Advertisment

ICCର ଏହି ପୁରସ୍କାର ଦୌଡ଼ରେ ବିରାଟ; ରୋହିତ, ଅଶ୍ୱନୀ ଓ ଧୋନୀ ବି ପୁରସ୍କାର ତାଲିକାରେ ସାମିଲ୍‌

ମୁମ୍ବାଇ: ICC ପ୍ଲେୟାର ଅଫ୍‌ ଦି ଡିକେଡ୍‌ ବା ଦଶନ୍ଧିର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଟିମ୍‌ ଇଣ୍ଡିଆଟର କ୍ୟାପ୍ଟେନ୍ ବିରାଟ କୋହଲି ମନୋନୀତ ହୋଇଛନ୍ତି। ବିରାଟଙ୍କ ସହିତ ଅନ୍ୟ ୫ ଜଣ ଖେଳାଳି ମଧ୍ୟ ICCର ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏହି ପୁରସ୍କାରର ସହିତ କୋହଲି ଶ୍ରେଷ୍ଠ ବର୍ଗରେ ଚୟନ ହୋଇଥିଲେ ବି ଅନ୍ୟବର୍ଗ ଯଥା ODI, T20I, ଓ ଟେଷ୍ଟ ଖେଳାଳି ତଥା ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ବର୍ଗରେ ବି […]

author-image
Otv Khabar Bureau
ଅଦ୍ୟତନ ହୋଇଛି
ICCର ଏହି ପୁରସ୍କାର ଦୌଡ଼ରେ ବିରାଟ; ରୋହିତ, ଅଶ୍ୱନୀ ଓ ଧୋନୀ ବି ପୁରସ୍କାର ତାଲିକାରେ ସାମିଲ୍‌

cricketrr

ମୁମ୍ବାଇ: ICC ପ୍ଲେୟାର ଅଫ୍‌ ଦି ଡିକେଡ୍‌ ବା ଦଶନ୍ଧିର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଟିମ୍‌ ଇଣ୍ଡିଆଟର କ୍ୟାପ୍ଟେନ୍ ବିରାଟ କୋହଲି ମନୋନୀତ ହୋଇଛନ୍ତି। ବିରାଟଙ୍କ ସହିତ ଅନ୍ୟ ୫ ଜଣ ଖେଳାଳି ମଧ୍ୟ ICCର ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

Advertisment

ଏହି ପୁରସ୍କାରର ସହିତ କୋହଲି ଶ୍ରେଷ୍ଠ ବର୍ଗରେ ଚୟନ ହୋଇଥିଲେ ବି ଅନ୍ୟବର୍ଗ ଯଥା ODI, T20I, ଓ ଟେଷ୍ଟ ଖେଳାଳି ତଥା ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ବର୍ଗରେ ବି ମନୋନୀତ ହୋଇଛନ୍ତି। ବିରାଟଙ୍କ ସହିତ ICCର ଦଶନ୍ଧିର ଶ୍ରେଷ୍ଠ ଖେଳାଳି ପୁରସ୍କାରରେ ଆର୍‌ ଅଶ୍ୱନୀଙ୍କ ନାଁ ବି ରହିଛି। ଦ୍ୱିତୀୟ ଭାରତୀୟ କ୍ରିକେଟର ଭାବେ ଅଶ୍ୱନୀଙ୍କ ନାଁ ମନୋନୀତ ହୋଇଛି। ଏହି ଦୁଇ ଭାରତୀୟ କ୍ରିକେଟ ଷ୍ଟାରଙ୍କ ବ୍ୟତୀତ ଇଂଲଣ୍ଡର ଜୋ ରୁଟ୍, ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନ୍, ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍, ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା ମଧ୍ୟ ଏହି ଦୌଡ଼ରେ ରହିଛନ୍ତି।

କ୍ୟାଟେଗୋରୀ ଓ ମନୋନୀତ ଭାରତୀୟ ଖେଳାଳି –

ଓଡିଆଇ ପ୍ଲେୟାର୍‌ ଅଫ୍‌ ଦି ଡିକେଡ୍‌- ଏହି କ୍ୟାଟେଗୋରୀରେ ସର୍ବାଧିକ ତିନିଜଣ ଭାରତୀୟ ସ୍ଥାନ ପାଇଛନ୍ତି। ସେମାନେ ହେଲେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଏମ୍‌ଏସ୍ ଧୋନୀ। ଏହାପରେ ଟେଷ୍ଟ ପ୍ଲେୟାର ଅଫ୍‌ ଦି ଡିକେଡ୍ କ୍ୟାଟୋଗୋରୀରେ ବିରାଟଙ୍କ ନାଁ ସ୍ଥାନ ପାଇଥିବା ବେଳେ ଟି-୨୦ ପ୍ଲେୟାର ଅଫ୍‌ ଦି ଡିକେଡ୍‌ରେ ଜଣେ ମାତ୍ର ରୋହିତ ଶର୍ମା ମନୋନୀତ ହୋଇଛନ୍ତି।

Advertisment

ICC ଓମେନ୍‌ ପ୍ଲେୟାର ଅଫ୍‌ ଦି ଡିକେଡ୍- ଏହି କ୍ୟାଟେଗୋରୀରେ ଜଣେ ମାତ୍ର ଇଣ୍ଡିଆନ୍‌ କ୍ରିକେଟର୍‌ ମିତାଲି ରାଜଙ୍କ ନାଁ ମନୋନୀତ ହୋଇଛି। ମହିଳା ଟି-୨୦ ପ୍ଲେୟାର ଅଫ୍‌ ଦି ଡିକେଡ୍‌ରେ କୌଣସି ଭାରତୀୟ ମହିଳା ଖେଳାଳି ସ୍ଥାନ ପାଇ ନାହାନ୍ତି। ସେହିଭଳି ମହିଳା ଓଡିଆଇ ପ୍ଲେୟାର ଅଫ୍‌ ଦି ଡିକେଡ୍‌ରେ କେବଳ ଜଣିଏ ଝୁଲଣ ଗୋସ୍ୱାମୀଙ୍କ ନାଁ ମନୋନୀତ ହୋଇଛି। ICC ସ୍ପିରିଟ୍‌ ଅପ୍‌ କ୍ରିକେଟ୍ ଆୱାର୍ଡ ଅଫ୍‌ ଦି ଡିକେଡ୍‌ ପାଇଁ ବିରାଟ କୋହଲିଙ୍କ ନାଁ ସ୍ଥାନ ପାଇଛି।

Advertisment
Advertisment