Advertisment

କ୍ୟାପଟେନ୍ସିରେ କାହିଁକି ଫ୍ଲପ୍ ହେଲେ ସଚିନ?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କ ବ୍ୟାଟିଂ ପାଇଁ ସବୁ ପାଗଳ। ନିଜର ୨୪ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ୟାରିୟରରେ ସଚିନ ଟେଷ୍ଟ ଓ ଦିନିକିଆରେ ଏକାଧିକ ରେକର୍ଡ କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ ଅତୁଟ ରହିଛି। ବ୍ୟାଟିଂରେ ତ ସଚିନ ସଫଳତାର ଶିଖର ଛୁଇଁଲେ, କିନ୍ତୁ କ୍ୟାପଟେନ୍ସିରେ ସେ ଏହାର ସମ୍ପୂର୍ଣ୍ଣ ଓଲଟା। ସଚିନ ୧୯୯୬ରୁ ୨୦୦୦ ମଧ୍ୟରେ ୭୬ଟି ଦିନିକିଆ ଓ ୨୫ଟି ଟେଷ୍ଟ ମ୍ୟାଚରେ ଭାରତର ନେତୃତ୍ବ ନେଇଥିଲେ। ତାଙ୍କ […]

କ୍ୟାପଟେନ୍ସିରେ କାହିଁକି ଫ୍ଲପ୍ ହେଲେ ସଚିନ?

sach

Advertisment

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କ ବ୍ୟାଟିଂ ପାଇଁ ସବୁ ପାଗଳ। ନିଜର ୨୪ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ୟାରିୟରରେ ସଚିନ ଟେଷ୍ଟ ଓ ଦିନିକିଆରେ ଏକାଧିକ ରେକର୍ଡ କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ ଅତୁଟ ରହିଛି। ବ୍ୟାଟିଂରେ ତ ସଚିନ ସଫଳତାର ଶିଖର ଛୁଇଁଲେ, କିନ୍ତୁ କ୍ୟାପଟେନ୍ସିରେ ସେ ଏହାର ସମ୍ପୂର୍ଣ୍ଣ ଓଲଟା।

Advertisment

ସଚିନ ୧୯୯୬ରୁ ୨୦୦୦ ମଧ୍ୟରେ ୭୬ଟି ଦିନିକିଆ ଓ ୨୫ଟି ଟେଷ୍ଟ ମ୍ୟାଚରେ ଭାରତର ନେତୃତ୍ବ ନେଇଥିଲେ। ତାଙ୍କ କ୍ୟାପଟେନ୍ସିରେ ଭାରତ ମାତ୍ର ୨୩ଟି ଦିନିକିଆରେ ବିଜୟ ହାସଲ କରିଥିଲା। ସେହିପରି ତାଙ୍କ ନେତୃତ୍ୱରେ ଭାରତ ମାତ୍ର ୪ଟି ଟେଷ୍ଟ ଜିତିବାକୁ ସକ୍ଷମ ହୋଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଯେଉଁ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟରେ ରନର ପାହାଡ଼ ଛିଡ଼ା କରିଛନ୍ତି, ସେ କ୍ୟାପଟେନ୍ ଭାବେ କାହିଁକି ସଫଳ ହେଲେନି? ସଚିନଙ୍କ ଏହି ବିଫଳତାର କାରଣ ବଖାଣିଛନ୍ତି ଭାରତର ପୂର୍ବତନ ପେସ୍ ବୋଲର ମଦନ ଲାଲ୍।

publive-image୧୯୯୬ ଓ ୧୯୯୭ରେ ଭାରତୀୟ କ୍ରିକେଟ୍ ଟିମର କୋଚ୍ ଥିବା ମଦନ ଲାଲ୍ ସଚିନଙ୍କ ବିଫଳ କ୍ୟାପଟେନ୍ସିକୁ ନେଇ କହିଛନ୍ତି, "ସଚିନ୍ ଭଲ କ୍ୟାପଟେନ୍ ଥିଲେ ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ସଚିନ୍ ନିଜର ପ୍ରଦର୍ଶନ ଉପରେ ଅଧିକ ଫୋକସ୍ କରୁଥିଲେ, ଯେଉଁ କାରଣରୁ ସେ ଟିମକୁ ଠିକ୍ ଭାବେ ପରଖି ପାରୁନଥିଲେ। ମୋ ମତରେ ଜଣେ କ୍ୟାପଟେନ୍ ସେତେବେଳେ ସଫଳ ହେବ, ଯେତେବେଳେ ସେ ନିଜ ପ୍ରଦର୍ଶନ ସହ ଟିମର ବାକି ସଦସ୍ୟଙ୍କୁ ଭଲ ପ୍ରଦର୍ଶନ କରାଇବା ପାଇଁ ପ୍ରୋତ୍ସାହନ ଯୋଗାଇଥାଏ। ତେଣିକି କ୍ୟାପଟେନ୍ ଏହାକୁ କିପରି ହ୍ୟାଣ୍ଡଲ୍ କରୁଛି, ତାହା ତାଙ୍କ ଉପରେ ନିର୍ଭର କରେ।"

Advertisment

publive-imageସଚିନଙ୍କ ବ୍ୟାଟିଂକୁ ନେଇ ମଦନ ଲାଲ୍ କହିଛନ୍ତି, "ସଚିନ୍ କ୍ରିକେଟକୁ ଭଲଭାବେ ଅଧ୍ୟୟନ କରିଥିଲେ। ସଚିନଙ୍କ ଭଳି ଟେକନିକ୍ ହୁଏତ କୌଣସି କ୍ରିକେଟରଙ୍କ ପାଖରେ ଦେଖିବାକୁ ମିଳେ ନାହିଁ। ତା' ଛଡ଼ା ସଚିନ ବିପକ୍ଷ ଦଳର ବୋଲରଙ୍କୁ ଯଥେଷ୍ଟ ସମ୍ମାନ ଦିଅନ୍ତି ଏବଂ ଏଥିପାଇଁ ତାଙ୍କୁ ବ୍ୟାଟିଂ ମହାରଥୀ କୁହାଯାଏ। ସଚିନଙ୍କ ଆଉଏକ ବଡ଼ କଥା ହେଉଛି, ସେ ଟିମର ସାଥୀ ଖେଳାଳିଙ୍କ ସହ ନିଜ ଭୁଲ୍ ଶେଆର୍ କରନ୍ତି। ଏପରିକି ତାଙ୍କୁ କେମିତି ବୋଲିଂ କରାଯିବ, ତାହା ମଧ୍ୟ ବୋଲରଙ୍କୁ କହୁଥିଲେ। ଆଉ ସଚିନଙ୍କ ସବୁଠାରୁ ଭଲ ଗୁଣ ହେଉଛି, ସେ ସମସ୍ତଙ୍କଠାରୁ କିଛି ନା କିଛି ଟିପ୍ସ ନିଅନ୍ତି। ଏହି କାରଣରୁ ହିଁ ସଚିନ ଦୁନିଆର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି।"

publive-imageସୂଚନାଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ ମାରିଥିବା ସଚିନ ଉଭୟ ଟେଷ୍ଟ ଓ ଦିନିକିଆରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସଚିନ ୨୦୦ ଟେଷ୍ଟ ମ୍ୟାଚ୍ ଖେଳି ୫୩.୭୮ ହାରରେ ୧୫୯୨୧ ରନ୍ କରିଛନ୍ତି, ଯେଉଁଥିରେ ୫୧ ଶତକ ଓ ୬୮ ଅର୍ଦ୍ଧଶତକ ସାମିଲ୍ ଅଛି। ସେହିପରି ସେ ୪୬୩ ଦିନିକିଆରେ ୪୪.୮୩ ହାରରେ ୪୯ ଶତକ ଓ ୯୬ ଅର୍ଦ୍ଧଶତକ ସହ ୧୮୪୨୬ ରନ୍ କରିଛନ୍ତି। ସଚିନ ନିଜ କ୍ୟାରିୟରରେ ଏକମାତ୍ର ଟି-୨୦ ମ୍ୟାଚ୍ ଖେଳି ମାତ୍ର ୧୦ ରନ୍ କରିଛନ୍ତି।

Advertisment
Sachin Tendulkar Cricket Indian Cricket Team Madan Lal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ