Advertisment

ରାଇନାଙ୍କ ପରେ ହରଭଜନ ବି ଆଇପିଏଲରୁ ହଟିଲେ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣକୁ ଆଉ କେଇଟା ଦିନ ବାକି ରହିଲା। କିନ୍ତୁ ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସକୁ ଆଉ ବଡ଼ ଝଟକା ଲାଗିଛି। ସୁରେଶ ରାଇନାଙ୍କ ପରେ ଟିମର୍ ଭେଟେରାନ୍ ଅଫ୍ ସ୍ପିନର୍ ହରଭଜନ ସିଂହ ମଧ୍ୟ ଚଳିତ ସଂସ୍କରଣରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ହରଭଜନ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜକୁ ଏହି ସିଜନରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁଏଇ ଗସ୍ତ ପୂର୍ବରୁ ଚେନ୍ନାଇ ସୁପର୍ […]

author-image
Ranjeet Kumar Jena
ରାଇନାଙ୍କ ପରେ ହରଭଜନ ବି ଆଇପିଏଲରୁ ହଟିଲେ

bhajji

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣକୁ ଆଉ କେଇଟା ଦିନ ବାକି ରହିଲା। କିନ୍ତୁ ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସକୁ ଆଉ ବଡ଼ ଝଟକା ଲାଗିଛି। ସୁରେଶ ରାଇନାଙ୍କ ପରେ ଟିମର୍ ଭେଟେରାନ୍ ଅଫ୍ ସ୍ପିନର୍ ହରଭଜନ ସିଂହ ମଧ୍ୟ ଚଳିତ ସଂସ୍କରଣରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ହରଭଜନ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜକୁ ଏହି ସିଜନରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ୟୁଏଇ ଗସ୍ତ ପୂର୍ବରୁ ଚେନ୍ନାଇ ସୁପର୍ କିଙ୍ଗସ୍ ଟିମ୍ ଚେପକ୍ ଷ୍ଟାଡିୟମରେ ପାଞ୍ଚଦିନର ଟ୍ରେନିଂ କ୍ୟାମ୍ପରେ ଅଂଶଗ୍ରହଣ କରିଥିଲା। କିନ୍ତୁ ଏହି କ୍ୟାମ୍ପରେ ହରଭଜନ ସିଂହ ଓ ରବୀନ୍ଦ୍ର ଜାଡେଜା ଯୋଗ ଦେଇନଥିଲେ। ଜାଡେଜା ପରେ ଟିମ୍ ସହ ୟୁଏଇ ଗସ୍ତ କରିଥିବା ବେଳେ ହରଭଜନ ଭାରତରେ ହିଁ ରହିଥିଲେ। ଏବେ ରାଇନା ଓ ହରଭଜନଙ୍କ ଅନୁପସ୍ଥିତି ଚେନ୍ନାଇକୁ ଚିନ୍ତାରେ ପକାଇ ଦେଇଛି। ସୁରେଶ ରାଇନା ଚେନ୍ନାଇ ଟିମର ନିୟମିତ ତିନି ନମ୍ବର ବ୍ୟାଟ୍ସମ୍ୟାନ୍ ଏବଂ ତାଙ୍କୁ ମଧ୍ୟ ମିଷ୍ଟର୍ ଆଇପିଏଲ୍ କୁହାଯାଏ।

ଅନ୍ୟପକ୍ଷରେ ହରଭଜନ ମଧ୍ୟ ଅନ୍ୟତମ ଷ୍ଟାର୍ ଖେଳାଳି। ଗତ ସଂସ୍କରଣରେ ସେ ୧୬ଟି ୱିକେ୍ଟ ନେଇଥିଲେ ଏବଂ ପର୍ପଲ୍ କ୍ୟାପ୍ ଦୌଡ଼ରେ ସାମିଲ୍ ଥିଲେ। ଆଇପିଏଲ୍ ଇତିହାସରେ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲରଙ୍କ ମଧ୍ୟରେ ହରଭଜନ ତୃତୀୟ ସ୍ଥାନରେ ରହିଛନ୍ତି। ସେ ୧୬୦ ମ୍ୟାଚରେ ୧୫୦ ୱିକେଟ୍ ଅକ୍ତିଆର କରିଛନ୍ତି।

Advertisment

ଏଥର ଆଇପିଏଲ୍ ୟୁଏଇର ତିନୋଟି ଅଲଗା ସ୍ଥାନରେ ଖାଲି ଷ୍ଟାଡିୟମରେ ଖେଳାଯିବ। ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି ବ୍ୟୟବହୁଳ ଟି-୨୦ ଲିଗରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅନେକ ସତର୍କତା ଅବଲମ୍ବନ କରାଯାଉଛି। ଲିଗ୍ ପାଇଁ ସବୁ ଟିମ୍ ୟୁଏଇରେ ପହଞ୍ଚିସାରିଛନ୍ତି। ସବୁ ଟିମ୍ ଅଲଗା ଅଲଗା ସ୍ଥାନରେ ଟ୍ରେନିଂ ଆରମ୍ଭ କରିଦେଇଛନ୍ତି। ତେବେ ଚେନ୍ନାଇ ସୁପର୍ କିଙ୍ଗସ୍ ଟିମ୍ ଏପର୍ଯ୍ୟନ୍ତ ଅଭ୍ୟାସ କରିପାରିନାହିଁ। କାରଣ ଟିମର ୧୩ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ, ଯାହା ପରଠାରୁ ପୂରା ଟିମକୁ କ୍ୱାରେଣ୍ଟିନ କରାଯାଇଥିଲା।

Advertisment
Advertisment