/odishatv-khabar/media/post_attachments/uploadimage/library/16_9/16_9_0/raina_1625368759.jpg)
raina
ନୂଆଦିଲ୍ଲୀ: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଆଇପିଏଲ୍ ଏବଂ ଚେନ୍ନାଇ ସୁପର୍ କିଙ୍ଗସ୍ ଟିମକୁ ଛାଡ଼ି ଭାରତ ଫେରିଆସିଛନ୍ତି। ରାଇନାଙ୍କ ଅଚାନକ ସ୍ୱଦେଶ ଫେରିବା ନେଇ ଅନେକ ଆଲୋଚନା ହେଉଛି। ତେବେ ରାଇନା କାହିଁକି ଟିମ୍ ଛାଡ଼ି ଆସିଲେ। ହେଲେ ଚେନ୍ନାଇ ସୁପର୍ କିଙ୍ଗସ୍ ରାଇନାଙ୍କ ଟିମ୍ ଛାଡ଼ିବାର କାରଣ ପାରିବାରିକ ବୋଲି ଦର୍ଶାଇଛି। କିନ୍ତୁ ଟିମର ମାଲିକ ଏନ୍ ଶ୍ରୀନିବାସନ୍ କିଛି ଅଲଗା କାରଣ ଦର୍ଶାଇଛନ୍ତି।
ଏହା ମଧ୍ୟରେ ରାଇନା ମଙ୍ଗଳବାର ଟୁଇଟ୍ କରି ପଞ୍ଜାବ ପୋଲିସକୁ ଅପିଲ୍ କରିଛନ୍ତି। ସେ କହିଛନ୍ତି, ପଞ୍ଜାବରେ ରହୁଥିବା ମୋ ପରିବାର ସହ ଯାହା ହେଲା, ତାହା ଅତ୍ୟନ୍ତ ଭୟଙ୍କର ଥିଲା। ଉକ୍ତ ଘଟଣାରେ ମୋ ପିଉସାଙ୍କର ହତ୍ୟା କରାଯାଇଥିଲା। ମୋର ପିଉସୀ ଏବଂ ମୋର ଦୁଇ ସମ୍ପର୍କୀୟ ଗୁରୁତର ଆଘାତ ହୋଇଥିଲା। ଦୁର୍ଭାଗ୍ୟବଶତଃ ଗତ ରାତିରେ ମୋର ଜଣେ ସମ୍ପର୍କୀୟଙ୍କର ମୃତ୍ୟୁ ଘଟିଛି। ମୋର ପିଉସୀଙ୍କ ଅବସ୍ଥା ଏବେବି ଗୁରୁତର ରହିଛି ଏବଂ ସେ ଲାଇଫ୍ ସପୋର୍ଟ ସିଷ୍ଟମରେ ଅଛନ୍ତି।
https://twitter.com/ImRaina/status/1300680050677817344?s=20
ରାଇନା ଆଉ ଏକ ଟୁଇଟରେ ଲେଖିଛନ୍ତି, ସେଦିନ ରାତିରେ କ'ଣ ଘଟିଥିଲା ଏବଂ ଏଥିରେ କେଉଁମାନେ ସଂପୃକ୍ତ ଥିଲେ, ତାହା ଆଜି ପର୍ଯ୍ୟନ୍ତ ଆମେ ଜାଣିପାରିଲୁ ନାହିଁ। ଏହି ମାମଲାର ତଦନ୍ତ ପାଇଁ ମୁଁ ପଞ୍ଜାବ ପୋଲିସକୁ ନିବେଦନ କରୁଛି। ଅତିକମରେ ଏହି ଘଟଣା ପଛରେ କାହାର ହାତ ରହିଛି, ତାହା ଜାଣିବାର ଅଧିକାର ଆମର ରହିଛି। ସେମାନଙ୍କୁ ଏଭଳି ଅପରାଧ କରିବା ପାଇଁ ଖୋଲା ଛଡ଼ାଯାଇ ପାରିବ ନାହିଁ। ସେମାନଙ୍କୁ ତୁରନ୍ତ କରାଯିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କୁ ଟ୍ୟାଗ୍ କରିଛନ୍ତି ରାଇନା।
ପଠାନକୋଟର ଥରିୟାଲ୍ ଗ୍ରାମରେ ରହୁଥିବା ରାଇନାଙ୍କ ସମ୍ପର୍କୀୟଙ୍କ ପରିବାର ଉପରକୁ ବିଳମ୍ବିତ ରାତିରେ ଆକ୍ରମଣ ହୋଇଥିଲା। କଥିତ ଭାବେ ଅଗଷ୍ଟ ୧୯ ରାତିରେ ଯେତେବେଳେ ପୂରା ପରିବାର ଛାତ ଉପରେ ଶୋଇଥିଲେ, ସେହି ସମୟରେ ଏହି ଆକ୍ରମଣ ହୋଇଥିଲା। କିଛି ସନ୍ଦିଗ୍ଧ ଆକ୍ରମଣକାରୀ ଲୁଟ୍ ଉଦ୍ୟମରେ ପରିବାରର ସଦସ୍ୟଙ୍କ ଉପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ରାଇନାଙ୍କ ପିଉସୀ ଗୁରୁତର ଆଘାତ ହୋଇଥିଲେ। ତେବେ ଘଟଣା ସ୍ଥଳରେ ତାଙ୍କ ପତିଙ୍କର ମୃତ୍ୟୁ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)