/odishatv-khabar/media/post_attachments/uploadimage/library/16_9/16_9_0/ganguli_1626688251.jpg)
ganguli
ମୁମ୍ବାଇ: ଚୟନକର୍ତ୍ତା ଗୋଟିଏ ପରାମର୍ଶ ଦେଇଥିବା ବେଳେ ବିସିସିଆଇ ବସ୍ ସୌରଭ ଗାଙ୍ଗୁଲି ଏହାକୁ ବଦଳାଇ ଦେଇଛନ୍ତି। ଆହତ ସମସ୍ୟା ଦେଇ ଗତି କରୁଥିବା ଟିମ୍ ଇଣ୍ଡିଆର ଯଶପ୍ରୀତ ବୁମ୍ରାଙ୍କୁ ରଣଜୀ ଟ୍ରଫି ମ୍ୟାଚରେ ନିଜର ଫିଟନେଶର ପ୍ରମାଣ ଦେବାକୁ ଚୟନକର୍ତ୍ତା କହିଥିଲେ।
ହେଲେ ଏବେ ସୌରଭ ଗାଙ୍ଗୁଲି ଏଥିରେ ହସ୍ତକ୍ଷେପ କରି ବୁମ୍ରା ରଣଜୀ ନୁହେଁ ସିଧାସଳଖ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ମଇଦାନକୁ ଓହ୍ଲାଇବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଠାରୁ ଗୁଜରାଟ ଓ କେରଳ ମଧ୍ୟରେ ରଣଜୀ ମ୍ୟାଚ୍ ହେବ। ଏଥିରେ ଗୁଜରାଟ ପକ୍ଷରୁ ବୁମ୍ରା ଖେଳିବାକୁ ଚୟନକର୍ତ୍ତା ଟିମର ମୁଖ୍ୟ ଏମଏସକେ ପ୍ରସାଦ କହିଥିଲେ।
ବୁମ୍ରା ୩ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ଯାଉଥିବାରୁ ସେ ମଧ୍ୟ ରଣଜୀ ଖେଳିବାକୁ କୌଣସି ସଙ୍କୋଚ ପ୍ରକାଶ କରି ନଥିଲେ। ଏ ସମ୍ପର୍କରେ ସେ ସୌରଭ ଗାଙ୍ଗୁଲି ଓ ବିସିସିଆଇ ସମ୍ପାଦକ ଜୟ ଶାହଙ୍କୁ ଜଣାଇଥିଲେ। ଉଭୟ ବୁମ୍ରାଙ୍କୁ କେବଳ ସୀମିତ ଓଭର କ୍ରିକେଟ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି। ଗୁଜରାଟ ଅଧିନାୟକ ପାର୍ଥୀବ ପଟେଲ ମଧ୍ୟ ବୁମ୍ରା ସୁରତରେ ରଣଜୀ ଖେଳିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।
ସୂତ୍ର ଅନୁସାରେ, ଚୟନକର୍ତ୍ତା ପ୍ୟାନେଲ ଗୁଜରାଟ ମ୍ୟାନେଜମେଣ୍ଟକୁ ବୁମ୍ରାଙ୍କୁ ରଣଜୀ ମ୍ୟାଚ ଖେଳାଇବା ପାଇଁ କହିଥିଲା। ହେଲେ ତାଙ୍କୁ ଦିନକ ମଧ୍ୟରେ ୪ରୁ ୮ ଓଭର ହିଁ ବୋଲିଂ କରିବାକୁ ଦିଆଯିବ ବୋଲି ସର୍ତ୍ତ ରଖିଥିଲା। ତେବେ ଜଣେ ବୋଲରଙ୍କୁ ଦଳ ଦିନକ ମଧ୍ୟରେ ୮ ଓଭରରେ ସୀମତି ରଖିଲେ, ତାହା ଗୁଜରାଟ ପାଇଁ ମହଙ୍ଗା ସାବ୍ୟସ୍ତ ହେବାର ଆଶଙ୍କା ଥିଲା। ତେଣୁ ଗୁଜରାଟ ଟିମ ମ୍ୟାନେଜମେଣ୍ଟ ଏଥିରେ ରାଜି ହୋଇ ନଥିଲା। ବୁମ୍ରା ଏବେ ସିଧାସଳଖ ଶ୍ରୀଲଙ୍କା ବିପକ୍ଷ ଟି-୨୦ରେ ନଜର ଆସିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)