Advertisment

ଧୋନି ବାହିନୀକୁ ୧୭୦ ରନ୍‌ର ଟାର୍ଗେଟ୍‌ ଦେଲା ଆରସିବି

ଦୁବାଇ: ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି। ବିରାଟଙ୍କ ଦୃଢ଼ ବ୍ୟାଟିଂ ବଳରେ ବାଙ୍ଗାଲୋର ୨୦ ଓଭର୍‌ରେ ୪ ୱିକେଟ ହରାଇ ୧୬୯ ରନର ସ୍କୋର କରିଛି। ଫଳରେ ଚେନ୍ନାଇ ସୁପର କିଙ୍ଗସ ଆଗରେ ୧୭୦ ରନ୍‌ର ଟାର୍ଗେଟ ରହିଛି। ଟସ୍‌ ଜିତି ପ୍ରଥମେ ବିରାଟ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଦଳ ୩ୟ ଓଭର୍‌ରେ ଆରୋନ ଫିଞ୍ଚ(୨)ଙ୍କୁ ହରାଇଥିଲା। ଏହାପରେ ଦେବଦତ୍ତ […]

author-image
Otv Khabar Bureau
ଧୋନି ବାହିନୀକୁ ୧୭୦ ରନ୍‌ର ଟାର୍ଗେଟ୍‌ ଦେଲା ଆରସିବି

1

ଦୁବାଇ: ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି। ବିରାଟଙ୍କ ଦୃଢ଼ ବ୍ୟାଟିଂ ବଳରେ ବାଙ୍ଗାଲୋର ୨୦ ଓଭର୍‌ରେ ୪ ୱିକେଟ ହରାଇ ୧୬୯ ରନର ସ୍କୋର କରିଛି। ଫଳରେ ଚେନ୍ନାଇ ସୁପର କିଙ୍ଗସ ଆଗରେ ୧୭୦ ରନ୍‌ର ଟାର୍ଗେଟ ରହିଛି।

Advertisment

ଟସ୍‌ ଜିତି ପ୍ରଥମେ ବିରାଟ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଦଳ ୩ୟ ଓଭର୍‌ରେ ଆରୋନ ଫିଞ୍ଚ(୨)ଙ୍କୁ ହରାଇଥିଲା। ଏହାପରେ ଦେବଦତ୍ତ ପାଡିକ୍କଲ ଓ ବିରାଟ କୋହଲି ସ୍ଥିତି ସମ୍ଭାଳି ୧୦.୨ ଓଭର୍‌ରେ ଦଳ ପାଇଁ ମାତ୍ର ୬୬ ରନ୍‌ ସଂଗ୍ରହ କରିଥିଲେ। ପାଡିକ୍କଲ ୩୩ ରନ୍‌ କରି ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ଆଉଟ ହୋଇଯାଇଥିଲେ।

କିନ୍ତୁ ବିରାଟ କୋହଲି ଦମଦାର ବ୍ୟାଟିଂ କରି ଏକାକୀ ଲଢ଼େଇ କରିଥିଲେ। ବିରାଟ ୫୨ ବଲ୍‌ରେ ୯୦ ରନ୍‌ କରି ଅପରାଜିତ ରହିଥିବା ବେଳେ ଶିବମ ଦୁବେ ୧୪ ବଲରେ ୨୨ ରନ୍‌ର ଇନିଂସ୍‌ ଖେଳିଛନ୍ତି। ଏହି ଇନିଂସ୍‌ରେ ବିରାଟ ୪ଟି ଛକା ଓ ୪ଟି ଚୌକା ମାରିଥିଲେ। ବିରାଟ ଓ ଶିବମ ଦୁବେଙ୍କ ପାଇଁ ବାଙ୍ଗାଲୋର ୧୬୯ ରନ୍‌ କରିବାକୁ ସକ୍ଷମ ହୋଇଛି।

Advertisment
Advertisment
Advertisment