Advertisment

ହକି ଖେଳରେ ମାର୍‌ପିଟ୍

ନୂଆ ଦିଲ୍ଲୀ : ନେହରୁ କପ୍  ହକି ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କ ମଧ୍ୟରେ ମାରପିଟ୍ ଘଟଣାକୁ ନେଇ କ୍ରୀଡା ଜଗତରେ ଉଦ୍‌ବେଗ।  ବହୁ ଅନ୍ତର୍ଜାତୀୟ ଓ ଜାତୀୟ ହକି ଖେଳାଳି ଏହି ଘଟଣାକୁ ନିନ୍ଦା କରିଛନ୍ତି। ଗତକାଲି ଦିଲ୍ଲୀସ୍ଥିତ ନ୍ୟାସନାଲ ଷ୍ଟାଡିୟମରେ ପଞ୍ଜାବ ପୁଲିସ ଏବଂ ପିଏନ୍‌ବି ଟିମ୍ ମଧ୍ୟରେ ନେହରୁ କପ୍ ହକି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯାଉଥିଲା।  ଏଥିରେ ହଠାତ୍ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ କଥା କଟାକଟି ହୋଇ ଗଣ୍ଡଗୋଳ ହୋଇଥିଲା । ଏପରିକି ଦୁଇ […]

author-image
Pradesh Pratyush
ହକି ଖେଳରେ ମାର୍‌ପିଟ୍

hhh

ନୂଆ ଦିଲ୍ଲୀ : ନେହରୁ କପ୍  ହକି ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କ ମଧ୍ୟରେ ମାରପିଟ୍ ଘଟଣାକୁ ନେଇ କ୍ରୀଡା ଜଗତରେ ଉଦ୍‌ବେଗ।  ବହୁ ଅନ୍ତର୍ଜାତୀୟ ଓ ଜାତୀୟ ହକି ଖେଳାଳି ଏହି ଘଟଣାକୁ ନିନ୍ଦା କରିଛନ୍ତି।

Advertisment

ଗତକାଲି ଦିଲ୍ଲୀସ୍ଥିତ ନ୍ୟାସନାଲ ଷ୍ଟାଡିୟମରେ ପଞ୍ଜାବ ପୁଲିସ ଏବଂ ପିଏନ୍‌ବି ଟିମ୍ ମଧ୍ୟରେ ନେହରୁ କପ୍ ହକି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯାଉଥିଲା।  ଏଥିରେ ହଠାତ୍ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ କଥା କଟାକଟି ହୋଇ ଗଣ୍ଡଗୋଳ ହୋଇଥିଲା । ଏପରିକି ଦୁଇ ଦଳର ଖେଳାଳିମାନେ ପରସ୍ପରକୁ ହକି ଷ୍ଟିକ୍‌ରେ ଆକ୍ରମଣ କରିଥିଲେ । ଏଥିରେ ଉଭୟ ଦଳର ବହୁ ଖେଳାଳି ଆହତ ହୋଇଥିଲେ ।

Advertisment

ପିଏନବି ପକ୍ଷରୁ ଖେଳୁଥିବା ଓଡ଼ିଆ ଖେଳାଳି ସୁମିତ ଟପ୍ପୋ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀତ ଆଘାତ ଲାଗିବା ସହ ୨ଟି ଷ୍ଟିଚ୍ ପଡିଛି । ସେପଟେ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି  ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି ନରିନ୍ଦର ବାତ୍ରା କଡା କାର୍ଯ୍ୟାନୁଷ୍ଠାନ ନେବାକୁ ହକି ଇଣ୍ଡିଆକୁ କହିଛନ୍ତି । ଅନ୍ୟପକ୍ଷରେ ନେହରୁ କପ୍ ଟୁର୍ଣ୍ଣାମେଣ୍ଟର ଆୟୋଜକ,  ଉଭୟ ଟିମ୍ ଉପରେ କଟକଣା ଜାରି କରିଛନ୍ତି ।  ପଞ୍ଜାବ ପୁଲିସକୁ ୪ ବର୍ଷ ଏବଂ ପିଏନ୍‌ବିକୁ ୨ ବର୍ଷ ପାଇଁ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ ଲାଗି ବାରଣ କରାଯାଇଛି । ସେହିପରି ଉଭୟ ଦଳର ଦୋଷୀ ଖେଳାଳିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ହକି ଇଣ୍ଡିଆକୁ ସୁପାରିଶ କରାଯାଇଛି।

Advertisment
Advertisment