Cricket Photograph: (OTV)
ଅପରାଜେୟ ଇଣ୍ଡିଆ । T-20 ବିଶ୍ବକପରେ ବିଜୟ ଧାରା ଜାରି ରଖିବା ସହିତ ଶେଷ ଲିଗ୍ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ । ଗତକାଲି ନେଦରଲାଣ୍ଡସକୁ ୧୭ ରନରେ ହରାଇ ଗୃପ୍ A ଟେବୁଲ୍ ଟପ୍ପର ହୋଇଛି ସୂର୍ଯ୍ୟସେନା । ତେବେ ନେଦରଲାଣ୍ଡସ୍ ବିରୋଧରେ ପୁଣିଥରେ ଓପନିଂ ବିଫଳତାର ସମ୍ମୁଖୀନ ହୋଇଥିଲା ଭାରତ।
ଅଭିଷେକ ଶର୍ମା ଶୂନ ରନରେ ପାଭିଲିୟନ ଫେରିଥିଲେ । ଈଶାନ କିଷନ ମଧ୍ୟ ୧୮ ରନରେ ଆଉଟ୍ ହୋଇଯାଇଥିଲେ । ତେବେ ଶିବମ ଦୁବେଙ୍କ ଦମଦାର ୬୧, ତିଳକ ବର୍ମାଙ୍କ ୩୧ ଓ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବଙ୍କ୩୪ ଦଳର ରନ ରୋଟକୁ ଆଗକୁ ବଢାଇଥିଲା । ଶେଷରେ ହାର୍ଦିକ ପାଣ୍ଡ୍ୟା ୩୦ ରନ ବଳରେ ଭାରତ ୬ ୱିକେଟ୍ ହରାଇ ୧୯୩ ରନ୍ କରିପାରିଥିଲା ।
୧୯୪ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ନେଦରଲାଣ୍ଡସ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲା । ଶେଷରେ ୭ ୱିକେଟ୍ ହରାଇ ୧୭୬ ରନରେ ଅଟକି ଯାଇଥିଲା । ବରୁଣ ଚକ୍ରବର୍ତ୍ତୀ ତିନିଟି ୱିକେଟ୍ ନେଇଥିବାବେଳେ ଅଲରାଉଣ୍ଡର ଇନିଂସ ପାଇଁ ଶିବମ୍ ଦୁବେ ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/19/cricket-2026-02-19-09-38-08.jpg)