/odishatv-khabar/media/post_attachments/uploadimage/library/16_9/16_9_0/yas-2_1626687762.jpg)
yas--2
ନୂଆଦିଲ୍ଲୀ: ଦୃଢ଼ ନିଷ୍ଠା ଓ ଉଦ୍ୟମ ବଳରେ ମଣିଷ ଅସମ୍ଭବକୁ ବି ସମ୍ଭବ କରିପାରେ । ଯାହାର ଅନେକ ଉଦାହରଣ ଦେଖିବାକୁ ମିଳେ । ଆଉ ଏବେ ଏମିତି ଜଣେ ହେଲେ ମୁମ୍ବାଇର ଯୁବ କ୍ରିକେଟର୍ ଯଶସ୍ୱୀ ଜୈସୱାଲ। ଯାହାଙ୍କୁ ରାଜସ୍ଥାନ ରୟାଲ୍ସ ୨.୪୦ କୋଟି ଟଙ୍କାରେ କିଣିଛି। ତାଙ୍କର ବେସ୍ ପ୍ରାଇସ୍ ୮୦ଲକ୍ଷ ଟଙ୍କା ଥିଲା। କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଏହି ବ୍ୟାଟ୍ସମ୍ୟାନଙ୍କ ପାଇଁ ୮୦ ଟଙ୍କା ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ୧.୯ କୋଟି ଟଙ୍କାର ନିଲାମ ଡାକିଥିଲା। ତେବେ ଯେତେବେଳେ ରାଜସ୍ଥାନ ରୟାଲ୍ସ ୨ କୋଟି ଟଙ୍କାର ଡାକ ଲଗାଇଲା, କେକେଆର୍ ମଧ୍ୟ ଆଗକୁ ବଢ଼ିଥିଲା। ଶେଷରେ ରାଜସ୍ଥାନ ରୟାଲ୍ସ ଯଶସ୍ୱୀଙ୍କୁ ୨.୪ କୋଟି ଟଙ୍କାରେ କିଣିଥିଲା।
୨୦୧୨ରେ ମାତ୍ର ୧୧ ବର୍ଷ ବୟସରେ କ୍ରିକେଟ୍ ଖେଳିବା ଉଦ୍ଦେଶ୍ୟ ନେଇ ସେ ନିଜ ମୁମ୍ବାଇରେ ନିଜ ଦାଦାଙ୍କ ପାଖକୁ ଆସିଥିଲେ। ସେ ଏକ ଡାଏରୀ ଫାର୍ମରେ ରାତି ବିତାଉଥିଲେ। ଦୁଇବେଳାର ଖାଦ୍ୟ ଖାଇବା ପାଇଁ ସେ ଫୁଟ୍ ଭେଣ୍ଡର ପାଖରେ କାମ କରୁଥିଲେ। ଏହାଛଡ଼ା ସେ ରାତିରେ ଗୁପଚୁପ୍ ବିକ୍ରି କରୁଥିଲେ। ତେବେ ୨୦୧୫ରେ ସେ ଜାଲଲ୍ସ ଶିଲ୍ଡ ସ୍କୁଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ତ୍ରିଶତକ (୩୧୯*) ମାରିବା ପରେ ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ସେ ଆଉ ପଛକୁ ଫେରିନଥିଲେ ଏବଂ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଜାତୀୟ ଜୁନିୟର ଟିମରେ ସ୍ଥାନ ପାଇଥିଲେ।
ସୂଚନାଯୋଗ୍ୟ, ମୁମ୍ବାଇର ଯଶସ୍ୱୀ ବିଜୟ ହଜାରେ ଟ୍ରଫି (୫୦ ଓଭର ବିଶିଷ୍ଟ ମୁକାବିଲା)ରେ ଦ୍ୱିଶତକ ମାରି ସାରିଛନ୍ତି। ଏହାସହ ସେ ଅନେକ କୀର୍ତ୍ତିମାନ ମଧ୍ୟ ନିଜ ନାଁରେ କରିଛନ୍ତି। ଏହାସହ ସେ ବେଙ୍ଗାଲୁରୁରେ ଝାରଖଣ୍ଡ ବିପକ୍ଷ ବିଜୟ ହଜାରେ ଟ୍ରଫିର ଗ୍ରୁପ୍-ଏ’ ମ୍ୟାଚରେ ୨୦୩ ରନର ଦମଦାର ଇନିଂସ୍ ଖେଳିଥିଲେ। ଉତ୍ତର ପ୍ରଦେଶର ଭଦୋହି ସହରରୁ ଆସିଥିବା ଯଶସ୍ୱୀଙ୍କ ପକ୍ଷେ କ୍ରିକେଟର୍ ହେବା ସହଜ ନଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)