Advertisment

ଇଂଲିଶ୍ ଟିମ୍‌କୁ ତା' ଘରେ ଧୂଳି ଚଟାଇଲା ୱେଷ୍ଟଇଣ୍ଡିଜ୍

ସାଉଥମ୍ପଟନ୍: ଦମଦାର ବୋଲିଂ ଓ ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜ୍ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଆୟୋଜକ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। କରୋନା ମହାମାରୀ ଯୋଗୁ ବିନା ଦର୍ଶକରେ ଖେଳାଯାଉଥିବା ଏହି ମ୍ୟାଚରେ ଇଣ୍ଡିଜ୍ ସବୁ ବିଭାଗରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି। ଘରୋଇ ଟିମ୍ ଇଣ୍ଡିଜ୍ ଆଗରେ ୨୦୦ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ୬ ୱିକେଟ୍‌ ହରାଇ ଏହି ଲକ୍ଷ୍ୟକୁ ହାସଲ […]

author-image
Ranjeet Kumar Jena
ଇଂଲିଶ୍ ଟିମ୍‌କୁ ତା' ଘରେ ଧୂଳି ଚଟାଇଲା ୱେଷ୍ଟଇଣ୍ଡିଜ୍

wi1

ସାଉଥମ୍ପଟନ୍: ଦମଦାର ବୋଲିଂ ଓ ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜ୍ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଆୟୋଜକ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। କରୋନା ମହାମାରୀ ଯୋଗୁ ବିନା ଦର୍ଶକରେ ଖେଳାଯାଉଥିବା ଏହି ମ୍ୟାଚରେ ଇଣ୍ଡିଜ୍ ସବୁ ବିଭାଗରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି। ଘରୋଇ ଟିମ୍ ଇଣ୍ଡିଜ୍ ଆଗରେ ୨୦୦ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ୬ ୱିକେଟ୍‌ ହରାଇ ଏହି ଲକ୍ଷ୍ୟକୁ ହାସଲ କରି ଜବରଦସ୍ତ ବିଜୟଲାଭ କରିଛି। ଇଣ୍ଡିଜ୍ ପକ୍ଷରୁ ଜର୍ମେନ୍ ବ୍ଲାକଉଡ୍ ସର୍ବାଧିକ ୯୫ ରନର ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଛନ୍ତି।

Advertisment

୨୦୦ ରନର ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରୁଥିବା ଇଣ୍ଡିଜ୍ ଟିମକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଦଳ ୨୭ ରନରେ ତା'ର ଶୀର୍ଷ ତିନିଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ଓପ୍ନର କ୍ରେଗ୍ ବ୍ରାଥୱେଟ୍ (୪), ଶାଇ ହୋପ୍ (୯) ଓ ଶାମରା ବ୍ରୁକ୍ସ (୦) ଦୁଇ ଅଙ୍କ ଛୁଇଁପାରି ନଥିଲେ। ଅନ୍ୟତମ ଓପ୍ନର ଜନ୍ କ୍ୟାମ୍ପବେଲ୍‌ ୧ ରନ୍ କରିଥିବା ବେଳେ ରିଟାୟର୍ଡ ହର୍ଟ ହୋଇ ପ୍ୟାଭିଲିୟନ୍ ଫେରିଥିଲେ।

publive-imageଏହା ପରେ ରୋଷ୍ଟନ୍ ଚେଜ୍ ଓ ଜର୍ମେନ୍ ବ୍ଲାକଉଡ୍ ଚତୁର୍ଥ ୱିକେଟ୍ ପାଇଁ ୭୩ ରନର ପାର୍ଟନରଶିପ୍ କରି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଚେଜ୍ ବ୍ୟକ୍ତିଗତ ୩୭ ରନ୍ କରି ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ବ୍ଲାକଉଡ୍ ନିଜର ଜବରଦସ୍ତ ବ୍ୟାଟିଂ ଜାରି ରଖି ୱିକେଟକିପର ବ୍ୟାଟ୍ସମ୍ୟାନ୍ ଶେନ୍ ଡାଓରିଚଙ୍କ ସହ ମିଶି ଆଉ ଏକ ଅର୍ଦ୍ଧଶତକୀୟ (୬୮) ଭାଗିଦାରୀ କରିଥିଲେ।

Advertisment

ଡାଓରିଚ୍ ୨୦ ରନ୍ କରି ବେନ୍ ଷ୍ଟୋକ୍ସଙ୍କ ବଲରେ ଜୋଶ୍ ବଟଲରଙ୍କୁ କ୍ୟାଚ୍ ଦେଇ ବସିଥିଲେ। ବ୍ଲାକଉଡ୍ ନିଜର ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ମଧ୍ୟ ଷ୍ଟୋକ୍ସ ନିଜର ଶିକାର ହୋଇଥିଲା। ସେ ୧୫୪ ବଲରେ ୧୨ ଚୌକା ସହ ୯୫ ରନ୍ କରିଥିଲେ। ଏହା ପରେ ରିଟାୟର୍ଡ ହର୍ଟ ହୋଇଥିବା କ୍ୟାମ୍ପବେଲ୍ (୮*) ଓ କ୍ୟାପଟେନ୍ ଜେସନ୍ ହୋଲ୍ଡର (୧୪*) ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳକୁ ସହଜ ବିଜୟ ଭେଟି ଦେଇଥିଲେ। ଇଂଲଣ୍ଡ ପକ୍ଷରୁ ଆର୍ଚର୍ ୩ଟି ଓ ଷ୍ଟୋକ୍ସ ୨ଟି ୱିକେଟ୍‌ ନେଇଥିଲେ।

publive-imageଏହା ପୂର୍ବରୁ ଇଂଲଣ୍ଡ ରବିବାର ସକାଳେ ଆଉ ୨୯ ରନ୍ ଯୋଡ଼ି ୨ୟ ଇନିଂସରେ ମୋଟ ୩୧୩ ରନ୍ କରି ଅଲଆଉଟ୍ ହୋଇଥିଲା। ଆର୍ଚର ୨୩ ରନ୍ ଓ ମାର୍କ ଉଡ୍ ୨ ରନ୍ କରି ଆଉଟ୍‌ ହୋଇଥିଲେ। ଇଣ୍ଡିଜ୍ ପକ୍ଷରୁ ଶାନନ୍ ଗାବ୍ରିଏଲ୍ ୫ଟି, ଚେଜ୍ ଓ ଅଲଜାରୀ ଜୋସେଫ୍ ୨ଟି ଲେଖାଏ ସଫଳତା ପାଇଥିଲେ। ଉକ୍ତ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୦୪ ରନ୍ କରିଥିବା ବେଳେ ଇଣ୍ଡିଜ୍ ୩୧୮ ରନ୍ କରି ୧୧୪ ରନର ଅଗ୍ରଣୀ ହାସଲ କରିଥିଲା।

Advertisment
Advertisment