raina
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ମନେ ପକାଇ ସୋସିଆଲ୍ ମଡିଆରେ ଭାବପ୍ରବଣଭରା ପୋଷ୍ଟ କଲେ କ୍ରିକେଟର୍ ସୁରେଶ ରାଇନା। ସୁଶାନ୍ତ ପ୍ରକୃତରେ ଆମମାନଙ୍କ ପାଇଁ ଏକ ପ୍ରରଣା ଥିଲେ। ସେ ସବୁବେଳେ ଲୋକମାନଙ୍କ ହୃଦୟରେ ରହିବେ ବୋଲି ଟ୍ୱିଟ୍ କରିଛନ୍ତି ରାଇନା। ଏଥିସହିତ ସୁଶାନ୍ତଙ୍କ ପାଇଁ ସେ ନ୍ୟାୟ ଦାବି କରିଛନ୍ତି।
ସେ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି “ଭାଇ, ତୁମେ ସବୁବେଳେ ଆମ ହୃଦୟରେ ରହିବ। ତୁମ ଫ୍ୟାନ୍ ତୁମକୁ ସବୁଠୁ ଅଧିକା ମନେ ପକାଇବେ। ଆମ ସରକାର ଓ ନେତାମାନଙ୍କ ଉପରେ ମୋର ପୂରା ବିଶ୍ୱାସ ରହିଛି। ସେମାନେ ତୁମକୁ ନ୍ୟାୟ ଦେବାରେ କୌଣସି ଅବହେଳା କରିବେ ନାହିଁ। ତୁମେ ପ୍ରକୃତରେ ଜଣେ ପ୍ରେରଣାଦାୟୀ ମଣିଷ।” ସୁଶାନ୍ତଙ୍କର ଫଟୋଥିବା ଏକ ଭିଡିଓ ପୋଷ୍ଟ କରି ଏଭଳି ଲେଖିଛନ୍ତି ରାଇନା।
ଅଗଷ୍ଟ ୧୯ ତାରିଖରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏଥିସହିତ ସିବିଆଇକୁ ସମସ୍ତ ତଥ୍ୟ ଦେବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ।
ସୂଚନା ଥାଉକି, ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସରେ ସୁରେଶ ରାଇନା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଭାରତୀୟ କ୍ରିକେଟ୍ ଜଗତ ପାଇଁ ତାଙ୍କର ଦୀର୍ଘ ୧୩ ବର୍ଷର ଅବଦାନ ରହିଛି। ସେ ତାଙ୍କ କ୍ରିକେଟ କ୍ୟାରିୟର୍ରେ ୧୮ଟି ଟେଷ୍ଟ, ୨୨୬ ଏକଦିବସୀୟ ମ୍ୟାଚ୍ ଏବଂ ୭୮ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି। ରାଇନା ଏଥର ୟୁଏଇରେ ହେବାକୁ ଥିବା IPL ମ୍ୟାଚ୍ରେ ଚେନ୍ନାଇ ପକ୍ଷରୁ ଖେଳିବେ। ଚଳିତ ଥର IPL ସେପ୍ଟେମ୍ବର ୧୯ ତାରିଖରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/raina-1_1625395143.jpg)