Advertisment

ସରିଲା କ୍ରିକେଟର୍ ଶ୍ରୀସନ୍ଥଙ୍କ ବାସନ୍ଦାଦେଶ

ନୂଆଦିଲ୍ଲୀ: ଭାରତୀୟ ପେସ୍ ବୋଲର ଏସ୍ ଶ୍ରୀସନ୍ଥଙ୍କ ଉପରେ ସ୍ପଟ୍ ଫିକ୍ସିଂ ପାଇଁ ଲାଗିଥିବା ୭ ବର୍ଷର ବାସନ୍ଦାଦେଶ ରବିବାର ଶେଷ ହୋଇଛି। ଏହି ପେସ୍ ବୋଲରଙ୍କୁ ଆରମ୍ଭରୁ ହିଁ ଆଜୀବନ ବାସନ୍ଦ କରାଯାଇଥିଲା। କିନ୍ତୁ ସେ ଏହା ବିରୋଧରେ ଆଇନର ସହାୟତା ନେଇଥିଲେ। ୩୭ ବର୍ଷୀୟ ଶ୍ରୀସନ୍ଥ ପୂର୍ବରୁ ହିଁ ସ୍ପଷ୍ଟ କରିଥିଲେ ଯେ ତାଙ୍କ ଉପରେ ଲାଗିଥିବା ବାସନ୍ଦାଦେଶ ଶେଷ ହେବା ପରେ ସେ ଅତିକମରେ ଘରୋଇ କ୍ରିକେଟ୍ ଖେଳିବା ଆରମ୍ଭ କରିବେ। ଏପରିକି […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ସରିଲା କ୍ରିକେଟର୍ ଶ୍ରୀସନ୍ଥଙ୍କ ବାସନ୍ଦାଦେଶ

sreesanth

ନୂଆଦିଲ୍ଲୀ: ଭାରତୀୟ ପେସ୍ ବୋଲର ଏସ୍ ଶ୍ରୀସନ୍ଥଙ୍କ ଉପରେ ସ୍ପଟ୍ ଫିକ୍ସିଂ ପାଇଁ ଲାଗିଥିବା ୭ ବର୍ଷର ବାସନ୍ଦାଦେଶ ରବିବାର ଶେଷ ହୋଇଛି। ଏହି ପେସ୍ ବୋଲରଙ୍କୁ ଆରମ୍ଭରୁ ହିଁ ଆଜୀବନ ବାସନ୍ଦ କରାଯାଇଥିଲା। କିନ୍ତୁ ସେ ଏହା ବିରୋଧରେ ଆଇନର ସହାୟତା ନେଇଥିଲେ। ୩୭ ବର୍ଷୀୟ ଶ୍ରୀସନ୍ଥ ପୂର୍ବରୁ ହିଁ ସ୍ପଷ୍ଟ କରିଥିଲେ ଯେ ତାଙ୍କ ଉପରେ ଲାଗିଥିବା ବାସନ୍ଦାଦେଶ ଶେଷ ହେବା ପରେ ସେ ଅତିକମରେ ଘରୋଇ କ୍ରିକେଟ୍ ଖେଳିବା ଆରମ୍ଭ କରିବେ। ଏପରିକି ତାଙ୍କ ଘରୋଇ ରାଜ୍ୟ ଟିମ୍ କେରଳ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା ଯେ ଯଦି ଶ୍ରୀସନ୍ଥ ନିଜର ଫିଟନେସ୍ ସାବ୍ୟସ୍ତ କରନ୍ତି, ତାହେଲେ ତାଙ୍କ ଚୟନ ଉପରେ ବିଚାର କରାଯିବ।

Advertisment

Important to embrace change: Sreesanth | Cricket News - Times of India

ନିଜ ଉପରେ ଲାଗିଥିବା ବାସନ୍ଦାଦେଶ ହଟିବାର କିଛି ଦିନ ପୂର୍ବରୁ ଶ୍ରୀସନ୍ଥ କହିଥିଲେ, 'ମୁଁ ଏବେ ସମ୍ପୂର୍ଣ୍ଣ ଭାବେ ଦୋଷରୁ ମୁକ୍ତ ହୋଇଯାଇଛି ଏବଂ ଏବେ ମୁଁ ଯେଉଁ ଖେଳକୁ ସବୁଠାରୁ ଅଧିକ ଭଲ ପାଏ, ତାକୁ ପୁଣିଥରେ ଖେଳିବାକୁ ଚାହୁଁଛି। ମୁଁ ପ୍ରତି ବଲରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରୟସା କରିବି, ତେଣିକି ତାହା ଅଭ୍ୟାସ ହେଉ ନା କାହିଁକି। ମୋ ପାଖରେ ଅତିବେଶୀରେ ୫ରୁ ୭ ବର୍ଷ ସମୟ ବାକି ଅଛି ଏବଂ ଏହି ସମୟ ମଧ୍ୟରେ ଯେଉଁ ଟିମ୍ ପକ୍ଷରୁ ମୋତେ ଖେଳିବାକୁ ସୁଯୋଗ ମିଳିବ, ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବି।

Leander Paes won Grand Slams at 42, I can at least still play some cricket: S Sreesanth | Sports News,The Indian Express

ସୂଚନାଯୋଗ୍ୟ, ୨୦୧୩ ଆଇପିଏଲରେ ସ୍ପଟ୍ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଶ୍ରୀସନ୍ଥଙ୍କ ଉପରେ ବିସିସିଆଇ ଆଜୀବନ ବ୍ୟାନ୍ ଲଗାଇଥିଲା। ତେବେ ୨୦୧୫ରେ ଦିଲ୍ଲୀରେ ଏକ ସ୍ପେଶାଲ୍ କୋର୍ଟ ତାଙ୍କ ଉପରେ ଲାଗିଥିବା ସବୁ ଅଭିଯୋଗରୁ ତାଙ୍କୁ ମୁକ୍ତ କରିଥିଲେ।

Advertisment

S. Sreesanth then and now pics

ଏହା ପରେ ୨୦୧୮ରେ ବିସିସିଆଇ ଦ୍ୱାରା ତାଙ୍କ ଉପରେ ଲଗାଯାଇଥିବା ଆଜୀବନ ବାସନ୍ଦାଦେଶକୁ କେରଳ ହାଇକୋର୍ଟ ପ୍ରତ୍ୟାହାର କରିଥିଲେ। ହାଇକୋର୍ଟ ତାଙ୍କ ଉପରେ ଲାଗିଥିବା ଦଣ୍ଡାଦେଶକୁ କାଏମ ରଖିଥିଲେ। ତେବେ ଗତବର୍ଷ ଶ୍ରୀସନ୍ଥ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସୁପ୍ରିମ୍ କୋର୍ଟ ତାଙ୍କ ଅପରାଧକୁ କାଏମ ରଖିଥିଲେ, କିନ୍ତୁ ବିସିସିଆଇକୁ ଦଣ୍ଡ କମ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ବିସିସିଆଇ ତାଙ୍କର ଆଜୀବନ ବାସନ୍ଦାଦେଶକୁ ହଟାଇ ଏହାକୁ ୭ ବର୍ଷ କରିଥିଲା।

Advertisment
Advertisment