/odishatv-khabar/media/post_attachments/uploadimage/library/16_9/16_9_0/coach_1626689522.jpg)
coach
ପୁଣେ: ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ନାଗରିକତା ସଂଶୋଧନ ବିଧେୟକ (ସିଏଏ)କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଭାରତୀୟ ନାଗରିକଙ୍କୁ ଧୈର୍ଯ୍ୟର ସହ ଏ (ସିଏଏ) ସମ୍ବନ୍ଧରେ ବିଚାର କରିବାର ଆବଶ୍ୟକତା ରହିଛି। ମୁଁ ୧୮ ବର୍ଷର ଥିଲା ବେଳେ ଭାରତ ପକ୍ଷରୁ ଖେଳିଆସୁଛି। ମୋ ଟିମରେ ବିଭିନ୍ନ ପ୍ରକାରର ଲୋକ ଥିଲେ। ସେଥିମଧ୍ୟରୁ ଅଲଗା-ଅଲଗା ଜାତି, ଅଲଗା ଧର୍ମର ଲୋକ ମଧ୍ୟ ଥିଲେ।
Advertisment
ମୋ ମତରେ ଭାରତ ସରକାର ନିଶ୍ଚୟ କିଛି ନା କିଛି ବୁଝିବିଚାରି ଏଭଳି ପଦକ୍ଷେପ ନେଇଥିବେ। ନିଜ କଥା ନ ଭାବି, ସର୍ବପ୍ରଥମେ ଦେଶ କଥା ଚିନ୍ତା କରିବା ଦରକାର। ସବୁ ଭାରତୀୟଙ୍କୁ ଧୈର୍ଯ୍ୟର ସହ ଚିନ୍ତା କରିବାକୁ ପଡ଼ିବ ଏବଂ ଏହା ସମସ୍ତଙ୍କ ପାଇଁ ନିଶ୍ଚୟ ଫାଇଦାଯୋଗ୍ୟ ହେବ ବୋଲି ମୋର ବିଶ୍ୱାସ। ସୂଚନାଯୋଗ୍ୟ, ଗତ ମାସେ ଧରି ସିଏଏକୁ ନେଇ ପୂରା ଦେଶରେ ବିରୋଧ ପ୍ରଦର୍ଶନ ହୋଇଥିଲା, ଯାହା ପରେ ଏଥିରେ ହିଂସା କରୁଥିବା କିଛି ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)