T-20 World Cup Photograph: (OTV)
ଆରମ୍ଭ ହୋଇଛି ବିଶ୍ବକପ ଟି-ଟ୍ବେଣ୍ଟି। ଦେଖିବାକୁ ମିଳୁଛି ବହୁ ରୋମାଞ୍ଚକର ମ୍ୟାଚ । ତେବେ ଏଥର ବିଶ୍ବକପରେ ଦେଖିବାକୁ ମିଳିଛି ଛୋଟ ଦେଶମାନଙ୍କ କମାଲ। ବଡ ବଡ ଦେଶ ବିପକ୍ଷରେ ମ୍ୟାଚ ହାରୁଛନ୍ତି, ହେଲେ ମନ ଜିତୁଛନ୍ତି କ୍ରିକେଟ ରାକିଂରେ ବହୁ ତଳେ ଥିବା କିଛି ଦେଶ। ଦିଗ୍ଗଜ ଦେଶମାନଙ୍କୁ ଦେଉଛନ୍ତି କଡା ଚ୍ୟାଲେଞ୍ଜ।
ଗତକାଲି ଇଂଲଣ୍ଡ ଓ ନେପାଳ ମଧ୍ୟରେ ହୋଇଥିଲା ମ୍ୟାଚ। ଇଂଲଣ୍ଡ ୧୮୪ ରନ କରିଥିଲେ ବି ନେପାଳ ଚେଜ୍ କରିବାରେ ସଫଲ ହୋଇଥିଲା। ଏପରିକି ମୁକାବିଲାର ଶେଷ ଭାଗରେ ବିଶ୍ବ ରାକିଂର ୧୬ ନ୍ବମ୍ବର ସ୍ଥାନରେ ଥିବା ନେପାଳ ଜିତିବାର ସୁଯୋଗ ବି ସୃଷ୍ଟି କରିଥିଲା। ପ୍ରତିଯୋଗିତାକୁ ଶେଷ ବଲ ଯାଏଁ ଟାଣିପାରିଥିଲା ନେପାଳ । ତେବେ ଶେଷରେ ମାତ୍ର ୪ ରନରେ ହାତିହିଲା।
ସେହିଭଳି ପାକିସ୍ତାନକୁ କଡ ଚ୍ୟାଲେଞ୍ଜ ଦେଇଥିଲା ନେଦରଲାଣ୍ଡସ୍। ଡଚ୍ ଟିମକୁ ୧୪୭ ରନରେ ଅଲ ଆଉଟ୍ କରିବାରେ ସକ୍ଷମ ହୋଇଥିଲା ପାକିସ୍ତାନ, ହେଲେ ବୋଲିଂ ଆଗରେ ଧରାଶାୟୀ ହୋଇଥିଲା ପାକିସ୍ତାନ ବ୍ୟାଟିଂ ଲାଇନ ଅପ୍। ୭ଟି ୱିକେଟ ହରାଇବାପରେ ମାତ୍ର ୩ଟି ବଲ ଥାଇ ମ୍ୟାଚ ଜିତିଥିଲା।
ଭାରତ ବିପକ୍ଷରେ ମଧ୍ୟ ବିଶ୍ବ ରାକିଂର ୧୮ ନ୍ବମର ସ୍ଥାନରେ ଥିବା ଆମେରିକା କଡା ଟକ୍କର ଦେଇଥିଲା। ୫୦ ରନରେ ଭାରତର ୪ ଜଣ ଦିଗ୍ଗଜ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରାବାରେ ସଫଲ ହୋଇଥିଲା। ଭାରତ ଯଦିଓ ମ୍ୟାଚ ଜିତିଥିଲା, ତଥାପି ୯ଟି ୱିକେଟ ହରାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/09/t-20-world-cup-2026-02-09-11-24-07.jpg)