ପ୍ରଥମେ ଜାଣିବା ଏସବୁ ପ୍ୟାକ୍ ହୋଇ ମିଳୁଥିବା ପରିବା ବା ଅନ୍ୟ ପ୍ରକ୍ରିୟାକୃତ ଖାଦ୍ୟ ଏତେ ଦିନ ସତେଜ ରହୁଛି କିପରି। ଆପଣ ଘରକୁ ଯଦି କୌଣସି ରନ୍ଧା ଦ୍ରବ୍ୟ ଆଣୁଛନ୍ତି ତାହା ଅତିବେଶୀରେ ୪ରୁ ୫ଦିନ ପର୍ଯ୍ୟନ୍ତ ହିଁ ଉପଯୋଗୀ ହୋଇଥାଏ। ତେବେ ପ୍ୟାକେଟ୍ରେ ରହି ଫ୍ରୋଜେନ୍ ହେବା ଫଳରେ ଏହି ଖାଦ୍ୟରେ ପୋଷକ ତତ୍ୱ ଥାଏ କି ନାହିଁ ? ଏହାର ମୁଖ୍ୟ ଉପାଦାନ ହେଉଛି ପ୍ରିଜରଭେଟିଭ୍। ତେବେ ମାଂସ ଓ ମାଛ ପରି ଖାଦ୍ୟ ଫ୍ରୋଜେନ୍ ହୋଇ ରଖାଯିବାରେ କୌଣସି ପୋଷକ ନଷ୍ଟ ହୁଏ ନାହିଁ।