Advertisment

ଶ୍ରୀସାନ୍ତଙ୍କ ଆଜୀବନ ବାସନ୍ଦ ରଦ୍ଦ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: କ୍ରିକେଟର ଏସ୍. ଶ୍ରୀସାନ୍ତଙ୍କୁ ଆଶ୍ୱସ୍ତି। ୨୦୧୩ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ମାମଲାରେ ଫସିଥିବା ଶ୍ରୀସାନ୍ତଙ୍କ ଉପରୁ ଆଜୀବନ ବାସନ୍ଦ ନିର୍ଦ୍ଦେଶକୁ ସୁପ୍ରିମ୍‌ କୋର୍ଟ ହଟାଇ ଦେଇଛନ୍ତି। ତେବେ ୩ ମାସ ମଧ୍ୟରେ ସାନି ଦଣ୍ଡବିଧାନ ସ୍ଥିର କରିବାକୁ ସୁପ୍ରିମକୋର୍ଟ କୋର୍ଟ ବିସିସିଆଇର ଶୃଙ୍ଖଳା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ କେ.ଏମ୍ ଜୋଜେଫ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଶୁଣାଣି ବେଳେ ସ୍ପଷ୍ଟ ଭାବେ କହିଥିଲେ ଯେ ବିସିସିଆଇର ଶୃଙ୍ଖଳା କମିଟି […]

author-image
Sangita Sahu
ଶ୍ରୀସାନ୍ତଙ୍କ ଆଜୀବନ ବାସନ୍ଦ ରଦ୍ଦ କଲେ ସୁପ୍ରିମ୍‌କୋର୍ଟ

sreesant

ନୂଆଦିଲ୍ଲୀ: କ୍ରିକେଟର ଏସ୍. ଶ୍ରୀସାନ୍ତଙ୍କୁ ଆଶ୍ୱସ୍ତି। ୨୦୧୩ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ମାମଲାରେ ଫସିଥିବା ଶ୍ରୀସାନ୍ତଙ୍କ ଉପରୁ ଆଜୀବନ ବାସନ୍ଦ ନିର୍ଦ୍ଦେଶକୁ ସୁପ୍ରିମ୍‌ କୋର୍ଟ ହଟାଇ ଦେଇଛନ୍ତି। ତେବେ ୩ ମାସ ମଧ୍ୟରେ ସାନି ଦଣ୍ଡବିଧାନ ସ୍ଥିର କରିବାକୁ ସୁପ୍ରିମକୋର୍ଟ କୋର୍ଟ ବିସିସିଆଇର ଶୃଙ୍ଖଳା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ କେ.ଏମ୍ ଜୋଜେଫ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଶୁଣାଣି ବେଳେ ସ୍ପଷ୍ଟ ଭାବେ କହିଥିଲେ ଯେ ବିସିସିଆଇର ଶୃଙ୍ଖଳା କମିଟି ଶ୍ରୀସାନ୍ତଙ୍କ ପାଇଁ ଦଣ୍ଡବିଧାନ ସ୍ଥିର କରିବା ପୂର୍ବରୁ ତାଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦେବେ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ଏହି ରାୟ ଦିଲ୍ଲୀ ହାଇକୋର୍ଟରେ ଶ୍ରୀସାନ୍ତଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲା ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

Advertisment

ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲାରେ ତଳ କୋର୍ଟ ଶ୍ରୀସାନ୍ତଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରିବା ପରେ ଦିଲ୍ଲୀ ପୁଲିସ୍ ଏହାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏବେ ଏହି ମାମଲାରେ ହାଇକୋର୍ଟରେ ବିଚାରାଧୀନ ରହିଛି।

Advertisment
Advertisment