/odishatv-khabar/media/post_attachments/uploadimage/library/16_9/16_9_0/ro_1626692999.jpg)
ro
ମାଞ୍ଚେଷ୍ଟର: ଚଳିତ ବିଶ୍ୱକପରେ ରୋହିତ୍ ଶର୍ମାଙ୍କ ବ୍ୟାଟ୍ ଖୁବ୍ ଚାଲିଛି। ଆଜି ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ଆଉ ଏକ ଦମଦାର ଇନିଂସ୍ ଖେଳି ଶତକ ହାସଲ କରିଛନ୍ତି। ଚଳିତ ବିଶ୍ୱକପରେ ରୋହିତଙ୍କ ଏହା ଦ୍ୱିତୀୟ ଶତକ । ସେ ମାତ୍ର ୮୫ ବଲରେ କ୍ୟାରିୟରର ୨୪ତମ ଶତକ ମାରିଛନ୍ତି।
Advertisment
ଏହା ପୂର୍ବରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚରେ ଧୈର୍ଯ୍ୟପୂର୍ଣ୍ଣ ଶତକ ମାରି ଭାରତକୁ ବିଜୟୀ କରାଇଥିଲେ । ଆଜି ମ୍ୟାଚରେ ରୋହିତଙ୍କ ସହ ଓପନ୍ କରୁଥିବା ଲୋକେଶ ରାହୁଲ ମଧ୍ୟ ଭଲ ବ୍ୟାଟିଂ କରି ଭାରତକୁ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୩୭ ରନର ଶତକୀୟ ଭାଗୀଦାରୀ କରିଥିଲେ।
ରାହୁଲ ଅର୍ଦ୍ଧଶତକ ମାରିବା ପରେ ୱହାବ ରିଆଜଙ୍କ ବଲରେ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ସେ ୫୭ ରନ୍ କରି ଆଉଟ୍ ହୋଇଛନ୍ତି। ରୋହିତଙ୍କ ସହ କ୍ୟାପଟେନ୍ ବିରାଟ୍ କୋହଲି ବ୍ୟାଟିଂ କରୁଥିଲେ। ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୩୦ ଓଭରରେ ୧ ୱିକେଟ୍ ହରାଇ ୧୭୨ ରନ୍ କରିଛି । ରୋହିତ୍ ୧୦୦ ଓ ବିରାଟ୍ ୯ ରନ୍ କରି ବ୍ୟାଟିଂ କରୁଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)