/odishatv-khabar/media/post_attachments/uploadimage/library/16_9/16_9_0/cricket_1626693898.jpg)
cricket
ଇଂଲଣ୍ଡ : ଅାଜିଠୁ ଅାରମ୍ଭ ହେଉଛି ବହୁ ପ୍ରତୀକ୍ଷିତ ଟେଷ୍ଟ ସିରିଜ୍। ଇଂଲଣ୍ଡ ସହ ଭାରତ ଖେଳିବ ୫ଟିକିଅା ଟେଷ୍ଟ ସିରିଜ୍। ଶେଷ ଥର ପାଇଁ ୨୦୧୧ରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍ ହାରିବା ପରେ ପୁଣି ଥରେ ଇଂଲଣ୍ଡ ଗସ୍ତ କରିଛି ଟିମ୍ ଇଣ୍ଡିଅା।
ଚଳିତ ବର୍ଷ ସିରିଜ ବିଜୟ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଅା। ହେଲେ ଘରୋଇ ପରିବେଶରୁ ପୁରା ଫାଇଦା ଉଠାଇବାକୁ ଚେଷ୍ଟା କରିବ ଇଂଲଣ୍ଡ ଟିମ୍। ନୂଅା ଦଳ , ନୂଅା ଅଧିନାୟକ ଓ ନୂଅା କୋଚ୍ । ଫିଟ୍ ଏଣ୍ଡ ଫାଇନ୍। ୟୁଥ୍ ବ୍ରିଗେଡ୍ ୨୦୧୧ ପରାଜୟର ପ୍ରତିଶୋଧ ମୁଡ୍ରେ। ଘରୋଇ ପରିବେଶରେ ଇଂଲିସ୍ ଟିମ୍କୁ ଧୂଳି ଚଟାଇବା ଲକ୍ଷ୍ୟରେ ଏବେ ଟିମ୍ ଇଣ୍ଡିଅା। କାଲି ଠାରୁ ଅାରମ୍ଭ ହେବ ହ୍ୱାଇଟ୍ ଡ୍ରେସ୍ ଫାଇଟ୍। ଇଂଲିସ୍ ଟିମ୍କୁ ସ୍ପିନ୍ ଜାଲରେ ଫସାଇବାକୁ ବ୍ୟାକୁଳ ଅଛନ୍ତି ସ୍ପିନର।
ଟିମ୍ ଇଣ୍ଡିଅାର ଟ୍ରମ୍ପ କାର୍ଡ ହେଉଛନ୍ତି ୟଙ୍ଗ ରିଷ୍ଟ ସ୍ପିନର କୁଳଦୀପ୍ ଯାଦବ। ସେପଟେ ଏକୁଟିଅା ଇଂଲଣ୍ଡ ମେରୁଦଣ୍ଡ ଭାଙ୍ଗିବା ପାଇଁ ଦମ୍ ରଖନ୍ତି ଅଶ୍ୱିନ୍। ତେବେ ଇଂଲଣ୍ଡ ବ୍ୟାଟିଂ ଘରୋଇ ପରିବେଶରେ ବେଶ୍ ଶକ୍ତିଶାଳୀ। ଜୋଏ ରୁଟ୍, ଅଲଷ୍ଟାୟର କୁକ୍, ଜୋନି ବେଏରାଷ୍ଟୋ, ଜୋସ୍ ବଟଲର ମଧ୍ୟ ଫର୍ମରେ ଅଛନ୍ତି।
ଅାଇସିସି ନମ୍ବର ୱାନ୍ ଟିମ୍ ସହ ମୁହାଁମୁହିଁ ହେବ ଇଂଲଣ୍ଡ। ହେଲେ ଚଳିତ ଥର ଘରୋଇ ଦଳ ଠାରୁ ବେଶ୍ ଶକ୍ତିଶାଳୀ ଟିମ୍ ଇଣ୍ଡିଅା। ତଥାପି ଇଂଲିସ୍ ବୋଲରଙ୍କ ଟାର୍ଗେଟରେ ଇଣ୍ଡିଅା ବ୍ୟାଟ୍ସମ୍ୟାନ। ଦେଖିବାକୁ ମିଳିବ ବ୍ୟାଟ୍-ବଲ ଟକ୍କର। ବିରାଟ କୋହଲି ଭର୍ସେସ ଜିମ୍ମି ଅାଣ୍ଡରସନ।
ଅାଜିଙ୍କ୍ୟ ରାହାଣେ ଭର୍ସେସ ଷ୍ଟୁଅାର୍ଟ ବ୍ରଡ। ତେବେ ଜିମ୍ମି ଓ ବ୍ରଡଙ୍କୁ ନେଇ ଚିନ୍ତାରେ ଇଂଲଣ୍ଡ। ଅାହତ ସମସ୍ୟାକୁ ନେଇ ଦୁଇ ଖେଳାଳି ସିରିଜ ପୁରା କରି ପାରିବେ କି ନାହିଁ ସନ୍ଦେହ। ସେପଟେ କିନ୍ତୁ ଭାରତୀୟ ଦଳର ପ୍ଲେଇଙ୍ଗ ଇଲେଭେନ୍କୁ ନେଇ ଏଯାଏ ସ୍ପଷ୍ଟ ସଙ୍କେତ ମିଳିନି। ମୂରଲୀ ବିଜୟ ସହ କିଏ ଓପନିଂ କରିବେ ସେ ନେଇ ଦଳର ମ୍ୟାନଜମେଣ୍ଟ ଚିନ୍ତାରେ। ଲୋକେଶ ରାହୁଲ ଫର୍ମରେ ଥିବା ବେଳେ ଶିଖର ଧାଓ୍ୱନଙ୍କ ସହ ବିଜୟଙ୍କ ଯୋଡ଼ିକୁ ଭାଙ୍ଗିବାକୁ ଚାହୁଁନି ଟିମ୍ ମ୍ୟାନେଜମେଣ୍ଟ।
ଦାଦାଙ୍କ ଦାଦାଗିରିକୁ ପୁଣି ଥରେ ଦୋହରାଇବ ବିରାଟ ଅାଣ୍ଡ କୋ। ସକସେକ୍ସ ମନ୍ତ୍ର ବି କୋଚ୍ଙ୍କ ଠାରୁ ମିଳିସାରିଛି। ଶାସ୍ତ୍ରୀଙ୍କ ଶାସ୍ତ୍ରରେ ନୋ ଏକ୍ସକ୍ୟୁଜ୍। ମାନେ କାହାକୁ ଦୋଷ ଦେଇ ଖସିବନି ଟିମ୍ ଇଣ୍ଡିଅା। ପିଚ୍ ଅାଉ ପରିବେଶ ତାର କିନ୍ତୁ ମ୍ୟାଚ୍ ଅାମର, ଏଭଳି ଗୁରୁ ମନ୍ତ୍ର ଦେଇଛନ୍ତି ଶାସ୍ତ୍ରୀ। ୨୦୧୧ରେ କ୍ଲିନ୍ ସୁଇପ୍ କରିଥିବା ଇଂଲଣ୍ଡ କିନ୍ତୁ ଚଳିତ ଥର ଚାପରେ ରହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)