Advertisment

ମାସ୍କ ପାଇଁ ମହିଳା କନଷ୍ଟେବଳଙ୍କ ସହ ଯୁକ୍ତିତର୍କ କଲେ କ୍ରିକେଟର୍ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ!

ରାଜକୋଟ୍: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଏକ ନୂଆ ବିବାଦରେ ଫସି ଯାଇଛନ୍ତି। ଜାଡେଜାଙ୍କ ପତ୍ନୀ ରିଭାବା ବିନା ମାସ୍କରେ ଯାଉଥିବା ବେଳେ ଜଣେ ପୁଲିସ୍ କନଷ୍ଟେବଳ ତାଙ୍କୁ ଅଟକାଇଥିଲେ ଏବଂ ଜୋରିମାନା ଦେବାକୁ କହିଥିଲେ। ଯାହା ପରେ ରିଭାବା ଉକ୍ତ କନଷ୍ଟେବଳଙ୍କ ସହ ଖୁବ୍ ଯୁକ୍ତିତର୍କ କରିଥିଲେ। ଉକ୍ତ କନଷ୍ଟେବଳଙ୍କର ରିଭାବାଙ୍କୁ ମାସ୍କ ନପିନ୍ଧିବାର କାରଣ ପଚାରିଥିଲେ। ଯେଉଁକାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଯାଇଥିଲା। ଏହି ଘଟଣା ସୋମବାର […]

author-image
Ranjeet Kumar Jena
ମାସ୍କ ପାଇଁ ମହିଳା କନଷ୍ଟେବଳଙ୍କ ସହ ଯୁକ୍ତିତର୍କ କଲେ କ୍ରିକେଟର୍ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ!

jaddu

ରାଜକୋଟ୍: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଏକ ନୂଆ ବିବାଦରେ ଫସି ଯାଇଛନ୍ତି। ଜାଡେଜାଙ୍କ ପତ୍ନୀ ରିଭାବା ବିନା ମାସ୍କରେ ଯାଉଥିବା ବେଳେ ଜଣେ ପୁଲିସ୍ କନଷ୍ଟେବଳ ତାଙ୍କୁ ଅଟକାଇଥିଲେ ଏବଂ ଜୋରିମାନା ଦେବାକୁ କହିଥିଲେ। ଯାହା ପରେ ରିଭାବା ଉକ୍ତ କନଷ୍ଟେବଳଙ୍କ ସହ ଖୁବ୍ ଯୁକ୍ତିତର୍କ କରିଥିଲେ। ଉକ୍ତ କନଷ୍ଟେବଳଙ୍କର ରିଭାବାଙ୍କୁ ମାସ୍କ ନପିନ୍ଧିବାର କାରଣ ପଚାରିଥିଲେ। ଯେଉଁକାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଯାଇଥିଲା।

Advertisment

ଏହି ଘଟଣା ସୋମବାର ରାତିରେ ଘଟିଥିଲା। ଏହି ସମୟରେ ଜାଡେଜା କାର୍ ଚଲାଉଥିଲେ। ଜାଡେଜା ମାସ୍କ ପିନ୍ଧିଥିବା ବେଳେ ତାଙ୍କ ପତ୍ନୀ ମାସ୍କ ପିନ୍ଧିନଥିବା ପୋଲିସ୍ ପକ୍ଷରୁ କୁହାଯାଇଛି। ପୋଲିସ୍ ଡିସିପି ମନୋହରସିଂ ଜାଡେଜା କହିଛନ୍ତି, କ୍ରିକେଟରଙ୍କ ପତ୍ନୀ ମହିଳା ହେଡ୍ କନଷ୍ଟେବଳ ସୋନଲ୍ ଗୋସାଇଙ୍କ ସହ ପ୍ରବଳ ଯୁକ୍ତିତର୍କ କରିଥିଲେ, ଯିଏ ରିଭାବାଙ୍କୁ ମାସ୍କ ନପିନ୍ଧିଥିବାର ଦେଖି କିସାନପଡ଼ା ଛକରେ ତାଙ୍କ ଗାଡ଼ିକୁ ରୋକିଥିଲେ।

ଡିସିପି ଆହୁରି କହିଛନ୍ତି, କନଷ୍ଟେବଳ ଜାଡେଜାଙ୍କ ପତ୍ନୀଙ୍କୁ ମାସ୍କ ନପିନ୍ଧିବା ନେଇ ଜୋରିମାନା ଦେବାକୁ କହିଥିଲେ ଏବଂ ଲାଇସେନ୍ସ ମଧ୍ୟ ମାଗିଥିଲେ। ଯାହା ପରେ ଉଭୟ ରିଭାବା ଓ କନଷ୍ଟେବଳ ପରସ୍ପର ଉପରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ। ଯୁକ୍ତିତର୍କ ପରେ ସୋନଲ୍ ସାମାନ୍ୟ ଅସୁସ୍ଥ ଅନୁଭୂତ କରିବାରୁ ତାଙ୍କୁ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା। ତେବେ ଅଧ ଘଣ୍ଟା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ଏବଂ ସେ ସୁସ୍ଥ ଅଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଏଫଆଇଆର୍ ଦାଖଲ କରାଯାଇନାହିଁ।

Advertisment

ସୂଚନାଯୋଗ୍ୟ, ଗୁଜରାଟରେ କରୋନା ମୃତ୍ୟୁ ସଂଖ୍ୟା ୨୬୪୭ରେ ପହଞ୍ଚିସାରିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୭୨,୧୨୦ରେ ପହଞ୍ଚିଛି। ତେବେ ଅହମ୍ମଦାବାଦରେ ଏପର୍ଯ୍ୟନ୍ତ ୨୮୧୨୭ ମାମଲା ଏବଂ ୧୬୩୭ ମୃତ୍ୟୁ ହୋଇଛି।

Advertisment
Advertisment