Advertisment

କୋର୍ଟକୁ ଫେରିବେ ସାନିଆ ମିର୍ଜା

ମୁମ୍ବାଇ: ଭାରତୀୟ ଟେନିସ୍ ଖେଳାଳି ସାନିଆ ମିର୍ଜା ଖୁବଶୀଘ୍ର କୋର୍ଟକୁ ଫେରିବେ। ଆସନ୍ତାବର୍ଷ ଜାନୁଆରୀରେ ହୋବାର୍ଟ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟ ଜରିଆରେ ସାନିଆ ଟେନିସ୍ କୋର୍ଟକୁ ଫେରିବେ। ୩୩ ବର୍ଷୀୟ ସାନିଆ ଶେଷଥର ପାଇଁ ଅକ୍ଟୋବର ୨୦୧୭ରେ ଚାଇନା ଓପନରେ ଭାଗ ନେଇଥିଲେ। ସେ ହୋବାର୍ଟ ଇଣ୍ଟରନ୍ୟାଶନାଲରେ ବିଶ୍ୱ ରାଙ୍କିଙ୍ଗର ୩୮ତମ ସ୍ଥାନରେ ଥିବା ୟୁକ୍ରେନର ନାଡିଆ କିଚେନୋକଙ୍କ ସହ ଯୋଡ଼ିଦାର ହେବେ। ପାକିସ୍ତାନ କ୍ରିକେଟର୍ ଶୋଏବ ମଲିକଙ୍କୁ ବିବାହ କରିଥିବା ସାନିଆ ଗତବର୍ଷ ଅକ୍ଟୋବରରେ ନିଜର ପ୍ରଥମ […]

author-image
Pradesh Pratyush
କୋର୍ଟକୁ ଫେରିବେ ସାନିଆ ମିର୍ଜା

sania

ମୁମ୍ବାଇ: ଭାରତୀୟ ଟେନିସ୍ ଖେଳାଳି ସାନିଆ ମିର୍ଜା ଖୁବଶୀଘ୍ର କୋର୍ଟକୁ ଫେରିବେ। ଆସନ୍ତାବର୍ଷ ଜାନୁଆରୀରେ ହୋବାର୍ଟ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟ ଜରିଆରେ ସାନିଆ ଟେନିସ୍ କୋର୍ଟକୁ ଫେରିବେ। ୩୩ ବର୍ଷୀୟ ସାନିଆ ଶେଷଥର ପାଇଁ ଅକ୍ଟୋବର ୨୦୧୭ରେ ଚାଇନା ଓପନରେ ଭାଗ ନେଇଥିଲେ। ସେ ହୋବାର୍ଟ ଇଣ୍ଟରନ୍ୟାଶନାଲରେ ବିଶ୍ୱ ରାଙ୍କିଙ୍ଗର ୩୮ତମ ସ୍ଥାନରେ ଥିବା ୟୁକ୍ରେନର ନାଡିଆ କିଚେନୋକଙ୍କ ସହ ଯୋଡ଼ିଦାର ହେବେ।

Advertisment

ପାକିସ୍ତାନ କ୍ରିକେଟର୍ ଶୋଏବ ମଲିକଙ୍କୁ ବିବାହ କରିଥିବା ସାନିଆ ଗତବର୍ଷ ଅକ୍ଟୋବରରେ ନିଜର ପ୍ରଥମ ପୁତ୍ର ସନ୍ତାନ ଇଜହାନଙ୍କୁ ଜନ୍ମ ଦେଇଥିଲେ। ସାନିଆ କହିଛନ୍ତି, “ମୁଁ ହୋବାର୍ଟରେ ଖେଳିବି ଏବଂ ଏହା ପରେ ଅଷ୍ଟ୍ରେଲିଆନ୍ ଓପନରେ ଭାଗ ନେବି। ମୁଁ ଆସନ୍ତାମାସରେ ମୁମ୍ବାଇରେ ମଧ୍ୟ ଏକ ଟୁର୍ଣ୍ଣାମେଣ୍ଟ (ଆଇଟିଏଫ୍ ମହିଳା ଇଭେଣ୍ଟ) ରେ ଖେଳିବି। ଯଦି ମୋ ରିଷ୍ଟ ଠିକ୍ ରୁହେ, ତାହେଲେ ମୁଁ ଏହି ପ୍ରତିଯୋଗିତାରେ ଭାଗ ନେବି। କିନ୍ତୁ ହୋବାର୍ଟ ଏବଂ ଅଷ୍ଟ୍ରେଲିଆନ୍ ଓପନରେ ନିଶ୍ଚିତ ଖେଳିବି।”

୬ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଥିବା ସାନିଆ କହିଛନ୍ତି, “ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ଫିଟ୍ ଅଛି। ଯେତେବେଳେ ଜଣେ ମା’ ହୁଏ, ସେତେବେଳେ ଜୀବନେୀ ଅନେକ ପରିବର୍ତ୍ତନ ଆସେ। ମା’ ହେବା ପରେ ଦୈନିକ କାର୍ଯ୍ୟସୂଚୀ ଏବଂ ଶୋଇବା ଢ଼ାଞ୍ଚା ବଦଳିଯାଏ। ଏବେ ମୁଁ ନିଜକୁ ଫିଟ୍ ମନେ କରୁଛି। ପ୍ରଥମ ସନ୍ତାନ ଜନ୍ମ କରିବା ପରେ ମୋ ଶରୀର ଯେଉଁଭଳି ଥିଲା, ତାହା ଏବେ ନାହିଁ। ମୁଁ ୬-୭ ମାସ ପୂର୍ବେ ପ୍ରତ୍ୟାବର୍ତ୍ତନ କରିବା ନେଇ ମନସ୍ଥ କରିସାରିଥିଲି।” ସାନିଆ ଅଷ୍ଟ୍ରେଲିଆନ୍ ଓପନରେ ରାଜୀବ ରାମଙ୍କ ସହ ମିକ୍ସଡ୍ ଖେଳିବେ। ଏହା ସହ ୨୦୨୦ରେ ଟୋକିଓରେ ହେବାକୁଥିବା ଅଲିମ୍ପିକ୍ ଟିକେଟ୍ ହାସଲ କରିବାକୁ ସାନିଆ ପ୍ରୟାସ କରିବେ ବୋଲି କହିଛନ୍ତି।

Advertisment
Advertisment
Advertisment