ସେ ସାଙ୍ଗରେ ଆଣିଥିବା ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଧରି କହିଲେ, ଯଦି ମିଛ କହୁଥିବି କୁଷ୍ଠରୋଗ ହୋଇଯିବ । ଜଗନ୍ନାଥଙ୍କୁ ଧରି ସେ କାନ୍ଦି ପକାଇଛନ୍ତି । ସେ କହିଛନ୍ତି ସିଂହବାହିନୀ ଯାତ୍ରା ପାର୍ଟିର ମାଲିକ ସଞ୍ଜୀବ ପାଢ଼ୀ ମୋତେ ଟଙ୍କା ଦେବା ଠିକ୍, ଗାଡ଼ି ଦେବା ଠିକ୍ କିନ୍ତୁ ପରିମାଣ ଭୁଲ୍ । ୫ ଦେଇକି ୨୫ କହୁଛନ୍ତି ।
ସତ କଥା ହେଉଛି, ମୁଁ ଯିବି ବୋଲି ତାଙ୍କୁ କହିଥିଲି । କିନ୍ତୁ ସୂର୍ଯ୍ୟମନ୍ଦିରର ଇମୋସନ ଛାଡିକି ଯାଇପାରିଲି ନାହିଁ । ମୁଁ ଏଠି ବର୍ଷେ ହେଲା କାମ କରୁଛି । ଯେହେତୁ ତାଙ୍କ ସହ ସମନ୍ୱୟ ଠିକଠାକ୍ ରହିଲାନି, ମୁଁ ଗଲିନାହିଁ । ସେ କିନ୍ତୁ ମୋତେ ବହୁତ କଥା କହିଥିଲେ, ମୋ ମୋବାଇଲରେ ସବୁ ରେକର୍ଡ ହୋଇ ରହିଛି । ସେ କହିଥିଲେ, ମିଡିଆ ଆଗରେ ଗାଡ଼ି କଥା କହିବେନି । କିନ୍ତୁ ମିଡିଆକୁ ଆସି ଗାଡ଼ି କଥା କହିଲେ । ସେ କଣ କହିଥିଲେ ତାହାର ମଧ୍ୟ ପ୍ରମାଣ ମୁଁ ରଖିଛି ।