Advertisment

ODI Series: କଙ୍ଗାରୁଙ୍କୁ ଆଣ୍ଠେଇବାକୁ ପ୍ରସ୍ତୁତ ଟିମ୍ ଇଣ୍ଡିଆ

କଙ୍ଗାରୁଙ୍କୁ ଆଣ୍ଠେଇବାକୁ ପ୍ରସ୍ତୁତ ଟିମ୍ ଇଣ୍ଡିଆ। ହିଟମ୍ୟାନ୍ କରିବେ ଚୌକା ଛକ୍କା ବର୍ଷା। ଗର୍ଜନ କରିବ କିଙ୍ଗ୍ କୋହଲିଙ୍କ ବ୍ୟାଟ୍ । ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ODI ସିରିଜର ପ୍ରଥମ ମ୍ୟାଚ୍।

Ind-Vs-Aus

Ind-Vs-Aus Photograph: (OTV)

Advertisment

କଙ୍ଗାରୁଙ୍କୁ ଆଣ୍ଠେଇବାକୁ ପ୍ରସ୍ତୁତ ଟିମ୍ ଇଣ୍ଡିଆ। ହିଟମ୍ୟାନ୍ କରିବେ ଚୌକା ଛକ୍କା ବର୍ଷା । ଗର୍ଜନ କରିବ କିଙ୍ଗ୍ କୋହଲିଙ୍କ ବ୍ୟାଟ୍। ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ODI ସିରିଜର ପ୍ରଥମ ମ୍ୟାଚ୍। ସୁପର ସନଡେରେ ସକାଳୁ ସକାଳୁ ଏହି ହାଇଭୋଲଟେଜ୍ ମ୍ୟାଚ ଦେଖିବାକୁ ପ୍ରସ୍ତୁତ ଦର୍ଶକ। ତେବେସବୁଠାରୁ ବଡ଼ କଥା ହେଉଛି, ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଜର୍ସିରେ ଦେଖାଦେବେ ରୋହିତ ଶର୍ମା ଓ ବିରାଟ କୋହଲି। ଉଭୟ ପ୍ରାୟ ସାତ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିବାରୁ ଏହି ମ୍ୟାଚ ଦେଖିବାକୁ ଚାତକ ପରି ଅନାଇ ବସିଛନ୍ତି ଫ୍ୟାନ୍। ୨୦୨୭ ବିଶ୍ବକପ୍ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦୁହିଁ ଧୂଆଁଧାର ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ସଭିଙ୍କ ଆଶା ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ପର୍ଥରେ ଖେଳାଯିବ। ନୂତନ ଦିନିକିଆ ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ୱରେ ଖେଳିବେ ମେନ ଇନ୍ ବ୍ଲୁ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜରେ ସଫଳ ପ୍ରଦର୍ଶନ ପରେ ଗିଲଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ଆଜି ପ୍ରଥମ ଦିନିକିଆରେ ରୋହିତ ଶର୍ମା ଏବଂ ଶୁଭମନ ଗିଲ ଇନିଂସ ଓପନ କରିପାରନ୍ତି। ବିରାଟ କୋହଲି ୩ ନମ୍ବରରେ ବ୍ୟାଟିଂ କରିପାରନ୍ତି। ତାଙ୍କ ପରେ ଶ୍ରେୟସ ଆୟର। ଏହି ସମୟ ମଧ୍ୟରେ, କେଏଲ ରାହୁଲ ପୁଣି ଥରେ ଦ୍ୱୈତ ଭୂମିକା ଗ୍ରହଣ କରିପାରନ୍ତି। ଚାମ୍ପିଅନ୍ସ ଟ୍ରଫି ପରି KLଙ୍କୁ ୱିକେଟକିପିଂ ଦାୟିତ୍ୱ ଗ୍ରହଣ ମିଳିପାରେ। ସେହିପରି ନୀତିଶ ରେଡ୍ଡୀ ଏବଂ ଅକ୍ଷର ପଟେଲଙ୍କୁ ଅଲରାଉଣ୍ଡର ଭାବରେ ପ୍ଲେଇଂ 11ରେ ସାମିଲ କରାଯାଇପାରେ। ସେପଟେ ଦମଦାର ଫର୍ମରେ ଥିବା କୁଲଦୀପ, ହର୍ଷିତ ରାଣା, ମହମ୍ମଦ ସିରାଜ ଏବଂ ଅର୍ଶଦୀପ ସିଂହ ବୋଲିଂ ଦାୟିତ୍ୱ ସମ୍ଭାଳି ପାରନ୍ତି। ଅନ୍ୟପକ୍ଷରେ, ଅଷ୍ଟ୍ରେଲିଆର ନେତୃତ୍ୱ ମିଚେଲ ମାର୍ଶ ନେବେ। ଟିମ୍ ସହ ଘରୋଇ ମାଟିରେ ପ୍ରାଧାନ୍ୟ ବିସ୍ତାର କରିବାକୁ ସେ ନିଶ୍ଚିତ ଚେଷ୍ଟା କରିବେ।
ODI ସିରିଜର ପ୍ରଥମ ମ୍ୟାଚ୍ ପାଇଁ ପର୍ଥର ଓପ୍ଟସ୍ ଷ୍ଟାଡିୟମରେ ଖେଳାଯିବ। ଏହି ଗ୍ରାଉଣ୍ଡରେ ଏକ ଡ୍ରପ୍-ଇନ୍ ପିଚ୍ ଅଛି। ଯାହା ଦ୍ରୁତ ବୋଲରମାନଙ୍କୁ ଯଥେଷ୍ଟ ସହାୟତା ପ୍ରଦାନ କରୁବ। ତେଣୁ, ଏହି ପିଚରେ ନୂତନ ବଲ୍ ସହିତ ଦ୍ରୁତ ବୋଲରମାନେ ଘାତକ ପ୍ରମାଣିତ ହୋଇପାରନ୍ତି। ଅପ୍ଟସ୍ ଷ୍ଟାଡିୟମରେ ଅଷ୍ଟ୍ରେଲିଆର ଏକଦିବସୀୟ ଫର୍ମାଟରେ ଏକଦିବସୀୟ ରେକର୍ଡ ବହୁତ ଖରାପ। ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ତିନୋଟି ଦିନିକିଆ ମଧ୍ୟରୁ ଗୋଟିଏ ବି ଜିତିନାହିଁ। ତେଣୁ ଆଜିବି ଅଷ୍ଟ୍ରେଲିଆ ସମାନ ଧାରା ବାଜାୟ ରଖିବ ବୋଲି ଆଶା ରଖିଛନ୍ତି ଭାରତୀୟ ଫ୍ୟାନ୍ ।

Advertisment

ଅଧିକ ଦେଖନ୍ତୁ:

Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ