୨୦୧୯ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ତେଲେଙ୍ଗାନା ଏନ୍କାଉଣ୍ଟର ଫେକ୍ ସାବ୍ୟସ୍ତ ହୋଇଛି। ୪ ଦୁଷ୍କର୍ମ ଅଭିଯୁକ୍ତ ପୋଲିସ ଠାରୁ ଅସ୍ତ୍ର ଛଡ଼ାଇ ଖସିବାକୁ ଚେଷ୍ଟା କରି ନ ଥିଲେ। ବରଂ ଉଦ୍ଦେଶ୍ୟମୂଳକ ଭାବେ ୪ ଅଭିଯୁକ୍ତଙ୍କୁ ଗୁଳି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।