Advertisment

ଆଉ ଚେନ୍ନାଇ ପକ୍ଷରୁ ଖେଳିବେନି କି ରାଇନା?

ନୂଆଦିଲ୍ଲୀ: ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ଆଇପିଏଲରୁ ଓହରିଯାଇଛନ୍ତି। ରାଇନାଙ୍କ ଓହରିଯିବା ଚେନ୍ନାଇ ସୁପର କିଙ୍ଗସ୍ ଟିମକୁ ବହୁତ ବଡ଼ କ୍ଷତି ହୋଇଛି। ତେବେ ହଠାତ୍ ରାଇନା କାହିଁକି ଦଳ ଛାଡ଼ି ଭାରତ ଫେରି ଆସିଲେ, ଏହାକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ରାଇନା ସତରେ କ’ଣ ବ୍ୟକ୍ତିଗତ କାରଣରୁ ଟିମ୍ ଛାଡ଼ିଛନ୍ତି କି ନା ଏହା ପଛରେ ଆଉ କ’ଣ କାରଣ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଆଉ ଚେନ୍ନାଇ ପକ୍ଷରୁ ଖେଳିବେନି କି ରାଇନା?

raina

ନୂଆଦିଲ୍ଲୀ: ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ଆଇପିଏଲରୁ ଓହରିଯାଇଛନ୍ତି। ରାଇନାଙ୍କ ଓହରିଯିବା ଚେନ୍ନାଇ ସୁପର କିଙ୍ଗସ୍ ଟିମକୁ ବହୁତ ବଡ଼ କ୍ଷତି ହୋଇଛି। ତେବେ ହଠାତ୍ ରାଇନା କାହିଁକି ଦଳ ଛାଡ଼ି ଭାରତ ଫେରି ଆସିଲେ, ଏହାକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ରାଇନା ସତରେ କ'ଣ ବ୍ୟକ୍ତିଗତ କାରଣରୁ ଟିମ୍ ଛାଡ଼ିଛନ୍ତି କି ନା ଏହା ପଛରେ ଆଉ କ'ଣ କାରଣ ରହିଛି। ଏବେ ଏପରି ଶୁଣିବାକୁ ମିଳୁଛି ଯେ ଚେନ୍ନାଇ ସୁପର୍ କିଙ୍ଗସ୍ ସହ ରାଇନାଙ୍କ ଅଭିଯାନ କୁଆଡ଼େ ଶେଷ ହୋଇଯାଇଛି, କାରଣ ଫ୍ରାଞ୍ଚାଇଜି ୨୦୨୧ ସିଜନ୍ ପୂର୍ବରୁ ତାଙ୍କ ସହ ସମ୍ପର୍କ ଛିନ୍ନ କରିବା ନେଇ ଯୋଜନା କରୁଛି।

Advertisment

Raina

ଏବେ ଚେନ୍ନାଇ ଟିମ୍ ଦୁବାଇରେ ରହୁଛି। ଟିମର ୧୩ ଖେଳାଳି କୋଭିଡ୍-୧୯ରେ ଆକ୍ରାନ୍ତ ଅଛନ୍ତି, ଯେଉଁଥିରେ ଟିମର ଦୁଇ ପ୍ରମୁଖ ଖେଳାଳି ଦୀପକ ଚହର୍ ଓ ଋତୁରାଜ ଗାଏକ୍ୱାଡ୍ ସାମିଲ୍‌ ଅଛନ୍ତି। ଆଇପିଏଲ୍ ସୂତ୍ରରୁ ଖବର ମିଳିଛି ଯେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ରାଇନାଙ୍କ ଏହି ନିଷ୍ପତ୍ତି ପଛରେ କୋଭିଡ୍-୧୯ର ପ୍ରମୁଖ ଭୂମିକା ରହିଛି। କିନ୍ତୁ ଆଉ ଖବରରୁ ଜଣାପଡ଼ିଛି ଯେ କ୍ୱାରେଣ୍ଟିନ୍ ସମୟରେ ଟିମ୍ ମ୍ୟାନେଜମେଣ୍ଟ ରାଇନାଙ୍କ ବ୍ୟବହାରରେ ସନ୍ତୁଷ୍ଟ ନଥିଲା। ଏପରିକି  ସିଏସକେ ମାଲିକ ଓ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଏନ୍ ଶ୍ରୀନିବାସନ୍ ମଧ୍ୟ ରାଇନାଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ଥିଲେ।

ଏ ନେଇ ଆଇପିଏଲ ସୂତ୍ରରୁ କୁହାଯାଇଛି ଯେ ନିୟମ ମୁତାବକ ସିଏସକେର କୋଚ୍, କ୍ୟାପଟେନ୍ ଓ ମ୍ୟାନେଜରଙ୍କୁ ହୋଟେଲରେ ରହିବା ପାଇଁ ସୁଟ୍ସ ମିଳିଥାଏ, କିନ୍ତୁ ଟିମ୍ ଯେଉଁ ହୋଟେଲରେ ରୁହେ, ସେଥିରେ ରାଇନାଙ୍କୁ ମଧ୍ୟ ସୁଟ୍ସ ମିଳିଥିଲା। କିନ୍ତୁ ରୁମରେ ବାଲକୋନୀ ନଥିଲା, ଯାହାକୁ ନେଇ ରାଇନା ଖୁସି ନଥିବା କୁହାଯାଇଛି। ତେବେ ତାଙ୍କର ଭାରତ ଫେରିବା ପଛରେ ଏହା କୌଣସି ବଡ଼ କାରଣ ନଥିଲା। ଟିମରେ କୋଭିଡ୍‌ ମାମଲା ବଢ଼ିବା ମଧ୍ୟ ବଡ଼ କାରଣ ହୋଇପାରେ। ଏହି ସ୍ଥିତିକୁ ଆଖି ଆଗରେ ରଖି ରାଇନା ଏପ୍ରିଲ୍, ୨୦୨୧ରୁ ଆରମ୍ଭ ହେବାକୁ ଆଇପିଏଲର ପରବର୍ତ୍ତୀ ସଂସ୍କରଣରୁ ବାଦ୍ ପଡ଼ିପାରନ୍ତି।

Advertisment

Raina and Dhoni

ଚଳିତ ସଂସ୍କରଣରେ ମଧ୍ୟ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ଆଉ ସମ୍ଭବ ନୁହେଁ ବୋଲି ସୂଚନା ମିଳିଛି। ତା'ଛଡ଼ା ଯେଉଁ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି ଏବଂ ଭବିଷ୍ୟତରେ ଅନ୍ୟ କୌଣସି ପ୍ରକାରର କ୍ରିକେଟ୍ ଖେଳିପାରିବେ ନାହିଁ, ତାଙ୍କ ପକ୍ଷେ ସିଏସକେକୁ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ବହୁତ କମ୍। ଯାହାଦ୍ୱାରା ରାଇନା ପୁଣିଥରେ ନିଲାମରେ ସାମିଲ୍‌ ହେବେ ଏବଂ କୌଣସି ଟିମ୍ ତାଙ୍କୁ ନେଇପାରିବେ।

ଆଇପିଏଲ୍‌ ନିଲାମରେ ସିଏସକେ ଋତୁରାଜଙ୍କୁ ମୋଟା ଦାମରେ କିଣିଥିଲା। କିନ୍ତୁ ସେ ବର୍ତ୍ତମାନ କ୍ୱାରେଣ୍ଟିନରେ ଅଛନ୍ତି। ତେବେ ତୁରନ୍ତ ଫିଟ୍ ହେବା ସହ ଦୁଇଟି ପରୀକ୍ଷାରେ ନେଗେଟିଭ୍ ଆସିବା ପରେ ଅଭ୍ୟାସ ସେସନରେ ଭାଗ ନେବେ ବୋଲି ଟିମ୍ ଆଶାବାଦୀ ଅଛି। ତେବେ ସିଏସକେ ଏବେ ରାଇନାଙ୍କ ବଦଳରେ କୌଣସି ଖେଳାଳିଙ୍କୁ ସାମିଲ୍ କରିବା ନେଇ ଦାବି କରିନାହିଁ।

IPL 2020: CSK owner N Srinivasan calls Suresh Raina 'prima donna'; suggests success has gone into his head

ଅନ୍ୟପକ୍ଷରେ ରାଇନାଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏନ୍ ଶ୍ରୀନିବାସନ୍। ଶ୍ରୀନିବାସନ୍ କହିଛନ୍ତି, ରାଇନାଙ୍କୁ ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ପଡ଼ିବ। ଯଦି ସେ ଆଇପିଏଲରେ ଖେଳିବେ ନାହିଁ, ତାହେଲେ ତାଙ୍କୁ ୧୧ କୋଟି ଟଙ୍କାର କ୍ଷତି ହେବ। ମୁଁ ଧୋନିଙ୍କ ସହ କଥା ହୋଇଛି। ଯଦି ଆଉ କିଛି ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୁଅନ୍ତି, ତଥାପି ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ଧୋନି କହିଛନ୍ତି।

ଶ୍ରୀନିବାସନ୍ ଆହୁରି କହିଛନ୍ତି, ରାଇନା ଦୁବାଇରେ ପହଞ୍ଚିବା ପରେ କିଛି କଥାକୁ ନେଇ ଅଭିଯୋଗ କରିଥିଲେ। ରାଇନାଙ୍କ ମୁଣ୍ଡ ଉପରେ ସଫଳତାର ଗର୍ବ ଚଢ଼ିଯାଇଛି। ଯଦି ସେ ଟିମରେ ରହିବା ନେଇ ଅସନ୍ତୁଷ୍ଟ ଅଛନ୍ତି, ତାହେଲେ ସ୍ୱଦେଶ ଫେରିଯିବା ନିଷ୍ପତ୍ତି ଠିକ୍। ମୁଁ କାହା ଉପରେ କୌଣସି ଚାପ ପକାଇବାକୁ ଚାହୁଁନାହିଁ। ସିଏସକେ ଏକ ପରିବାର ଭଳି ଏବଂ ସବୁ ସିନିୟର କ୍ରିକେଟରଙ୍କୁ ଏଠାରେ ସମ୍ମାନ ମିଳିଛି ବୋଲି ଶ୍ରୀନିବାସନ୍ କହିଛନ୍ତି।

Advertisment
Advertisment