Advertisment

ବଲରେ ସାନିଟାଇଜର୍ ଲଗାଇ ସସ୍‌ପେଣ୍ଡ୍‌ ହେଲେ ଏହି ବୋଲର୍

ଲଣ୍ଡନ: କରୋନାଭାଇରସ୍ ମହାମାରୀ ଯୋଗୁ ସାରା ଦୁନିଆରେ କଡ଼ା ସୁରକ୍ଷା ଓ ବିଭିନ୍ନ କଟକଣା ସହ କ୍ରୀଡ଼ା ଆୟୋଜିତ କରାଯାଉଛି। କିନ୍ତୁ ଏଥିରେ କିଛି ଖେଳାଳି ଭୁଲ୍ କରି ବସନ୍ତି, ଯେଉଁଥିପାଇଁ ସେମାନଙ୍କୁ ଲଜ୍ଜିତ ହେବାକୁ ପଡ଼ିଥାଏ। ଇଂଲଣ୍ଡର ପ୍ରଥମ ଶ୍ରେଣୀ କ୍ରିକେଟର୍ ମିଚ୍ କ୍ଲେଡନ୍ ଏଭଳି ଏକ ଭୁଲ୍ କରିଛନ୍ତି, ଯେଉଁକାରଣରୁ ତାଙ୍କୁ ସସପେଣ୍ଡ କରାଯାଇଛି। କ୍ଲେଡନ୍ କଥିତ ଭାବେ ବଲରେ ସାନିଟାଇଜର୍ ଲଗାଇଥିଲେ, ଯେଉଁଥିପାଇଁ ତାଙ୍କୁ ତାଙ୍କର କାଉଣ୍ଟି ଟିମ୍ ସସେକ୍ସ ସସପେଣ୍ଡ୍ କରିଛି। […]

author-image
Ranjeet Kumar Jena
ବଲରେ ସାନିଟାଇଜର୍ ଲଗାଇ ସସ୍‌ପେଣ୍ଡ୍‌ ହେଲେ ଏହି ବୋଲର୍

claydon

ଲଣ୍ଡନ: କରୋନାଭାଇରସ୍ ମହାମାରୀ ଯୋଗୁ ସାରା ଦୁନିଆରେ କଡ଼ା ସୁରକ୍ଷା ଓ ବିଭିନ୍ନ କଟକଣା ସହ କ୍ରୀଡ଼ା ଆୟୋଜିତ କରାଯାଉଛି। କିନ୍ତୁ ଏଥିରେ କିଛି ଖେଳାଳି ଭୁଲ୍ କରି ବସନ୍ତି, ଯେଉଁଥିପାଇଁ ସେମାନଙ୍କୁ ଲଜ୍ଜିତ ହେବାକୁ ପଡ଼ିଥାଏ। ଇଂଲଣ୍ଡର ପ୍ରଥମ ଶ୍ରେଣୀ କ୍ରିକେଟର୍ ମିଚ୍ କ୍ଲେଡନ୍ ଏଭଳି ଏକ ଭୁଲ୍ କରିଛନ୍ତି, ଯେଉଁକାରଣରୁ ତାଙ୍କୁ ସସପେଣ୍ଡ କରାଯାଇଛି।

Advertisment

କ୍ଲେଡନ୍ କଥିତ ଭାବେ ବଲରେ ସାନିଟାଇଜର୍ ଲଗାଇଥିଲେ, ଯେଉଁଥିପାଇଁ ତାଙ୍କୁ ତାଙ୍କର କାଉଣ୍ଟି ଟିମ୍ ସସେକ୍ସ ସସପେଣ୍ଡ୍ କରିଛି। ଅଷ୍ଟ୍ରେଲିଆରେ ଜନ୍ମିତ ୩୭ ବର୍ଷୀୟ ପେସର୍ କ୍ଲେଡନଙ୍କ ଉପରେ କିଛି ଗତମାସରେ ମିଡିଲସେକ୍ସ ବିପକ୍ଷ ମ୍ୟାଚରେ ବଲରେ ସାନିଟାଇଜର୍ ଲଗାଇଥିବା ଅଭିଯୋଗ ଲାଗିଥିଲା। ସେହି ମ୍ୟାଚରେ ସେ ୩ଟି ୱିକେଟ୍ ମଧ୍ୟ ନେଇଥିଲେ।

publive-image

ଏହି ମାମଲାରେ ଏବେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ତଦନ୍ତ ଆରମ୍ଭ କରିଦେଇଛି। ସସେକ୍ସ ତା'ର ଅଫିସିଆଲ୍ ୱେବସାଇଟରେ କହିଛି ଯେ ଯେପର୍ଯ୍ୟନ୍ତ ଇସିବି ଏହି ମାମଲାର ତଦନ୍ତ କରୁଛି। ତଦନ୍ତର ଫଳାଫଳ ନଆସିବା ଯାଏ କ୍ଲେଡନଙ୍କୁ ସସପେଣ୍ଡ କରାଯାଉଛି। ବର୍ତ୍ତମାନ ଏହା ଉପରେ ଆଉ କୌଣସି ମନ୍ତବ୍ୟ ଦେବା ଠିକ୍ ହେବନାହିଁ।

Advertisment

କରୋନାଭାଇରସ୍ ମହାମାରୀ ମଧ୍ୟରେ ସ୍ୱାସ୍ଥ୍ୟଗତ ନିୟମ ଆଧାରରେ ଆଇସିସି ଏବଂ ବିଭିନ୍ନ ଦେଶର ବୋର୍ଡ ବଲକୁ ଚମକାଇବା ପାଇଁ ଏହା ଉପରେ ଲାଳର ବ୍ୟବହାର ଉପରେ କଟକଣା ଲଗାଇଥିଲେ। ଏହା ସହ ବଲରେ ଉପରେ ଅନ୍ୟ କୌଣସି କୃତ୍ରିମ ପଦାର୍ଥର ବ୍ୟବହାର ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସସପେଣ୍ଡ କାରଣରୁ ଅଭିଜ୍ଞ ପେସ୍ ବୋଲର ସରେ ବିପକ୍ଷ ଟିମର ପରବର୍ତ୍ତୀ ମ୍ୟାଚ୍ ଖେଳିପାରିବେ ନାହିଁ।

Advertisment
Advertisment