Advertisment

ବଡ଼ ଖୁଲାସା- ୨୦୧୯ ତେଲେଙ୍ଗାନା ଏନ୍‌କାଉଣ୍ଟର ଫେକ୍‌

୨୦୧୯ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ତେଲେଙ୍ଗାନା ଏନ୍‌କାଉଣ୍ଟର ଫେକ୍ ସାବ୍ୟସ୍ତ ହୋଇଛି।  ୪ ଦୁଷ୍କର୍ମ ଅଭିଯୁକ୍ତ ପୋଲିସ ଠାରୁ ଅସ୍ତ୍ର ଛଡ଼ାଇ ଖସିବାକୁ ଚେଷ୍ଟା କରି ନ ଥିଲେ। ବରଂ ଉଦ୍ଦେଶ୍ୟମୂଳକ ଭାବେ ୪ ଅଭିଯୁକ୍ତଙ୍କୁ ଗୁଳି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

author-image
Rajalaxmi Sahoo
Telangana Encounter Of 4 Rape Accused Fake

Telangana Encounter Of 4 Rape Accused Fake

୨୦୧୯ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ତେଲେଙ୍ଗାନା ଏନ୍‌କାଉଣ୍ଟର ଫେକ୍ ସାବ୍ୟସ୍ତ ହୋଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ତଦନ୍ତ କମିଶନର ମୁଖ୍ୟ ଜଷ୍ଟିସ୍ ଭିଏସ୍ ସିରପୁରକରଙ୍କ ତଦନ୍ତ ରିପୋର୍ଟ ଅନୁସାରେ ଏହି ଏନ୍‌କାଉଣ୍ଟର ଫେକ୍‌ ଥିଲା ବୋଲି ଜଣାପଡ଼ିଛି। ୪ ଦୁଷ୍କର୍ମ ଅଭିଯୁକ୍ତ ପୋଲିସ ଠାରୁ ଅସ୍ତ୍ର ଛଡ଼ାଇ ଖସିବାକୁ ଚେଷ୍ଟା କରି ନ ଥିଲେ। ବରଂ ଉଦ୍ଦେଶ୍ୟମୂଳକ ଭାବେ ୪ ଅଭିଯୁକ୍ତଙ୍କୁ ଗୁଳି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। 

Advertisment

ମୃତ ୪ ଅଭିଯୁକ୍ତ ହେଲେ- ଅରିଫ୍‌, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଓ ଚିନ୍ତାକୁଣ୍ଟା ଚେନ୍ନାକେଭାଭୁଲୁ। ଏମାନଙ୍କ ମଧ୍ୟରେ  ୩ ଜଣ ନାବାଳକ ଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ଏହି ମାମଲାରେ ୧୦ ପୋଲିସ ଅଫିସରଙ୍କ ବିରୋଧରେ ହତ୍ୟା ସମେତ ଅନ୍ୟାନ୍ୟ ସଙ୍ଗୀନ ଦଫା ଲାଗିଛି। ଏହାସହ ମାମଲାକୁ ସୁପ୍ରିମକୋର୍ଟରୁ ତେଲେଙ୍ଗାନା ହାଇକୋର୍ଟକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

ସୂଚନାଥାଉ କି, ୨୦୧୯ ମସିହା ନଭେମ୍ବର ୨୭ରେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ପ୍ରଥମେ ଅପହରଣ କରାଯାଇଥିଲା। ଏହାପରେ ତାଙ୍କୁ ଦୁଷ୍କର୍ମ କରାଯାଇ ହତ୍ୟା କରି ଫିଙ୍ଗି ଦିଆଯାଇଥିଲା। ଏହି ଘଟଣାରେ ସେହିବର୍ଷ ଡିସେମ୍ବର ୬ରେ ଗିରଫ ୪ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରାଯାଇଥିଲା। ଦୁଷ୍କର୍ମ ଅଭିଯୁକ୍ତ ପୋଲିସ ଠାରୁ ଅସ୍ତ୍ର ଛଡ଼ାଇ ଖସିବାକୁ ଚେଷ୍ଟା କରିବାରୁ ପୋଲିସ୍‌ ସେମାନଙ୍କୁ ଏନ୍‌କାଉଣ୍ଟର କରିଥିଲା ବୋଲି କୁହାଯାଇଥିଲା। ତେବେ ଅଭିଯୁକ୍ତମାନେ ଅସ୍ତ୍ର ଛଡ଼ାଇ ଖସିବାକୁ ଚେଷ୍ଟା କରି ନ ଥିଲେ। ବରଂ ଉଦ୍ଦେଶ୍ୟମୂଳକ ଭାବେ ୪ ଅଭିଯୁକ୍ତଙ୍କୁ ଗୁଳି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। 

Advertisment

ସେହି ସମୟରେ ୪ ଦୁଷ୍କର୍ମ ଅଭିଯୁକ୍ତ ପୋଲିସ୍‌ ଗୁଳିରେ ପ୍ରାଣ ହରାଇବାକୁ ନେଇ ପୋଲିସ୍‌ର କାର୍ଯ୍ୟକୁ ବେଶ୍ ପ୍ରଶଂସିତ କରାଯାଇଥିଲା। 

Telangana Encounter Case Hyderabad Encounter Case 2019 Telangana Encounter
Advertisment
Advertisment