Advertisment

'ପ୍ରଧାନମନ୍ତ୍ରୀ ମୋଦି ଚାହିଁଲେ ଧୋନି କମବ୍ୟାକ୍ କରିବେ'

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ସନ୍ନ୍ୟାସ ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। ଆଇସିସିର ତିନୋଟି ଟ୍ରଫି ଉପରେ କବଜା କରିଥିବା ଦୁନିଆର ଏକମାତ୍ର କ୍ୟାପଟେନ୍ ଧୋନିଙ୍କର ସନ୍ନ୍ୟାସକୁ ନେଇ ଏବେ ସମସ୍ତେ ଚର୍ଚ୍ଚା କରୁଛନ୍ତି। ଏପରିକି ଧୋନିଙ୍କୁ ବିଦାୟୀ ମ୍ୟାଚ୍ ମିଳିବା ଦରକାର ବୋଲି ଅନେକେ ପ୍ରସ୍ତାବ ଦେଇଛନ୍ତି। ଏବେ ଏହିକ୍ରମରେ ସାମିଲ୍ ହୋଇଛନ୍ତି ପାକିସ୍ତାନର ପୂର୍ବତନ ଷ୍ଟାର୍ ପେସ୍ ବୋଲର […]

author-image
Ranjeet Kumar Jena
'ପ୍ରଧାନମନ୍ତ୍ରୀ ମୋଦି ଚାହିଁଲେ ଧୋନି କମବ୍ୟାକ୍ କରିବେ'

ms-dhoni

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ସନ୍ନ୍ୟାସ ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। ଆଇସିସିର ତିନୋଟି ଟ୍ରଫି ଉପରେ କବଜା କରିଥିବା ଦୁନିଆର ଏକମାତ୍ର କ୍ୟାପଟେନ୍ ଧୋନିଙ୍କର ସନ୍ନ୍ୟାସକୁ ନେଇ ଏବେ ସମସ୍ତେ ଚର୍ଚ୍ଚା କରୁଛନ୍ତି। ଏପରିକି ଧୋନିଙ୍କୁ ବିଦାୟୀ ମ୍ୟାଚ୍ ମିଳିବା ଦରକାର ବୋଲି ଅନେକେ ପ୍ରସ୍ତାବ ଦେଇଛନ୍ତି। ଏବେ ଏହିକ୍ରମରେ ସାମିଲ୍ ହୋଇଛନ୍ତି ପାକିସ୍ତାନର ପୂର୍ବତନ ଷ୍ଟାର୍ ପେସ୍ ବୋଲର ଶୋଏବ ଅଖତର୍। ଅଖତର କହିଛନ୍ତି, ଯଦି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହିଁବେ, ତାହେଲ ଆସନ୍ତାବର୍ଷ ଭାରତରେ ହେବାକୁଥିବା ଟି-୨୦ ୱାର୍ଲ୍ଡ କପରେ ଧୋନି ଖେଳିପାରିବେ।

Advertisment

ଏକ ୟୁଟ୍ୟୁବ ଚ୍ୟାନେଲରେ ଧୋନିଙ୍କ ସନ୍ନ୍ୟାସକୁ ନେଇ ଅଖତର ଏହି କଥା କହିଛନ୍ତି। ଅଖତର କହିଛନ୍ତି, ଧୋନି ଜଣେ ମହାନ୍ ଖେଳାଳି। ସାରା ଦୁନିଆରେ ତାଙ୍କର ଅଗଣିତ ପ୍ରଶଂସକ ଅଛନ୍ତି। ମୋ ମତରେ ଧୋନି ଆହୁରି ଦୁଇ ବର୍ଷ ଆଇପିଏଲ୍ ଖେଳିପାରିବେ। ଏଥିପାଇଁ ତାଙ୍କୁ ଶୁଭେଚ୍ଛା ମିଳିବା ଦରକାର। ନିଜର ବାକି କ୍ରିକେଟ୍ ଜୀବନରେ ଧୋନି ନିଜ ଆଇପିଏଲ୍ ଟିମକୁ ଚାମ୍ପିୟନ୍ କରାଇବାକୁ ଚାହୁଁଥିବେ। ଯଦି ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୧ ଟି-୨୦ ୱାର୍ଲ୍ଡ କପ୍ ଖେଳିବା ପାଇଁ ଧୋନିକୁ ନିବେଦନ କରିବେ, ତାହେଲେ ଧୋନି ହୁଏତ କମବ୍ୟାକ୍ କରିପାରନ୍ତି। ଆମ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସହ ଏଭଳି ହୋଇଥିଲା। ତାଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜିଆ ଉଲ୍ ହକ୍ ୱାର୍ଲ୍ଡ କପ୍ ଖେଳିବାକୁ ଡାକରା ଦେଇଥିଲେ।

ଅଖତର ଆହୁରି କହିଛନ୍ତି, ପୂରା ଭାରତ ଚାହେଁ ଧୋନି ନିଶ୍ଚିତ ବିଦାୟୀ ମ୍ୟାଚ୍ ମିଳୁ। ଯଦି ଏଭଳି କିଛି ହୁଏ, ତାହେଲେ ପ୍ରଶଂସକ ନିଶ୍ଚୟ ଖୁସି ହେବେ। ଯଦି ଧୋନି ନିଜେ ଏହା ଚାହୁଁନଥିବେ, ତାହେଲେ ଏହା ତାଙ୍କର ବ୍ୟକ୍ତିଗତ ପସନ୍ଦ ହେବ। କିନ୍ତୁ ମୋର ଏତିକି ବିଶ୍ବାସ ଯେ ଧୋନିଙ୍କର ଫେୟାରୱେଲ୍ ମ୍ୟାଚରେ ପୂରା ଷ୍ଟାଡିୟମ ହାଉସଫୁଲ୍ ହେବ।

Advertisment

ସୂଚନାଯୋଗ୍ୟ, ଧୋନି ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଗତବର୍ଷ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ୱାର୍ଲ୍ଡ କପ୍ ସେମିଫାଇନାଲରେ ଖେଳିଥିଲେ। ଉକ୍ତ ମ୍ୟାଚରେ ଭାରତ ଏକ ରୋମାଞ୍ଚକର ମ୍ୟାଚରେ ପରାସ୍ତ ହୋଇ ଫାଇନାଲ୍ ଟିକେଟରୁ ବଞ୍ଚିତ ହୋଇଥିଲା। ଏହାପରଠାରୁ ଧୋନି ପ୍ରାୟ ବର୍ଷକରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ଯାଇଥିଲେ। ଏବେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଧୋନି ଆଇପିଏଲ୍ ଉପରେ ଫୋକସ୍ କରିବେ।

Advertisment
Advertisment