/odishatv-khabar/media/post_attachments/uploadimage/library/16_9/16_9_0/akhtar_1625459913.jpg)
akhtar
ନୂଆଦିଲ୍ଲୀ: ପାକିସ୍ତାନର ପେସ୍ ବୋଲର ଶୋଏବ ଅଖତରଙ୍କ କ୍ରିକେଟ୍ କ୍ୟାରିୟର ବିବାଦପୂର୍ଣ୍ଣ ରହିଆସିଛି। ଅବସର ପରେ ମଧ୍ୟ ଅଖତର ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସମାଲୋଚନାର ଶିକାର ହୋଇଆସୁଛନ୍ତି। ଏବେ ଅଖତରଙ୍କର ଆଉଏକ ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସିଛି। ପାକିସ୍ତାନରେ ଏକ ଟିଭି ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ୟୁରେ ଅଖତର କହିଛନ୍ତି ଯେ ସେ ନିଜ ଦେଶର ସେନା ପାଇଁ କିଛି ବି କରିବାକୁ ପ୍ରସ୍ତୁତ। ଏହାସହ ସେ ପାକିସ୍ତାନ ଆର୍ମିର ଅଧ୍ୟକ୍ଷଙ୍କ ତାଙ୍କ ସହ ବସି ଦେଶ ହିତରେ ନିଷ୍ପତ୍ତି ନେବା ଦରକାର ବୋଲି କହିଛନ୍ତି।
ଅଖତର କହିଛନ୍ତି, ଯଦି ଆଲ୍ଲା ମୋତେ ଅଧିକାର ଦେବେ, ତାହେଲେ ମୁଁ ପାକିସ୍ତାନ ଆର୍ମିର ବଜେଟ୍ ବଢ଼ାଇ ଦେବି, ଏଥିପାଇଁ ମୋତେ ଘାସ ଖାଇବାକୁ ପଡ଼ିଲେ ସୁଦ୍ଧା ମୁଁ ଖାଇବି। ମୁଁ ଆମ ଆର୍ମି ମୁଖ୍ୟଙ୍କୁ କହିବି ଯେ ସେ ମୋ ସହ ବସନ୍ତୁ ଏବଂ ପରବର୍ତ୍ତୀ ନିଷ୍ପତ୍ତି ନିଅନ୍ତୁ। ଯଦି ବଜେଟ୍ ୨୦ ପ୍ରତିଶତ ଅଛି, ତାହେଲେ ମୁଁ ୬୦ ପ୍ରତିଶତ କରିଦେବି। ଯଦି ଆମେ ପରସ୍ପରକୁ ସମ୍ମାନ ଦେବା ନାହିଁ, ତାହେଲେ ଏଥିରେ ଆମର କ୍ଷତି।
/odishatv-khabar/media/post_attachments/wp-content/uploads/2020/08/shoain.jpg)
ଅଖତର ୧୯୯୯ରେ ନିଜ ଦେଶ ପାଇଁ କାରଗିଲ୍ ଯୁଦ୍ଧ ଲଢ଼ିବାକୁ ଚାହୁଁଥିଲେ, ଯେଉଁଥି ପାଇଁ ସେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍ ଖେଳିବାକୁ ମନା କରିଦେଇଥିଲେ। ଏ ନେଇ ଅଖତର କହିଛନ୍ତି, ତାଙ୍କୁ ଇଂଲିଶ କାଉଣ୍ଟି କ୍ରିକେଟ୍ କ୍ଲବ୍ ନଟ୍ଟିଂହାମଶାୟରଠାରୁ ୧ଲକ୍ଷ ୭୫ ହଜାର ପାଉଣ୍ଡର ଅଫର୍ ମିଳିଥିଲା, ଯାହାକୁ ସେ ପ୍ରତ୍ୟାଖାନ କରିଦେଇଥିଲେ।
କରୋନା ଯୋଗୁ ପାକିସ୍ତାନରେ ଦିନକୁ ଦିନ ଆର୍ଥିକ ସ୍ଥିତି ଜଟିଳ ହେବାରେ ଲାଗିଛି। ପାକିସ୍ତାନ ପ୍ରତିଦିନ କରଜରେ ବୁଡ଼ି ରହୁଥିବା ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କରୋନା ବିରୋଧରେ ଲଢ଼େଇ ପାଇଁ ଆଇଏମଏଫ୍ ପାକିସ୍ତାନକୁ ୧.୩୦ ମିଲିୟନ୍ ଡଲାରର ସହାୟତା ପ୍ରଦାନ କରିଥିଲା। ପାକିସ୍ତାନରେ କରୋନା ମହାମାରୀରେ ଆକ୍ରାନ୍ତ ସଂଖ୍ୟା ପାଖାପାଖି ୩ଲକ୍ଷରେ ପହଞ୍ଚିସାରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)