‘ବିକାଶ ତ୍ୱରାନ୍ୱିତ କରିବ ଡବଲ ଇଞ୍ଜିନ ସରକାର। ଓଡ଼ିଶାର ବିକାଶକୁ କିଭଳି ତ୍ୱରାନ୍ୱିତ କରିବ ଡବଲ ଇଞ୍ଜିନ ସରକାର। ତାକୁ ନେଇ ଓଟିଭି ଫୋରସାଇଟ୍-୨୦୨୫ରେ ହୋଇଛି ସାରଗର୍ଭକ ଆଲୋଚନା । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ୨୦୩୬ ବିକଶିତ ଓଡ଼ିଶା ପାଇଁ ମୂଳଦୁଆ ପଡ଼ି ସାରିଛି । ବିଜେଡି ବିଧାୟକ ଅରୁଣ ସାହୁ ଡବଲ ଇଞ୍ଜିନ ସରକାରକୁ ସମାଲୋଚନା କରି କୋଲ ରୟାଲିଟି ବୃଦ୍ଧି ଓ ସ୍ପେଶାଲ୍ ପ୍ୟାକେଜ୍ ପାଇଁ ଓଡ଼ିଶା ଇଞ୍ଜିନ୍ ଦାବି କରୁ ବୋଲି କହିଛନ୍ତି।
ଓଡ଼ିଶାର ବିକାଶକୁ ତ୍ବରାନ୍ବିତ କରିବ ଡବଲ ଇଞ୍ଜିନ ସରକାର। ତାକୁ ନେଇ ଓଟିଭି ଫୋରସାଇଟ୍-୨୦୨୫ରେ ହୋଇଛି ସାରଗର୍ଭକ ଆଲୋଚନା। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ୨୦୩୬ ବିକଶିତ ଓଡ଼ିଶା ପାଇଁ ମୂଳଦୁଆ ପଡ଼ି ସାରିଛି, ଡବଲ୍ ଇଞ୍ଜିନ ସରକାର ଯୋଗୁଁ କ୍ଷମତାକୁ ଆସୁ ଆସୁ ସୁଭଦ୍ରା ଯୋଜନା ଓ ଧାନ ଏମଏସପି ୩୧ଶହ ଟଙ୍କାକୁ ବୃଦ୍ଧି ଭଳି ଅନେକ ନିଷ୍ପତ୍ତି ନେଇ ପାରିଛନ୍ତି।
ଓଟିଭିର ବାର୍ଷିକ ଚିନ୍ତନ ଅଧିବେଶନ ଫୋରସାଇଟ୍-୨୦୨୫ରେ ଡବଲ ଇଞ୍ଜିନ ସରକାରର ସଂଜ୍ଞା ବୁଝାଇଲେ ଆଇନ ମନ୍ତ୍ରୀ ହରିଚନ୍ଦନ । ୯ ମାସରେ ଓଡ଼ିଶାକୁ କ'ଣ ମିଳିଛି କହି କାଉଣ୍ଟର କଲେ ବିଧାୟକ ଅରୁଣ ସାହୁ ଓ ସୋଫିଆ ଫିର୍ଦ୍ଦୋସ ।