Shreyas Iyer Photograph: (OTV)
ୱାନ୍ ଡେ ଇଣ୍ଟରନାଶନାଲ ମ୍ୟାଚ ର ଭାଇସ୍ କ୍ୟାପଟେନ୍ ଶ୍ରେୟାସ ଆୟର୍ ସିଡନି ହସପିଟାଲରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଓ .ଡି.ଆଇ ମ୍ୟାଚ ଖେଳିବା ସମୟରେ ତାଙ୍କୁ ଆଘାତ ଲାଗିଥିଲା । ଶ୍ରେୟାସଙ୍କ ଛାତିରେ ଇଣ୍ଟରନାଲ୍ ବ୍ଲିଡିଙ୍ଗ ହୋଇଥିଲା ଯେଉଁଥି ପାଇଁ ସେ ହସପିଟାଲ ବେଡରେ ।
ସିଡନିରେ ହୋଇଥିବା ତୃତୀୟ ଓଡିଆଇ ମ୍ୟାଚରେ ଫିଲଡରେ କ୍ୟାଚ ଧରିବା ସମୟରେ ବଲ୍ ତାଙ୍କ ବାମ ଛାତିରେ ବାଜିଥିଲା ଯାହା ଖୁବ ଆଘାତ ଦେଇଥିଲା ,ଏହି ଭାରତୀୟ ଖେଳାଳୀଙ୍କୁ। ,ଏହାପରେ ସେ ଡ୍ରେସିଂ ରୁମକୁ ପଳେଇଗଲେ ଆଉ ସେଠାକାର ଡାକ୍ତରୀ ଟିମ ଏବଂ ଫିଜିଓ ଟିମ ତାଙ୍କର ଚେକଅପ୍ କରିଥିଲେ ଏବଂ ସେମାନେ କୌଣସି ରିସ୍କ ନେବାକୁ ଚାହୁଁନଥିଲେ। ତେଣୁ ତୁରନ୍ତ ହସପିଟାଲରେ ଆଡମିଟ୍ କରିଦେଇଥିଲେ ।
ସେଠାକାର ଟିମ ଏହି ବ୍ୟାଟସ୍ମ୍ୟାନଙ୍କୁ ଚେକଅପ୍ କରିଥିଲେ ଆଉ ରିପୋର୍ଟରେ ଜାଣିବାକୁ ପାଇଲେ ଶ୍ରେୟାସଙ୍କ ଛାତିରେ ଇଣ୍ଟରନାଲ ବ୍ଲିଡିଙ୍ଗ ହୋଇଛି ସେଥିପାଇଁ ତାଙ୍କୁ ତରୁନ୍ତ ଆଇସିୟୁକୁ ସିଫଟ୍ କରାଗଲା କିନ୍ତୁ ଟିକେ ଡେରି ହୋଇଥିଲେ ଅବସ୍ଥା ସଂକଟାପର୍ଣ୍ଣ ହୋଇଥାଆନ୍ତି । ଡାକ୍ତରମାନେ କହୁଥିଲେ ତାଙ୍କୁ ୩ ସପ୍ତାହ ରେଷ୍ଟ ନେବାକୁ କିନ୍ତୁ ଏବେ ଏହାର ସମୟ ସୀମା ବଢିପାରେ ଶେୟାସ ଆଉ ଗୋଟେ ଏକ ସପ୍ତାହ ଅଧିକ ହସିପଟାଲରେ ରହିପାରନ୍ତି ।
ଶ୍ରେୟାସଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ଆଉ ଧିରେ ଧିରେ ସେ ସୁସ୍ଥ ହେଉଛନ୍ତି ବୋଲି ବିସିସିଆଇ ପ୍ରକାଶ କରିଛି । ସିଡନିର ଡାକ୍ତରୀ ଟିମ ଯେ ପଯ୍ୟନ୍ତ ତାଙ୍କୁ ଫିଟ ବୋଲି ରିପୋର୍ଟ ଦେଇନାହାନ୍ତି ସେ ପଯ୍ୟନ୍ତ ୩୧ ବର୍ଷିୟ ଶେୟାସ ଭାରତକୁ ଫେରିପାରିବେ ନାହିଁ । ଇଣ୍ଡିଆ ଟି .ଟ୍ବେଣ୍ଟି ସ୍ବାଡରେ ଶ୍ରେୟାସ ଆଇଆର୍ ନାହାନ୍ତି । ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ପୁଣି ଫିଲଡକୁ ଫେରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/28/shreyas-iyer-2025-10-28-11-51-51.jpg)