Advertisment

ବଡ଼ ଭୁଲ୍ କରିଦେଲେ ରବିନ୍ ଉଥାପ୍ପା! ଭାଙ୍ଗିଲେ ଆଇସିସି ଗାଇଡଲାଇନ୍

ଦୁବାଇ: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ରବିନ୍ ଉଥାପ୍ପା ବଡ଼ ଭୁଲ୍ କରି ଦେଇଛନ୍ତି। ବୁଧବାର ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ମ୍ୟାଚରେ ଉଥାପ୍ପାଙ୍କୁ ବଲରେ ଲାଳ ଲଗାଉଥିବା ଦେଖିବାକୁ ମିଳିଛି, ଯାହା ସେ ଆଇସିସିର କୋଭିଡ୍-୧୯ ଗାଇଡଲାଇନର ଉଲ୍ଲଙ୍ଘନ କରିଛନ୍ତି। ଏହି ଘଟଣା କେକେଆର୍ ଇନିଂସର ତୃତୀୟ ଓଭରର ପଞ୍ଚମ ବଲରେ ଘଟିଛି। ଏହି ଉଥାପ୍ପା ସୁନୀଲ୍ ନରିନଙ୍କ କ୍ୟାଚ୍ ହାତଛଡ଼ା କରିଥିଲେ। ସେ ମିଡ୍-ଅନ୍ ଅଞ୍ଚଳରେ ବଲ୍ ଧରିବା […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ବଡ଼ ଭୁଲ୍ କରିଦେଲେ ରବିନ୍ ଉଥାପ୍ପା! ଭାଙ୍ଗିଲେ ଆଇସିସି ଗାଇଡଲାଇନ୍

robin

ଦୁବାଇ: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ରବିନ୍ ଉଥାପ୍ପା ବଡ଼ ଭୁଲ୍ କରି ଦେଇଛନ୍ତି। ବୁଧବାର ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ମ୍ୟାଚରେ ଉଥାପ୍ପାଙ୍କୁ ବଲରେ ଲାଳ ଲଗାଉଥିବା ଦେଖିବାକୁ ମିଳିଛି, ଯାହା ସେ ଆଇସିସିର କୋଭିଡ୍-୧୯ ଗାଇଡଲାଇନର ଉଲ୍ଲଙ୍ଘନ କରିଛନ୍ତି।

Advertisment

ଏହି ଘଟଣା କେକେଆର୍ ଇନିଂସର ତୃତୀୟ ଓଭରର ପଞ୍ଚମ ବଲରେ ଘଟିଛି। ଏହି ଉଥାପ୍ପା ସୁନୀଲ୍ ନରିନଙ୍କ କ୍ୟାଚ୍ ହାତଛଡ଼ା କରିଥିଲେ। ସେ ମିଡ୍-ଅନ୍ ଅଞ୍ଚଳରେ ବଲ୍ ଧରିବା ପରେ ଏହା ଉପରେ ଲାଳ ଲଗାଇଥିବା କ୍ୟାମେରାରେ କଏଦ ହୋଇଛି ଏବଂ ଏହା ପରେ ଏହି ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

https://twitter.com/bhskr/status/1311308846741114880?s=20

ଏହି ଘଟଣାକୁ ନେଇ ଆଇପିଏଲ୍ ତରଫରୁ କୌଣସି ମନ୍ତବ୍ୟ ଜାରି ହୋଇନାହିଁ। ଆଇସିସି କୋଭିଡ୍-୧୯ ମହାମାରୀ ଯୋଗୁ ଚଳିତ ବର୍ଷ ଜୁନ୍ ମାସରେ ବଲକୁ ଚମକାଇବା ପାଇଁ ଲାଳର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲା। ତେବେ ଏସଓପି ଅନୁଯାୟୀ, ଯଦି କୌଣସି ଖେଳାଳି ବଲରେ ଲାଳ ଲଗାଏ, ତାହେଲେ ଅମ୍ପାୟାର ଏଥିରେ ହସ୍ତକ୍ଷେପ କରିବେ ଏବଂ ଆଗକୁ ଯେପରି ଏହାର ପୁନରାବୃତ୍ତି ନହୁଏ, ସେଥିଲାଗି ଚେତାବନୀ ମଧ୍ୟ ଦେବେ।

Advertisment

ଆଇସିସି ଗାଇଡଲାଇନ୍ ମୁତାବକ, ଗୋଟିଏ ଟିମକୁ ପ୍ରତି ଇନିଂସରେ ଦୁଇଥର ଚେତାବନୀ ଦିଆଯିବ। କିନ୍ତୁ ବଲରେ ଲାଳ ଲଗାଇବା ଉପରେ ପାଞ୍ଚ ରନର ପେନାଲ୍ଟି ଲଗାଯିବ। ଯେତେବେଳେ ବଲ୍ ଉପରେ ଲାଳର ବ୍ୟବହାର କରାଯିବ, ସେତେବେଳେ ଅମ୍ପାୟାରଙ୍କୁ ହିଁ ବଲ୍ ସଫା କରିବାକୁ ପଡ଼ିବ। ତେବେ ଉଥାପ୍ପାଙ୍କ କ୍ଷେତ୍ରରେ ଏ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ କେକେଆର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୭୪ ରନ୍ କରିଥିଲା। ଜବାବରେ ରାଜସ୍ଥାନ ରୟାଲ୍ସ ୯ ୱିକେଟ୍‌ ବିନିମୟରେ ୧୩୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ କେକେଆର୍ ମୁକାବିଲାକୁ ୩୭ ରନରେ ଜିତି ନେଇଥିଲା।

Advertisment
Advertisment