Advertisment

IPL 2020 News: କାହା ପାଇଁ ପଲଟିଲା ବାଜି, ଜବାବ ଦେଲେ ବିରାଟ୍ କୋହଲି

ଦୁବାଇ: ଯୁବ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପାଦିକଲ ଓ ଅଭିଜ୍ଞ ଏବି ଡିଭିଲିୟର୍ସଙ୍କ ଅର୍ଦ୍ଧଶତକ ପରେ ୟୁଜବେନ୍ଦ୍ର ଚହଲଙ୍କ ଚମତ୍କାର ବୋଲିଂ ବଳରେ ରୟାଲ୍ ଚ୍ୟାଲେଞ୍ଜର୍ ବାଙ୍ଗାଲୋର (ଆରସିବି) ସୋମବାର ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଆରସିବି ଗତ ତିନୋଟି ସଂସ୍କରଣ ପରେ ଟୁର୍ଣ୍ଣାମେଣ୍ଟରେ ତା’ର ପ୍ରଥମ ମ୍ୟାଚରେ ବିଜୟୀ ହୋଇ ପରାଜୟଧାରା ଭାଙ୍ଗିଛି। ଏହା ପୂର୍ବରୁ ୨୦୧୭, ୨୦୧୮ ଏବଂ ୨୦୧୯ ସଂସ୍କରଣରେ ଆରସିବି ତା’ର ପ୍ରଥମ ମୁକାବିଲାରେ ପରାସ୍ତ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
IPL 2020 News: କାହା ପାଇଁ ପଲଟିଲା ବାଜି, ଜବାବ ଦେଲେ ବିରାଟ୍ କୋହଲି

cb

ଦୁବାଇ: ଯୁବ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପାଦିକଲ ଓ ଅଭିଜ୍ଞ ଏବି ଡିଭିଲିୟର୍ସଙ୍କ ଅର୍ଦ୍ଧଶତକ ପରେ ୟୁଜବେନ୍ଦ୍ର ଚହଲଙ୍କ ଚମତ୍କାର ବୋଲିଂ ବଳରେ ରୟାଲ୍ ଚ୍ୟାଲେଞ୍ଜର୍ ବାଙ୍ଗାଲୋର (ଆରସିବି) ସୋମବାର ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଆରସିବି ଗତ ତିନୋଟି ସଂସ୍କରଣ ପରେ ଟୁର୍ଣ୍ଣାମେଣ୍ଟରେ ତା'ର ପ୍ରଥମ ମ୍ୟାଚରେ ବିଜୟୀ ହୋଇ ପରାଜୟଧାରା ଭାଙ୍ଗିଛି। ଏହା ପୂର୍ବରୁ ୨୦୧୭, ୨୦୧୮ ଏବଂ ୨୦୧୯ ସଂସ୍କରଣରେ ଆରସିବି ତା'ର ପ୍ରଥମ ମୁକାବିଲାରେ ପରାସ୍ତ ହୋଇଥିଲା।

Advertisment

ମ୍ୟାଚ୍ ଜିତିବା ପରେ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ସାଥୀ ଖେଳାଳିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ବିଶେଷକରି ଆରସିବି ବିଜୟରେ ମୁଖ୍ୟ ଭୂମିକା ବହନ କରିଥିବା ୟୁଜବେନ୍ଦ୍ର ଚହଲଙ୍କୁ ସବୁ ଶ୍ରେୟ ଦେଇଛନ୍ତି। କୋହଲି କହିଛନ୍ତି, ସତ କହିବାକୁ ଗଲେ ଏହା ଏକ ଚମତ୍କାର ମ୍ୟାଚ୍ ଥିଲା। ଗତ ବର୍ଷ ଫଳାଫଳ ଆମ ସପକ୍ଷରେ ନଥିଲା। କିନ୍ତୁ ଆମେ ହତାଶ ହୋଇନଥିଲୁ। ଚଳିତ ସଂସ୍କରଣର ପ୍ରଥମ ମ୍ୟାଚରେ ଆମେ ଧୈର୍ଯ୍ୟ ବଜାୟ ରଖିଥିଲୁ ଏବଂ ଚହଲ୍ ପୂରା ମ୍ୟାଚକୁ ଆମ ସପକ୍ଷରେ କରିଥିଲେ। ଏହି ବିଜୟ ସହ ଚହଲ୍ ପ୍ରମାଣିତ କରିଛନ୍ତି ଯେ ଯଦି ଜଣଙ୍କ ପାଖରେ କୌଶଳ ଅଛି, ତାହେଲେ ନିଶ୍ଚୟ ୱିକେଟ୍ ନେଇପାରିବେ।

ଚଳିତ ଲିଗର ତୃତୀୟ ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୩ ରନ୍ କରିଥିଲା। ଦଳ ପକ୍ଷରୁ ପାଦିକଲ ୪୨ ବଲରେ ୮ ଚୌକା ସହ ୫୬, ଏବି ଡି'ଭିଲିୟର୍ସ ୩୦ ବଲରେ ୪ ଚୌକା ଓ ୨ ଛକା ସହ ୫୧, ଆରୋନ୍ ଫିଞ୍ଚ୍ ୨୯ ଓ କ୍ୟାପଟେନ୍ କୋହଲି ୧୪ ରନ୍ କରିଥିଲେ। ସନରାଇଜର୍ସ ପକ୍ଷରୁ ଟି. ନଟରାଜନ୍, ବିଜୟ ଶଙ୍କର ଓ ଅଭିଷେକ ଶର୍ମା ଗୋଟିଏ ଲେଖାଏ ସଫଳତା ପାଇଥିଲେ।

Advertisment

୧୬୪ ରନର ଲକ୍ଷ୍ୟର ପିଛା କରୁଥିବା ସନରାଇଜର୍ସ ୧୯.୪ ଓଭରରେ ୧୫୩ ରନ୍ କରି ଅଲଆଉଟ୍ ହୋଇଥିଲା। କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର (୬) ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିବା ବେଳେ ଜନ୍ନି ବେୟାରଷ୍ଟୋ ଓ ମନିଷ ପାଣ୍ଡେ ଭଲ ବ୍ୟାଟିଂ କରି ଟିମକୁ ବିଜୟ ନିକଟତର କରାଇଥିଲେ। କିନ୍ତୁ ଏହି ଯୋଡ଼ିକୁ ଭାଙ୍ଗି ଚହଲ୍ ଆରସିବିକୁ ମ୍ୟାଚରେ କମବ୍ୟାକ୍ କରାଇଥିଲେ। ବେୟାରଷ୍ଟୋ ୪୩ ବଲରେ ୬୧ (୬ ଚୌକା, ୨ ଛକା) ଓ ମନିଷ ୩୪ ରନ୍ କରିଥିଲେ। ଆରସିବି ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଚହଲ୍ ୧୮ ରନ୍ ଦେଇ ୩ଟି, ନଭଦୀପ ସାଇନି ଓ ଶିବମ ଦୁବେ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

IPL 2020 News In Odia
Advertisment
Advertisment