ଜଣେ ଗରିବ ଲୋକ ସମସ୍ୟାର ସମାଧାନ ପାଇଁ ଅଭିଯୋଗ ପ୍ରକୋଷ୍ଠକୁ କାହିଁକି ବାରମ୍ୱାର ଆସୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । କାହିଁକି ତାଙ୍କ କାମ ଠିକରେ ହେଉନାହିଁ । ୭ ଦିନ ମଧ୍ୟରେ କାହିଁକି ଆକ୍ସନ ଟେକେନ୍ ରିପୋର୍ଟ ଦିଆଯାଉନି ବୋଲି ରାଗିଯାଇ କହିଥିଲେ । ଦ୍ବିତୀୟ ଥର ଜଣେ କାହିଁକି ଆସିବେ ? ଥରକରେ କାହିଁକି ତାଙ୍କ କାମ ହେଉନାହିଁ ? ତୁରନ୍ତ ସେ ଯନ୍ତ୍ରୀଙ୍କୁ ଡାକ । ଆଜି ସସପେଣ୍ଡ କରିବି ।