Advertisment

ଫର୍ମକୁ ଫେରିଲେ ହିଟ୍ ମ୍ୟାନ୍

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକା ସିରିଜରୁ ଫର୍ମ ପାଇଁ ସଂଘର୍ଷ କରୁଥିବା ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଆକର୍ଷଣୀୟ ବ୍ୟାଟିଂ କରି ଫର୍ମ ପାଇଛନ୍ତି। ଏହି ଇଂନିସରେ ରୋହିତ ୬୧ଟି ବଲ୍‌ରୁ ୮୯ ରନ୍‌ ସଂଗ୍ରହ କରିଛନ୍ତି। ଏହି ୮୯ରନର ପାଳିରେ ସେ ୫ଟି ଚୌକା ଓ ୫ଟି ବିଶାଳ ଛକା ମାରିଥିଲେ। ହିଟ୍‌ମ୍ୟାନ୍‌ ନାଁରେ ଜଣାଶୁଣା ରୋହିତ ଶର୍ମା ଏହି ବିସ୍ଫୋରକ ଇଂନିସ ଖେଳିବା ସହ ଯୁବରାଜଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ରୋହିତ ୭୮ ମ୍ୟାଚ୍‌ରୁ […]

author-image
Otv Khabar Bureau
ଫର୍ମକୁ ଫେରିଲେ ହିଟ୍ ମ୍ୟାନ୍

rohit sharma

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକା ସିରିଜରୁ ଫର୍ମ ପାଇଁ ସଂଘର୍ଷ କରୁଥିବା ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଆକର୍ଷଣୀୟ ବ୍ୟାଟିଂ କରି ଫର୍ମ ପାଇଛନ୍ତି। ଏହି ଇଂନିସରେ ରୋହିତ ୬୧ଟି ବଲ୍‌ରୁ ୮୯ ରନ୍‌ ସଂଗ୍ରହ କରିଛନ୍ତି।

Advertisment

ଏହି ୮୯ରନର ପାଳିରେ ସେ ୫ଟି ଚୌକା ଓ ୫ଟି ବିଶାଳ ଛକା ମାରିଥିଲେ। ହିଟ୍‌ମ୍ୟାନ୍‌ ନାଁରେ ଜଣାଶୁଣା ରୋହିତ ଶର୍ମା ଏହି ବିସ୍ଫୋରକ ଇଂନିସ ଖେଳିବା ସହ ଯୁବରାଜଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି।

ରୋହିତ ୭୮ ମ୍ୟାଚ୍‌ରୁ ୭୫ଟି ଛକା ମାରି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ଭାରତୀୟ ଭାବେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ଯୁବରାଜଙ୍କ ନାଁରେ ଥିଲା। ଯୁବି ମାତ୍ର ୫୮ ମ୍ୟାଚ୍‌ରେ ୭୪ଟି ଛକା ମାରି ପୂର୍ବରୁ ଏହି ତାଲିକାରେ ପ୍ରଥମ ସ୍ଥାନରେ ଥିଲେ।

Advertisment

ସାରା ବିଶ୍ୱରେ କିନ୍ତୁ ରୋହିତ ଏହି ତାଲିକାରେ ୮ମ ସ୍ଥାନରେ ଅଛନ୍ତି। କ୍ରିସ୍‌ ଗେଲ୍ ଓ  ମାର୍ଟିନ ଗୁପ୍‌ଟିଲ୍‌ ସର୍ବାଧିକ ୧୦୩ଟି ଲେଖାଁଏ ଛକା ମାରି ମିଳିତ ଭାବରେ ପ୍ରଥମ ସ୍ଥାନରେ ଅଛନ୍ତି।

Rohit Sharma
Advertisment
Advertisment