Advertisment

ଟସ୍ ଜିତିଲେ ସ୍ମିଥ୍, ପ୍ରଥମେ ବ୍ୟାଟିଂ କରିବ କେକେଆର୍

ଦୁବାଇ: ଲଗାତର ଦୁଇଟି ମ୍ୟାଚ୍ ଜିତିସାରିଥିବା ଷ୍ଟିଭେନ୍ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସ ତା’ର ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟୁଛି। ବୁଧବାର ଖେଳାଯାଉଥିବା ଏହି ମୁକାବିଲାରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ କେକେଆର୍ ଟିମ୍ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚ୍ ପାଇଁ ଉଭୟ ଦଳ ଅପରିବର୍ତ୍ତିତ ରହିଛି। ରାଜସ୍ଥାନ ଏହି ମ୍ୟାଚ୍ ଜିତି ବିଜୟର ହ୍ୟାଟ୍ରିକ୍ ଲଗାଇବା ଲକ୍ଷ୍ୟରେ ଥିବା ବେଳେ କେକେଆର୍ ବିଜୟଧାରା ଜାରି ରଖିବାକୁ ଚାହିଁବ। […]

author-image
Ranjeet Kumar Jena
ଟସ୍ ଜିତିଲେ ସ୍ମିଥ୍, ପ୍ରଥମେ ବ୍ୟାଟିଂ କରିବ କେକେଆର୍

ipl13

ଦୁବାଇ: ଲଗାତର ଦୁଇଟି ମ୍ୟାଚ୍ ଜିତିସାରିଥିବା ଷ୍ଟିଭେନ୍ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସ ତା'ର ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟୁଛି। ବୁଧବାର ଖେଳାଯାଉଥିବା ଏହି ମୁକାବିଲାରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ କେକେଆର୍ ଟିମ୍ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚ୍ ପାଇଁ ଉଭୟ ଦଳ ଅପରିବର୍ତ୍ତିତ ରହିଛି।

Advertisment

ରାଜସ୍ଥାନ ଏହି ମ୍ୟାଚ୍ ଜିତି ବିଜୟର ହ୍ୟାଟ୍ରିକ୍ ଲଗାଇବା ଲକ୍ଷ୍ୟରେ ଥିବା ବେଳେ କେକେଆର୍ ବିଜୟଧାରା ଜାରି ରଖିବାକୁ ଚାହିଁବ। ମ୍ୟାଚରେ ଉଭୟ ଦଳର ବୋଲିଂ ଆଟାକ୍ ଉପରେ ସମସ୍ତଙ୍କ ନଜର୍ ରହିବ। ବିଶେଷକରି ରାଜସ୍ଥାନ ବୋଲିଂ ଲାଇନ୍ ଗତ ଦୁଇଟି ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ତେଣୁ ଏହି ମ୍ୟାଚରେ ଦଳ ତା'ର ବୋଲିଂରେ ସୁଧାର ଆଣିବାକୁ ପ୍ରୟାସ କରିବ।

ସୂଚନାଯୋଗ୍ୟ, ରାଜସ୍ଥାନ ରୟାଲ୍ସ ତା'ର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗସକୁ ହରାଇଥିବା ବେଳେ ପରବର୍ତ୍ତୀ ମୁକାବିଲାରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବକୁ ପରାସ୍ତ କରିଥିଲା। ତେବେ ଏହି ଦୁଇଟି ଯାକ ମ୍ୟାଚ୍ ହାଇସ୍କୋରିଂ ଥିଲା, ଯେଉଁଥିରେ ରାଜସ୍ଥାନ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲା। ଅନ୍ୟପକ୍ଷରେ କେକେଆର ତା'ର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ହାରିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିଜୟ ହାସଲ କରିଥିଲା।

Advertisment
Advertisment
Advertisment