/odishatv-khabar/media/post_attachments/uploadimage/library/16_9/16_9_0/jhili_1626687866.jpg)
jhili
ଭୁବନେଶ୍ୱର : ଓଡ଼ିଶାର ଜଣାଶୁଣା ଭାରୋତ୍ତୋଳିକା ଝିଲ୍ଲି ଦଳବେହେରାଙ୍କୁ ପ୍ରଦାନ କରାଯାଇଛି ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର । ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ଏହି ଉତ୍ସବରେ ଝିଲ୍ଲୀଙ୍କୁ ସମ୍ମାନିତ କରାଯାଇଛି ।
Advertisment
ପୁରସ୍କାର ବାବଦ ଝିଲ୍ଲୀଙ୍କୁ ନଗଦ ୫ ଲକ୍ଷ ଟଙ୍କା, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି । କମନ୍ୱେଲଥ ସ୍ୱର୍ଣ୍ଣ ପଦକ ବିଜେତା ରେସଲର ବବିତା ଫୋଗଟ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ତାଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ରାଜ୍ୟର ଅନ୍ୟ ଦୁଇ କ୍ରୀ଼ଡ଼ାବିତଙ୍କୁ ବି ସମ୍ବର୍ଦ୍ଧିତ କରାଯାଇଛି । ସେମାନେ ହେଲେ ଫୁଟବଲ ତାରକା ଯବାମଣି ଟୁଡୁ ଓ ହକି ତାରକା ନମିତା ଟପ୍ପୋ। କ୍ରୀଡ଼ାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରତିବର୍ଷ ଇମ୍ଫା ପକ୍ଷରୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଏ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)