫଳରେ ବିପଦ ଥିବା ଜାଣି ମଧ୍ୟ ସ୍ୱାସ୍ଥ୍ୟକର୍ମୀ ବିପଦପୂର୍ଣ୍ଣ ଭାବେ ନଦୀ ପାର୍ ହୋଇ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଆଗଭର ହୋଇ ଆଗକୁ ବଢ଼ିଥିଲେ ଓ ଲୋକଙ୍କୁ ଟିକା ପ୍ରଦାନ କରିଥିଲେ।
କୋରାପୁଟ ଭଳି ଉପାନ୍ତ, ଆଦିବାସୀ ବହୁଳ, ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ଅନେକ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ। ପାହାଡ଼ ପର୍ବତ ଘେରା କୋରାପୁଟର ବିଭିନ୍ନ ଅଞ୍ଚଳରୁ ରୋଗୀ ବୋହି ବୋହି ଖରାପ ହେବା ପରେ ଏବେ ଅଚଳ ହୋଇ ପଡ଼ି ରହିଛି ଅନେକ ଗାଡ଼ି ।
ଉପରେ କଦଳୀ, ଭିତରେ ଗଞ୍ଜେଇ। ଏଭଳି କାଣ୍ତ ଘଟିଛି କୋରାପୁଟର ଜୟପୁର ସହରରେ। କଦଳୀ ଟ୍ରକରେ ଗଂଜେଇ ଭର୍ତ୍ତି ହୋଇ ଯାଉଥିଲା ବେଳେ ଜୟପୁର ଠାରେ ପୋଲିସ ଜବତ କରିଛି।
ସାମ୍ନାକୁ ଆସିଲା ପୁଣି ଜଣେ ୱେବ ସାମ୍ବାଦିକଙ୍କ କଳା କାରନାମା । ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡିଲେ ଜଣେ ୱେବ ସାମ୍ବାଦିକ
ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ବୋଲେରୋ, ୧୫ ଆହତ । ୫ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି
ଗତ ୨୪ ଘଣ୍ଟାରେ କୋରାପୁଟରେ ୨ଟି ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ, ଦୁର୍ଘଟଣାରେ କାହାର ମୃତ୍ୟୁ ଘଟି ନାହିଁ। ଭାରସାମ୍ୟ ହରାଇ ରାସ୍ତାକଡ଼କୁ ବସ୍ ଓଲଟି ପଡ଼ିବା ଯୋଗୁ ୪ ଜଣ ଆହତ ହୋଇଥିବା ବେଳେ ବୋଲେରୋ ଓଲଟି ୧୫ ଜଣ ଆହତ ହୋଇଛନ୍ତି।
ବିପୁଳ ପରିମାଣର ଗଞ୍ଜେଇ ସହ ହୋମଗାର୍ଡ୍ ଅଟକ। ହୋମଗାର୍ଡ୍ ସମେତ ୬ ଜଣଙ୍କୁ ଅଟକ ରଖିଛି ପୋଲିସ। ଜୟପୁର SDPO ଙ୍କ ନେତୃତ୍ୱରେ ସଦର ପୋଲିସର ଚଢାଉ।
ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କମନ୍ମ୍ୟାନ୍ ଅନ୍ଦାଜ । ଟ୍ରେନ୍ରେ ଯାତ୍ରୀଙ୍କ ସହ ମିଶି ଗପିଲେ, ଆଦିବାସୀଙ୍କ ସହ ନାଚଗୀତ କଲେ, ଚାହା ବିସ୍କୁଟ୍ ଖାଇ ମୋବାଇଲ୍ରେ ଅନ୍ଲାଇନ୍ ପେମେଣ୍ଟ ବି କଲେ ।
ସୀମାନ୍ତବର୍ତ୍ତୀ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ପୁଣି ପ୍ରବେଶ । ସୀମାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିଭୂମି ପ୍ରସ୍ତର ସ୍ଥାପନ । ଫାଟୁସିନେରୀରେ ପଞ୍ଚାୟତ ଭବନ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ
ଦେଶବିଦେଶରେ ମହକିବ କୋରାପୁଟ କଫି । ଟାଟା କମ୍ପାନୀ ଏହାକୁ କିଣିବା ପାଇଁ ଆଗ୍ରହ ଦେଖାଇବାପରେ ବେସ୍ ଉତ୍ସାହିତ ଅଛନ୍ତି କୋରାପୁଟର ଚାଷୀ । ବିଶେଷ କରି ଆଦିବାସୀ କଫି ଚାଷୀମାନଙ୍କ ମଧ୍ୟରେ ଦେଖାଦେଇଛି ଆନନ୍ଦ ଓ ଉତ୍ସାହ । କୋରାପୁଟ କଫିର ଚାହିଦା ବଢିବା ସହ ଆଦିବାସୀ ଚାଷୀଙ୍କ ଆର୍ଥିକ ଅବସ୍ଥା ସୁଧୁରିବାର ଆଶା ମଧ୍ୟ ଦେଖାଦେଇଛି ।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ପାଖା ପାଖି ଦୁଇମାସରୁ ଅଧିକ ହୋଇ ଯାଇଥିଲେ ମଧ୍ୟ ପର୍ଯ୍ୟନ୍ତ ଜିଲ୍ଲାରେ ଭଲ ବର୍ଷା ହୋଇନାହିଁ । ଯାହା ଆକଳନ କରାଯାଉଥିଲା ସେହି ପରି ବର୍ଷା ହେଉନାହିଁ । ଜୁଲାଇ ଓ ଅଗଷ୍ଟ ମାସରେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରେ କମ ବର୍ଷା ହୋଇଛି