Advertisment

କାହିଁକି ୧୫ ଅଗଷ୍ଟ ୧୯;୨୯ ସମୟରେ ଅବସର ନେଲେ ଧୋନି ?

ନୂଆଦିଲ୍ଲୀ: ଗତକାଲି ୭୪ ତମ ସ୍ୱାଧୀନତା ଦିବସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ନେଇଗଲେ ଟିମ୍‌ ଇଣ୍ଡିଆର କ୍ୟାପ୍ଟେନ୍‌ କୁଲ୍ ଧୋନି। ଏନେଇ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ତାଙ୍କ ଅବସର ଘୋଷଣା କରିଥିଲେ। ଇନ୍‌ଷ୍ଟାରେ ପୋଷ୍ଟ କରି ସେ ଲେଖିଥିଲେ “ ଆପଣଙ୍କର ଭଲପାଇବା ଏବଂ ସମର୍ଥନ ପାଇଁ ଅଶେଷ ଧନ୍ୟବାଦ। ୧୯୨୯ ଘଣ୍ଟା ଠାରୁ ମୁଁ ଅବସରପ୍ରାପ୍ତ ବୋଲି ବିଚାର କରିବେ।” ତାଙ୍କର ଏହି ପୋଷ୍ଟ ଠିକ୍‌ ସନ୍ଧ୍ୟା ୧୯;୨୯ ସମୟରେ ହିଁ ଆସିଥିଲା। […]

କାହିଁକି ୧୫ ଅଗଷ୍ଟ ୧୯;୨୯ ସମୟରେ ଅବସର ନେଲେ ଧୋନି ?

dhoni

Advertisment

ନୂଆଦିଲ୍ଲୀ: ଗତକାଲି ୭୪ ତମ ସ୍ୱାଧୀନତା ଦିବସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ନେଇଗଲେ ଟିମ୍‌ ଇଣ୍ଡିଆର କ୍ୟାପ୍ଟେନ୍‌ କୁଲ୍ ଧୋନି। ଏନେଇ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ତାଙ୍କ ଅବସର ଘୋଷଣା କରିଥିଲେ।

Advertisment

ଇନ୍‌ଷ୍ଟାରେ ପୋଷ୍ଟ କରି ସେ ଲେଖିଥିଲେ “ ଆପଣଙ୍କର ଭଲପାଇବା ଏବଂ ସମର୍ଥନ ପାଇଁ ଅଶେଷ ଧନ୍ୟବାଦ। ୧୯୨୯ ଘଣ୍ଟା ଠାରୁ ମୁଁ ଅବସରପ୍ରାପ୍ତ ବୋଲି ବିଚାର କରିବେ।” ତାଙ୍କର ଏହି ପୋଷ୍ଟ ଠିକ୍‌ ସନ୍ଧ୍ୟା ୧୯;୨୯ ସମୟରେ ହିଁ ଆସିଥିଲା। ଯାହା ଫ୍ୟାନ୍‌ଙ୍କ ମନରେ ସୃଷ୍ଟି କରିଛି ଅନେକ ପ୍ରଶ୍ନ।

ଧୋନି କାହିଁକି ସ୍ୱାଧୀନତା ଦିବସରେ ଅବସର ନେଲେ, ପୁଣି ୧୯:୨୯ ସମୟଠୁ ମୋତେ ଅବସରପ୍ରାପ୍ତ ବିଚାର କରିବେ ବୋଲି କାହିଁକି ଲେଖିଲେ ତା ପଛର କାରଣ ଜାଣିବା ପାଇଁ ଫ୍ୟାନଙ୍କ ଉତ୍କଣ୍ଠା ଦେଖା ଦେଇଛି। ଏଥିପାଇଁ ଇଣ୍ଟର୍‌ନେଟ୍‌ରେ କିଏ କେତେ ପ୍ରକାର କାରଣ ଖୋଜି ବାହାର କରିବାକୁ ଚେଷ୍ଟା କରୁଛନ୍ତି।

Advertisment

କିଏ କହୁଛନ୍ତି, ଧୋନିଙ୍କ ଜର୍ସି ନମ୍ବର -୭ ଏବଂ ରାଇନାଙ୍କ ଜର୍ସି ନମ୍ବର ୩ । ଏହି ଦୁଇ ସଂଖ୍ୟା ମିଶିଲେ ହେଲା ୭୩। ଆଉ ଦେଶ ଗତକାଲି ସ୍ୱାଧୀନତାର ୭୩ ବର୍ଷ ପୂରଣ କରିଛି। ତେଣୁ ଧୋନି ଅବସର ନେଇଛନ୍ତି। ଏହି ଅନୁମାନକୁ ଆହୁରି ଖୋରାକ୍‌ ଯୋଗାଉଛି ରାଇନାଙ୍କ ପୋଷ୍ଟ। ସେ ଟ୍ୱିଟ୍‌ରେ ତ୍ରୀରଙ୍ଗା ପତାକାର ଇମୋଜି ପୋଷ୍ଟ କରିଛନ୍ତି।

ପୁଣି କିଛି କହୁଛନ୍ତି ଯେ ୧୯;୨୯ ଏହି ସମୟରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ୨୦୧୯ ବିଶ୍ୱକପ୍ ହାରିଥିଲା। ଯାହା ଧୋନିଙ୍କ ଶେଷ ମ୍ୟାଚ୍‌ ବି ଥିଲା ସେହିଭଳି ଅନ୍ୟ କେତେକଙ୍କ ମତରେ ୧୯୨୯ ଏକ ଲକି ନମ୍ବର। ଯାହା ଆପଣଙ୍କ ଜୀବନର ଚକ୍ରର ଏକ ବଡ଼ ପର୍ଯ୍ୟାୟ ସମାପନ ହେବାର ମେସେଜ୍ ଦେଇଥାଏ। ସେଥିପାଇଁ ଧୋନି ଏହି ସମୟରେ ଅବସର ଘୋଷଣା କରିଛନ୍ତି।

Advertisment

ତେବେ ଧୋନିଙ୍କ ଅବସର ନେଇ ଯିଏ ଯାହା କୁହନ୍ତୁ ନା ତାର ପ୍ରକୃତ କାରଣ କେବଳ ଧୋନିଙ୍କୁ ହିଁ ଜଣାଥିବା। ମାହିଙ୍କ ଅବସର ପରେ ଭାରତୀୟ କ୍ରିକେଟ ଦୁନିଆରେ ଯେ ଗୋଟେ ଯୁଗର ଅବସାନ ଘଟିଲା ଏହା କହିବା ଅତ୍ୟୁକ୍ତି ହେବନି। ତାଙ୍କ ଅବସର ଘୋଷଣା ପରେ ବହୁ ବଡ଼ ବଡ଼ କ୍ରିକେଟର ତାଙ୍କୁ ମନେ ପକାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ