/odishatv-khabar/media/post_attachments/uploadimage/library/16_9/16_9_0/ms-dhoni_1625239667.jpg)
ms dhoni
ଅହମଦାବାଦ: ପୋଲିସ୍ ହାତରେ ଧରାପଡ଼ିଲା କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ୫ ବର୍ଷର ଝିଅକୁ ଧମକ ଦେଇଥିବା ନାବାଳକ। ରବିବାର ଦିନ ଗୁଜରାଟ କଚ୍ଛ ଜିଲ୍ଲାରୁ ଏହି ୧୬ ବର୍ଷୀୟ ନାବାଳକଙ୍କୁ ପୋଲିସ୍ ଧରିବା ସହ ତାଙ୍କୁ ଅଟକ ରଖିଛି।
ଚଳିତ ଆଇପିଏଲ୍ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱ ଟିମ୍ ଚେନ୍ନାଇ ସୁପର୍ କିଙ୍ଗସ୍(CSK) ଭଲ ପ୍ରଦର୍ଶନ କରୁ ନ ଥିବା ଦେଖିବାକୁ ମିଳିଛି। ଲଗାତର ଭାବେ CSK ପରାଜୟର ସାମ୍ନା କରୁଥିବା ଯୋଗୁ ଏହାକୁ ନେଇ ସୋସିଆଲ୍ ମିଡିଆରେ ପ୍ରଶଂସକମାନେ ନୈରାଶ୍ୟ ପ୍ରକାଶ କରିଛନ୍ତି।
ନାମ୍ନା କପାୟା ଗାଁର ଏହି ୧୨ ବର୍ଷୀୟ ଛାତ୍ର କିଛି ଦିନ ତଳେ ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନିଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି ଧମକପୂର୍ଣ୍ଣ ମେସେଜ ପୋଷ୍ଟ କରିଥିଲେ। ଏହି ଘଟଣାରେ ପୋଲିସ୍ ଉକ୍ତ ନାବାଳକଙ୍କୁ ଅଟକ ରଖିଥିବା ବୋଲି କଚ୍ଛ(ପଶ୍ଚିମ) ଏସ୍ପି ସୌରଭ ସିଂ ଗଣମାଧ୍ୟମକୁ କହିଛନ୍ତି।
ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଧମକପୂର୍ଣ୍ଣ ମେସେଜ ପୋଷ୍ଟ କରିବା ନେଇ ନାବାଳକ ଜଣକ ସ୍ୱୀକାର କରିଛନ୍ତି। ଚଳିତ ଆଇପିଏଲ୍ର KKR ଓ CSK ମ୍ୟାଚ୍ ପରେ ସେ ଏହି ଧମକପୂର୍ଣ୍ଣ ମେସେଜ ପୋଷ୍ଟ କରିଥିବା ଜଣାପଡ଼ିଛି।
ଉକ୍ତ ନାବାଳକଙ୍କ ସମ୍ପର୍କରେ ରାଞ୍ଚି ପୋଲିସ୍, କଚ୍ଛ(ପଶ୍ଚିମ) ପୋଲିସ୍ ସହ ତଥ୍ୟ ଶେଆର କରିବା ସହ ନାବାଳକ ଜଣକ ଏହି ପୋଷ୍ଟ କରିଥିଲେ ନା ନାହିଁ ଏହାକୁ କନଫର୍ମ କରିବା ପାଇଁ କହିଥିଲେ।
ଏହି ଘଟଣାକୁ ନେଇ ଏସ୍ପି ସୌରଭ ସିଂ କହିଛନ୍ତି, ସମ୍ପୃକ୍ତ ନାବାଳକ ସମ୍ପର୍କରେ ରାଞ୍ଚି ପୋଲିସ୍ ସୂଚନା ଦେବା ପରେ ଆମେ ତାଙ୍କୁ ଅଟକ ରଖିଥିଲୁ। ଆମେ କନଫର୍ମ କରୁଛି ଯେ, ଏ ହେଉଛନ୍ତି ସେହି ନାବାଳକ ଯିଏ ଏହି ଧମକପୂର୍ଣ୍ଣ ମେସେଜ ପୋଷ୍ଟ କରିଥିଲେ। ନାବାଳକଙ୍କୁ ରାଞ୍ଚି ପୋଲିସ୍କୁ ହସ୍ତାନ୍ତର କରାଯିବ।
ସୂଚନାଥାଉ କି, ସୋସିଆଲ୍ ମିଡିଆରେ ଧୋନିଙ୍କୁ ଏଭଳି ଧମକପୂର୍ଣ୍ଣ ମେସେଜ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଅନେକ କ୍ରିକେଟର, ରାଜନେତା ଓ ସେଲିବ୍ରିଟିମାନେ ଦାବି କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)