ଏଣିକି ଆହୁରି ସୁବିଧା ଓ ସରଳ ହେବ ଟୋଲ୍ ଟିକସ୍ ସଂଗ୍ରହ ପ୍ରକିୟା । ବନ୍ଦ ହୋଇଯିବ ଫାସ୍ଟ୍ୟାଗ; ଜିପିଏସ୍ ଆଧାରରେ ହେବ ଟୋଲ ସଂଗ୍ରହ ।
ଟୋଲ ପ୍ଲାଜାରେ ନିରବଚ୍ଛନ୍ନ ଯାତାୟାତ ସହ ଇଲେକ୍ଟ୍ରୋନିକ୍ ଟୋଲ୍ ପ୍ଲାଜାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ NHAI ଏମିତି ପଦକ୍ଷେପ ନେଇଥିବା କହିଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ।
ସରକାର ଟୋଲ୍ ରାଜସ୍ୱ ସଂଗ୍ରହ ପାଇଁ ନୂଆ ଟେକ୍ନୋଲୋଜୀ ପ୍ରଣୟନ କରିବାକୁ ଯାଉଛି। ଜିପିଏସ୍ ସାଟେଲାଇଟ୍ ଟେକ୍ନୋଲୋଜୀ ବ୍ୟବହାର କରି ଟୋଲ୍ ଟ୍ୟାକ୍ସ ଆଦାୟ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛି। ଏହି ନୂଆ ପଦ୍ଧତିକୁ ପରୀକ୍ଷା କରିବା ପାଇଁ ବର୍ତ୍ତମାନ ଭାରତରେ ଏକ ପାଇଲଟ୍ ପ୍ରୋଜେକ୍ଟ ଚାଲିଛି।