Advertisment

ଶାହରୁଖ୍‌ ଖାନ୍‌ଙ୍କ ବିରୋଧରେ ବଡ଼ ବୟାନ ଦେଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ‘ପ୍ରିନ୍ସ ଅଫ୍ କୋଲକାତା’ ଭାବେ ଚର୍ଚ୍ଚିତ ସୌରଭ ଗାଙ୍ଗୁଲି ଏଭଳି ଜଣେ କ୍ୟାପଟେନ୍, ଯିଏ ଭାରତୀୟ କ୍ରିକେଟ୍ ଟିମକୁ ନୂଆ ଶିଖରରେ ପହଞ୍ଚାଇବାରେ ନିର୍ଣ୍ଣାୟକ ଭୂମିକା ବହନ କରିଛନ୍ତି। ଜଣେ କ୍ୟାପଟେନ୍ ଭାବେ ଗାଙ୍ଗୁଲି ସର୍ବଦା ଖେଳାଳିମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେଉଥିଲେ। କିନ୍ତୁ ତାଙ୍କ ପକ୍ଷେ ସେଭଳି ହୋଇନଥିବା ଖୋଦ୍ ‘ଦାଦା’ କହିଛନ୍ତି। ଗାଙ୍ଗୁଲି ନିଜର ଆଇପିଏଲ କ୍ୟାପଟେନ୍ସିକୁ ନେଇ ବଡ଼ ଖୁଲାସା କହିଛନ୍ତି। ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲରେ ଗାଙ୍ଗୁଲି କୋଲକାତା ନାଇଟ୍ ରାଇଡର୍ସ […]

author-image
Ranjeet Kumar Jena
ଶାହରୁଖ୍‌ ଖାନ୍‌ଙ୍କ ବିରୋଧରେ ବଡ଼ ବୟାନ ଦେଲେ ଗାଙ୍ଗୁଲି

dada

ନୂଆଦିଲ୍ଲୀ: 'ପ୍ରିନ୍ସ ଅଫ୍ କୋଲକାତା' ଭାବେ ଚର୍ଚ୍ଚିତ ସୌରଭ ଗାଙ୍ଗୁଲି ଏଭଳି ଜଣେ କ୍ୟାପଟେନ୍, ଯିଏ ଭାରତୀୟ କ୍ରିକେଟ୍ ଟିମକୁ ନୂଆ ଶିଖରରେ ପହଞ୍ଚାଇବାରେ ନିର୍ଣ୍ଣାୟକ ଭୂମିକା ବହନ କରିଛନ୍ତି। ଜଣେ କ୍ୟାପଟେନ୍ ଭାବେ ଗାଙ୍ଗୁଲି ସର୍ବଦା ଖେଳାଳିମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେଉଥିଲେ। କିନ୍ତୁ ତାଙ୍କ ପକ୍ଷେ ସେଭଳି ହୋଇନଥିବା ଖୋଦ୍ 'ଦାଦା' କହିଛନ୍ତି। ଗାଙ୍ଗୁଲି ନିଜର ଆଇପିଏଲ କ୍ୟାପଟେନ୍ସିକୁ ନେଇ ବଡ଼ ଖୁଲାସା କହିଛନ୍ତି। ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲରେ ଗାଙ୍ଗୁଲି କୋଲକାତା ନାଇଟ୍ ରାଇଡର୍ସ ଦଳର କ୍ୟାପଟେନ୍ ଥିଲେ। କିନ୍ତୁ ଏହି ଦଳର ମାଲିକ ତଥା ବଲିଉଡ୍ ବାଦ୍‌ଶାହ ଶାହରୁଖ୍ ଖାନଙ୍କ ନାଁରେ ଗାଙ୍ଗୁଲି ବଡ଼ ଅଭିଯୋଗ ଆଣିଛନ୍ତି। ଗାଙ୍ଗୁଲିଙ୍କ କହିବା ଅନୁଯାୟୀ, ଶାହରୁଖଙ୍କ ଟିମ୍ (କେକେଆର୍) କେବେବି ତାଙ୍କୁ କ୍ୟାପଟେନ୍ସି ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦେଇନଥିବା ସେ କହିଛନ୍ତି।

Advertisment

publive-image୨୦୦୮ରେ କେକେଆର୍ ଟିମର ନେତୃତ୍ୱ ନେଇଥିବା ଗାଙ୍ଗୁଲି କହିଛନ୍ତି, ଚେନ୍ନାଇ ସୁପର୍ କିଙ୍ଗସରେ ମହେନ୍ଦ୍ର ସିଂ ଧୋନି ଓ ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତ୍ ଶର୍ମାଙ୍କୁ ଯେଉଁଭଳି ସ୍ୱାଧୀନତା ମିଳିଛି, ମୁଁ ମଧ୍ୟ ଟିମରେ ସେହିଭଳି ସ୍ୱାଧୀନତା ଚାହୁଁଥିଲି। କିନ୍ତୁ ଏହା ହେଲା ନାହିଁ। କ୍ୟାପଟେନ୍ ଭାବେ ମୋତେ ସବୁ ସ୍ୱାଧୀନତା ମିଳିବା ନେଇ ଶାହରୁଖ୍ ଖାନ୍ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ତାଙ୍କ କହିବା ଏବଂ କରିବା ମଧ୍ୟରେ ବହୁତ ଫରକ ଥିଲା।

ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ସହ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି, ଏକ ଇଣ୍ଟରଭ୍ୟୁରେ ଗୌତମ ଗମ୍ଭୀର କହିଥିଲେ ଯେ ଶାହରୁଖ୍ ତାଙ୍କୁ ନେତୃତ୍ୱ ନେବା ପାଇଁ ପୂରା ସ୍ୱାଧୀନତା ଦେଇଛନ୍ତି। ୨୦୦୮ରେ ମୁଁ ମଧ୍ୟ ଶାହରୁଖଙ୍କୁ ସେୟା କହିଥିଲି। କିନ୍ତୁ ମୋ ସହ ଏହା ହେଲା ନାହିଁ। ଗୋଟିଏ ଆଇପିଏଲ୍ ସେତେବେଳେ ଭଲ ଟିମ୍ ହେବ, ଯେତେବେଳେ ସେହି ଟିମର ସବୁ ଦାୟିତ୍ୱ ଖେଳାଳିଙ୍କ ଉପରେ ଛଡ଼ାଯିବ। ଚେନ୍ନାଇ ସୁପରକିଙ୍ଗସକୁ ଯଦି ଦେଖିବା, ତାହେଲେ ତାକୁ ଧୋନି ହ୍ୟାଣ୍ଡଲ୍ କରୁଛନ୍ତି। ଏପରିକି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ପାଖକୁ କେହି କୁହନ୍ତି ନାହିଁ ଯେ ତୁମେ ଏହି ଖେଳାଳିଙ୍କୁ ଚୟନ କର। ଏହି କ୍ଷେତ୍ରରେ ମୁଖ୍ୟ କଥା ହେଉଛି ଚିନ୍ତାଧାରା।

Advertisment

ସେହି ସମୟରେ କେକେଆର୍ କୋଚ୍ ଜନ୍ ବୁକାନନ୍ ଟିମରେ ୪ଜଣ କ୍ୟାପଟେନ୍ ଚାହୁଁଥିଲେ। ବୁକାନନଙ୍କ ସହ ମୋର ସମସ୍ୟା ପ୍ରଥମ ସିଜନର ଶେଷଆଡକୁ ଆରମ୍ଭ ହୋଇଥିଲା। ତେବେ ସମସ୍ୟା ମୁଁ ନଥିଲି ବରଂ ସମସ୍ୟା ଥିଲା ଗୋଟିଏ କ୍ୟାପଟେନ୍। ଆମ ପାଖରେ ବ୍ରେଣ୍ଡନ୍ ମ୍ୟାକକୁଲମ୍ ଏବଂ ଜଣେ ବୋଲିଂ କ୍ୟାପଟେନ୍ ମଧ୍ୟ ଥିଲେ। ତେଣୁ ଏସବୁ ପାଇଁ କେକେଆର୍ ଆଇପିଏଲର ପ୍ରାରମ୍ଭିକ ସିଜନରେ ବିଫଳ ହେଲା ବୋଲି ଗାଙ୍ଗୁଲି କହିଛନ୍ତି।

publive-imageସୂଚନାଯୋଗ୍ୟ, ଶାହରୁଖ୍ ଖାନ୍ ଯେତେବେଳେ ଗମ୍ଭୀରଙ୍କୁ ସବୁ ସ୍ୱାଧୀନତା ଦେଲେ, ତା' ପରଠାରୁ କୋଲାକାତା ନାଇଟ୍ ରାଇଡର୍ସର ଭାଗ୍ୟ ବଦଳି ଯାଇଥିଲା। ତାଙ୍କ ନେତୃତ୍ୱରେ ଟିମ୍ ଦୁଇଥର ଆଇପିଏଲ୍ ଟାଇଟଲ୍ ଜିତିଛି। ଯଦି ଶାହରୁଖ୍ ଖାନ୍ ଓ ତାଙ୍କ କୋଚ୍ ଜନ୍ ବୁକାନନ୍ ଗାଙ୍ଗୁଲିଙ୍କୁ ମଧ୍ୟ ସେହିଭଳି ସ୍ୱାଧୀନତା ଦେଇଥାନ୍ତେ, ତାହେଲେ ନାଇଟ୍ ରାଇଡର୍ସ ହୁଏତ ଅଧିକ ଟାଇଟଲ୍ ଜିତିପାରିଥାନ୍ତା।

Advertisment
Advertisment