rohan-jaitly
ନୂଆଦିଲ୍ଲୀ: ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ୍(ଡିଡିସିଏ) ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଦିବଙ୍ଗତ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ପୁଅ ରୋହନ ଜେଟ୍ଲୀ। ୩୧ ବର୍ଷୀୟ ରୋହନ ଏହି ପଦରେ ୨୦୨୧ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ରହିବେ। ତେବେ ଟ୍ରେସର୍ ଓ ନିର୍ଦ୍ଦେଶକ ପଦ ପାଇଁ ନଭେମ୍ବର ୫, ୬ ଓ ୮ତାରିଖରେ ନିର୍ବାଚନ ହେବ। ନଭେମ୍ବର ୯ରେ ଫଳାଫଳ ଘୋଷଣା ହେବ।
ପେଷାରେ ଓକିଲ ଥିବା ରୋହନ ଡିଡିସିଏର ଅଧ୍ୟକ୍ଷ ପଦ ପାଇଁ ଶେଷ ତାରିଖରେ ନାମାଙ୍କନ ଦାଖଲ କରିଥିଲେ। ତେବେ ଅଧ୍ୟକ୍ଷ ପଦ ପାଇଁ ସୁନିଲ କୁମାର ଗୋୟଲ ମଧ୍ୟ ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ପରେ ସୁନିଲ ଓହରିଯିବାରୁ ରୋହନ ନିର୍ବିରୋଧୀ ଭାବେ ଡିଡିସିଏର ଅଧ୍ୟକ୍ଷ ପଦକୁ ନିର୍ବାଚିତ ହୋଇଛନ୍ତି। ରୋହନଙ୍କ ବାପା ତଥା ସ୍ୱର୍ଗତ ଅରୁଣ ଜେଟ୍ଲୀ ମଧ୍ୟ ଡିଡିସିଏର ଅଧ୍ୟକ୍ଷ ପଦରେ ରହିସାରିଛନ୍ତି। ୧୯୯୯ ଓ ୨୦୧୩ ମଧ୍ୟରେ ସେ ଡିଡିସିଏର ଅଧ୍ୟକ୍ଷ ରହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rohan-jaitly_1625216793.jpg)