Advertisment

ପୁଣି ଏକ ରେକର୍ଡ କଲେ କୋହଲି

ଇନ୍ଦୋର: ଟିମ୍ ଇଣ୍ଡିଆ କ୍ୟାପଟେନ୍ ପ୍ରତି ମ୍ୟାଚରେ କିଛି ନା କିଛି ରେକର୍ଡ କରୁଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ କୋହଲି କ୍ୟାପଟେନ୍ ଭାବେ ଟି-୨୦ରେ ୧ହଜାର ରନ୍ ପୂରଣ କରିଛନ୍ତି। ଏହି ମାମଲାରେ ସେ ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ କ୍ଲବରେ ସାମିଲ୍ ହୋଇଛନ୍ତି। କ୍ୟାପଟେନ୍ ଭାବେ ଧୋନି ୬୨ ମ୍ୟାଚରେ ୧୧୧୨ ରନ୍ କରିଛନ୍ତି। ତେବେ କୋହଲି ମାତ୍ର ୩୦ ଇନିଂସରେ ୧୦୦୬ ରନ୍ କରିଛନ୍ତି। ଓଭରଅଲ୍ ଦେଖିବାକୁ ଗଲେ, […]

author-image
Pradesh Pratyush
ପୁଣି ଏକ ରେକର୍ଡ କଲେ କୋହଲି

kohli

ଇନ୍ଦୋର: ଟିମ୍ ଇଣ୍ଡିଆ କ୍ୟାପଟେନ୍ ପ୍ରତି ମ୍ୟାଚରେ କିଛି ନା କିଛି ରେକର୍ଡ କରୁଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ କୋହଲି କ୍ୟାପଟେନ୍ ଭାବେ ଟି-୨୦ରେ ୧ହଜାର ରନ୍ ପୂରଣ କରିଛନ୍ତି। ଏହି ମାମଲାରେ ସେ ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ କ୍ଲବରେ ସାମିଲ୍ ହୋଇଛନ୍ତି।

Advertisment

କ୍ୟାପଟେନ୍ ଭାବେ ଧୋନି ୬୨ ମ୍ୟାଚରେ ୧୧୧୨ ରନ୍ କରିଛନ୍ତି। ତେବେ କୋହଲି ମାତ୍ର ୩୦ ଇନିଂସରେ ୧୦୦୬ ରନ୍ କରିଛନ୍ତି। ଓଭରଅଲ୍ ଦେଖିବାକୁ ଗଲେ, କୋହଲି ବିଶ୍ୱର ଷଷ୍ଠ କ୍ୟାପଟେନ୍ ଭାବେ ଟି-୨୦ରେ ୧ହଜାର ରନର ମାଇଲଖୁଣ୍ଟ ହାସଲ କରିଛନ୍ତି। ତେବେ କୋହଲି ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଦ୍ରୁତ ୧ହଜାର ରନ୍ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି।

କୋହଲି ମଧ୍ୟ ଏହି ମ୍ୟାଚରେ ଆଉ ଏକ ବଡ଼ ରେକର୍ଡ କରିଛନ୍ତି। ଟି-୨୦ରେ ସର୍ବାଧିକ ସ୍କୋର ମାମଲାରେ କୋହଲି ନିଜ ସାଥୀ ଖେଳାଳି ରୋହିତ୍ ଶର୍ମାଙ୍କୁ ପଛରେ ପକାଇଛନ୍ତି। ରୋହିତଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କୁ ମାତ୍ର ୧ ରନ୍ ଆବଶ୍ୟକ ହେଉଥିଲା। କୋହଲି ୭୭ ଟି-୨୦ ମ୍ୟାଚ୍ ଖେଳି ୨୬୬୩ ରନ୍ କରି ଆଗରେ ରହିଥିବା ବେଳେ ରୋହିତ୍ ୧୦୪ ମ୍ୟାଚରେ ୨୬୩୩ ରନ୍ ସହ ଦ୍ୱିତୀୟକୁ ଖସି ଆସିଛନ୍ତି।

Advertisment
Advertisment
Advertisment