/odishatv-khabar/media/post_attachments/uploadimage/library/16_9/16_9_0/rahul_1625300298.jpg)
rahul
ଦୁବାଇ: ଲଗାତର ଦୁଇଟି କ୍ୟାଚ୍ ଛାଡ଼ିବା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ମହଙ୍ଗା ପଡ଼ିଛି। ଏହାର ଫାଇଦା ଉଠାଇ କିଙ୍ଗସ୍ ଇଲେଭେନ୍ ପଞ୍ଜାବ କ୍ୟାପଟେନ୍ ଲୋକେଶ ରାହୁଲ୍ ଚଳିତ ଆଇପିଏଲର ପ୍ରଥମ ଶତକ ମାରିଛନ୍ତି। ତାଙ୍କର ବିସ୍ଫୋରକ ଶତକୀୟ ଇନିଂସ୍ ବଳରେ ପଞ୍ଜାବ ଆରସିବି ବିପକ୍ଷ ମ୍ୟାଚରେ ୩ ୱିକେଟ୍ ହରାଇ ୨୦୬ ରନ୍ କରିଛି। ରାହୁଲ୍ ମାତ୍ର ୬୯ ବଲରେ ୧୪ ଚୌକା ଓ ୭ ଛକା ସହ ୧୩୨* ରନର ମାରାଥନ୍ ଇନିଂସ୍ ଖେଳିଛନ୍ତି।
ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ଷଷ୍ଠ ମ୍ୟାଚରେ ଆରସିବି କ୍ୟାପଟେନ୍ କୋହଲି ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ପଞ୍ଜାବକୁ ଭଲ ଷ୍ଟାର୍ଟ ଦେଇଥିଲେ ଓପ୍ନର ରାହୁଲ୍ ଓ ଇନଫର୍ମ ମୟଙ୍କ ଅଗ୍ରୱାଲ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୫୭ ରନ୍ ଯୋଡ଼ିଥିବା ବେଳେ ମୟଙ୍କ (୨୬)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ୟୁଜବେନ୍ଦ୍ର ଚହଲ୍। ଏହା ପରେ ରାହୁଲଙ୍କୁ ସାଥ୍ ଦେଇଥିଲେ ୱେଷ୍ଟଇଣ୍ଡିଜର ନିକୋଲସ୍ ପୁରନ୍।
ପୁରନ୍ ୧୭ ରନ୍ କରି ଆଉଟ୍ ହୋଇଥିବା ବେଳେ ରାହୁଲ୍ ଗୋଟିଏ ପଟେ ନିଜର ଚିରାଚରିତ ଢଙ୍ଗରେ ବ୍ୟାଟିଂ ଜାରି ରଖିଥିଲେ। ରାହୁଲଙ୍କୁ ଅନ୍ତିମ ତିନି ଓଭରରେ ଦୁଇଟି ବଡ଼ ଜୀବନଦାନ ମିଳିଥିଲା। ଉଭୟ ଜୀବନଦାନ ଦେଇଥିଲେ ବିରାଟ୍ କୋହଲି। ଏହାର ଫାଇଦା ଉଠାଇ ରାହୁଲ୍ ରନ୍ ବର୍ଷା କରିଥିଲେ। ପଞ୍ଜାବ ମଧ୍ୟ ଶେଷ ୨ ଓଭରରେ ୪୯ ରନ୍ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ କରୁନ୍ ନାୟର ୧୫ ରନ୍ କରି ନଟଆଉଟ୍ ଥିବା ବେଳେ ଗ୍ଲେନ୍ ମ୍ୟାକ୍ସୱେଲ୍ ୫ ରନ୍ କରି ଆଉଟ୍ ହୋଇଥିଲେ। ଆରସିବି ପକ୍ଷରୁ ଶିବମ ଦୁବେ ୨ଟି ଓ ଚହଲ୍ ଗୋଟିଏ ୱିକେଟ୍ ନେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)