Advertisment

ହାଇଦ୍ରାବାଦକୁ ୧୫୫ ରନ୍‌ର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ଦୁବାଇ: ଚଳିତ ଆଇପିଏଲର ୪୦ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୪ ରନ୍ କରିବାକୁ ସକ୍ଷମ ହୋଇଛି। ତେବେ ଏସ୍‌ଆରଏଚ ୧୫୫ ରନ୍ ଟାର୍ଗେଟ୍‌ର ପିଛା କରି ପଡ଼ିଆକୁ ଓହ୍ଲାଇଛି। ରାଜସ୍ଥାନ […]

author-image
Otv Khabar Bureau
ଅଦ୍ୟତନ ହୋଇଛି
ହାଇଦ୍ରାବାଦକୁ ୧୫୫ ରନ୍‌ର ଟାର୍ଗେଟ୍‌ ଦେଲା ରାଜସ୍ଥାନ

6

ଦୁବାଇ: ଚଳିତ ଆଇପିଏଲର ୪୦ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଛି।

Advertisment

ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୪ ରନ୍ କରିବାକୁ ସକ୍ଷମ ହୋଇଛି। ତେବେ ଏସ୍‌ଆରଏଚ ୧୫୫ ରନ୍ ଟାର୍ଗେଟ୍‌ର ପିଛା କରି ପଡ଼ିଆକୁ ଓହ୍ଲାଇଛି।

ରାଜସ୍ଥାନ ପକ୍ଷରୁ ସଞ୍ଜୁ ସାମ୍‌ସନ ୨୬ ବଲ୍‌ରେ ଗୋଟିଏ ଛକା ଏବଂ ତିନୋଟି ଚୌକା ସହ ସର୍ବାଧିକ ୩୬ ରନ୍‌ କରି ହୋଲ୍ଡରଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ହେଲେ ଦଳ ପକ୍ଷରୁ କେହି ବଡ଼ ସ୍କୋର କରିପାରି ନଥିଲେ। ଷ୍ଟୋକ୍ସ ୩୨ ବଲ୍‌ରେ ୩୦ ରନ୍‌ କରିଥିବା ବେଳେ ରିଆନ ପରାଗ ୧୨ ବଲ୍‌ରେ ୨୦ ରନ୍‌ କରିଥିଲେ।

Advertisment

ତେବେ ହାଇଦ୍ରାବାଦ ପକ୍ଷରୁ ହୋଲ୍ଡର ୪ ଓଭରରେ ୩୩ ରନ୍‌ ଦେଇ ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ। ବିଜୟ ଶଙ୍କର ଓ ରସିଦ୍ ଖାନ୍ ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ।

Advertisment
Advertisment