/odishatv-khabar/media/post_attachments/uploadimage/library/16_9/16_9_0/olx-2-1_1626687610.jpg)
olx 2
କଟକ : OLX ୱେବସାଇଟ୍ରେ ବାରବାଟୀ ଦିନିକିଆ କ୍ରିକେଟ୍ ମ୍ୟାଚ୍ର ଟିକେଟ ବ୍ଲାକ୍ ହେଉଥିବା ଅଭିଯୋଗ। ୬୩୪ ଟଙ୍କାରେ ଟିକେଟ କିଣା ହୋଇଥିବାବେଳେ ଏହି ଟିକେଟ୍କୁ ଜଣେ ବ୍ୟକ୍ତି ୧୫୦୦ ଟଙ୍କାରେ ବିକ୍ରି ପାଇଁ ପୋଷ୍ଟ କରିଥିବା ଜଣାପଡିଛି। ପ୍ରାୟ ୩ ଗୁଣା ଦରରେ ବ୍ୟକ୍ତି ଜଣକ ଏହି ଟିକେଟ୍କୁ ବିକ୍ରି କରୁଥିବା ନେଇ ପୋଷ୍ଟ କରିଛନ୍ତି। ତଦନ୍ତ କଲେ ଟିକେଟ ବ୍ଲାକ୍ରେ ବିକ୍ରି ଘଟଣାର ପ୍ରକୃତ ତଥ୍ୟ ସାମନାକୁ ଆସିବ।
ଉଲ୍ଲେଖନୀୟ ଯେ, ଡିସେମ୍ବର ୨୨ରେ ଭାରତ-ୱେଷ୍ଟଇଣ୍ଡିଜ୍ କଟକ ଦିନିକିଆ ବାରବାଟୀରେ ଓ୍ୱାନଡେ ମ୍ୟାଚ୍ ପାଇଁ ଓସିଏ ଅନୁବନ୍ଧିତ ସଂସ୍ଥା ଓ ବିସିସିଆଇ ଆଫିଲିଏଟେଡ୍ ୟୁନିଟ୍କୁ ଟିକେଟ୍ ବିକ୍ରି ଆଜି ଶେଷ ହୋଇଛି। ଅନୁବନ୍ଧିତ ସ୍କୁଲ, କଲେଜ ସମେତ ଜିଲ୍ଲା ଓ କ୍ଲବର ସଦସ୍ୟମାନେ ଗତକାଲି ଓ ଆଜି ଟିକେଟ କିଣିଥିଲେ। ପାଖାପାଖି ୯ ହଜାର ଟିକଟ ଏହି ଦୁଇ ଦିନ ମଧ୍ୟରେ ଘରୋଇ ବ୍ୟାଙ୍କ ସାହାଯ୍ୟରେ ବିକ୍ରି କରାଯାଇଛି। ତେବେ ଆସନ୍ତା ୧୯ ଓ ୨୦ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ ବାରବାଟୀରେ ୧୨ଟି କାଉଣ୍ଟରରେ ଟିକଟ ବିକ୍ରି କରାଯିବ।
ଅନ୍ୟପଟେ ଆଜି ବାରବାଟୀରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆସି ମ୍ୟାଚ ଆୟୋଜନ ବାବଦରେ ଓସିଏ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଅନ୍ତର୍ଜାତୀୟ ମ୍ୟାଚ ପାଇଁ ସରକାରଙ୍କ ତରଫରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଅନ୍ୟପଟେ ବାରବାଟୀରେ ମ୍ୟାଚ୍ ଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଥିବାବେଳେ ୧୯ ତାରିଖ ସୁଦ୍ଧା ବାରବାଟୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)