Advertisment

ପରଲୋକରେ ସୌରଭ ଗାଙ୍ଗୁଲିଙ୍କ କୋଚ୍

କୋଲକାତା: ଭାରତର ପୂର୍ବତନ କ୍ୟାପଟେନ୍ ଏବଂ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ପିଲାଦିନର କୋଚ୍ ଅଶୋକ ମୁସ୍ତାଫିଙ୍କର ୮୬ ବର୍ଷ ବୟସରେ ପରଲୋକ ହୋଇଛି। ଗାଙ୍ଗୁଲିଙ୍କୁ ପ୍ରଶିକ୍ଷଣ ଦେଇଥିବା ମୁସ୍ତାଫି ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଅଶୋକ ହୃଦଜନିତ ରୋଗରେ ଆକ୍ରାନ୍ତ ଥିଲେ ଏବଂ ଏପ୍ରିଲ୍‌ ମାସରୁ ହିଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସକାଳେ ସେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଶୋକ ଜଣାଶୁଣା ଦୁଃଖଃରାମ କ୍ରିକେଟ୍‌ […]

author-image
Ranjeet Kumar Jena
ପରଲୋକରେ ସୌରଭ ଗାଙ୍ଗୁଲିଙ୍କ କୋଚ୍

ganguly

କୋଲକାତା: ଭାରତର ପୂର୍ବତନ କ୍ୟାପଟେନ୍ ଏବଂ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ପିଲାଦିନର କୋଚ୍ ଅଶୋକ ମୁସ୍ତାଫିଙ୍କର ୮୬ ବର୍ଷ ବୟସରେ ପରଲୋକ ହୋଇଛି। ଗାଙ୍ଗୁଲିଙ୍କୁ ପ୍ରଶିକ୍ଷଣ ଦେଇଥିବା ମୁସ୍ତାଫି ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଅଶୋକ ହୃଦଜନିତ ରୋଗରେ ଆକ୍ରାନ୍ତ ଥିଲେ ଏବଂ ଏପ୍ରିଲ୍‌ ମାସରୁ ହିଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସକାଳେ ସେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ଅଶୋକ ଜଣାଶୁଣା ଦୁଃଖଃରାମ କ୍ରିକେଟ୍‌ କୋଚିଂ ସେଣ୍ଟରର କୋଚ୍ ଥିଲେ, ଯାହା ପରେ ଏହା ଆର୍ଯ୍ୟନ୍ କ୍ଲବ୍ ଗ୍ୟାଲେରୀରେ ପରିଣତ ହୋଇଥିଲା। ଏହି କ୍ଲବକୁ ମଧ୍ୟ ଏକ ସମୟରେ ବେଙ୍ଗଲ କ୍ରିକେଟର ନର୍ସରୀ କୁହାଯାଉଥିଲା, ଯେଉଁଠାରେ ଗାଙ୍ଗୁଲିଙ୍କ ସମେତ ଏକାଧିକ ରଣଜୀ କ୍ରିକେଟର୍ ପ୍ରଶିକ୍ଷଣ ନେଉଥିଲେ।

ତାଙ୍କ ପରଲୋକରେ ବେଙ୍ଗଲ କ୍ରିକେଟ୍‌ ଆସୋସିଏସନ୍ (ସିଏବି) ଗଭୀର ଶୋକ ପ୍ରକାଶ କରିଛି। ସିଏବିର ଅଧ୍ୟକ୍ଷ ଅଭିଷେକ ଡାଲମିଆ କହିଛନ୍ତି, ମୁସ୍ତାଫି ସାର୍‌ଙ୍କ ବିୟୋଗରେ ମୁଁ ବହୁତ ଦୁଃଖିତ। କ୍ରିକେଟରେ ତାଙ୍କର ଯୋଗଦାନ, ବିଶେଷକରି ଜଣେ ଖେଳାଳିଙ୍କ କ୍ୟାରିୟରକୁ ଗଢ଼ିବା ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ। ମୁଁ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି। ଭଗବାନ ତାଙ୍କ ଆତ୍ମାଙ୍କୁ ସଦଗତି ଦିଅନ୍ତୁ।

Advertisment

ଗାଙ୍ଗୁଲି ଛୋଟ ଥିବା ବେଳେ ତାଙ୍କ ପିତା କୋଚ୍ ଅଶୋକଙ୍କ ପାଖକୁ ଟ୍ରେନିଂ ପାଇଁ ପଠାଉଥିଲେ। ସେଠାରେ ଗାଙ୍ଗୁଲି ନିଜ ବନ୍ଧୁ ସଞ୍ଜୟ ଦାସଙ୍କ ସହ କୋଚିଂ ନେଉଥିଲେ। ଗତମାସରେ ଅଶୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ଗାଙ୍ଗୁଲି ନିଜ ଘନିଷ୍ଠ ବନ୍ଧୁ ସଞ୍ଜୟଙ୍କ ସହ ମିଶି ତାଙ୍କ (ଅଶୋକ) ଚିକିତ୍ସା ପାଇଁ ସମସ୍ତ ପ୍ରକାରର ବନ୍ଦୋବସ୍ଥ କରିଥିଲେ।

Advertisment
Advertisment