Advertisment

ବିରାଟ୍‌ କୋହଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶ୍ନ, 'ଏତେ ଫିଟ୍ କେମିତି ରହୁଛ'

ନୂଆଦିଲ୍ଲୀ: ଫିଟ୍ ଇଣ୍ଡିଆ ଡାଇଲଗ ଜରିଆରେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ମୋଦି କୋହଲିଙ୍କୁ ଫିଟେନସ୍ ଓ ତାଙ୍କର ନିୟମିତ ରୁଟିନକୁ ନେଇ କଥା ହୋଇଛନ୍ତି। ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା, ଯେଉଁଥିରେ କୋହଲି ଦୁବାଇରୁ ଯୋଗ ଦେଇଥିଲେ। ଏହି ଅବସରରେ ପିଏମ୍ ମୋଦି ଫିଟନେସ୍ ରୁଟିନ୍ ସମ୍ବନ୍ଧରେ ପଚାରିଥିଲେ। ଜବାବରେ ବିରାଟ୍‌ କହିଲେ, ମୋତେ ଏକ ବଡ଼ […]

author-image
Ranjeet Kumar Jena
ବିରାଟ୍‌ କୋହଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶ୍ନ, 'ଏତେ ଫିଟ୍ କେମିତି ରହୁଛ'

modi-and-kohli

ନୂଆଦିଲ୍ଲୀ: ଫିଟ୍ ଇଣ୍ଡିଆ ଡାଇଲଗ ଜରିଆରେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ମୋଦି କୋହଲିଙ୍କୁ ଫିଟେନସ୍ ଓ ତାଙ୍କର ନିୟମିତ ରୁଟିନକୁ ନେଇ କଥା ହୋଇଛନ୍ତି। ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା, ଯେଉଁଥିରେ କୋହଲି ଦୁବାଇରୁ ଯୋଗ ଦେଇଥିଲେ।

Advertisment

ଏହି ଅବସରରେ ପିଏମ୍ ମୋଦି ଫିଟନେସ୍ ରୁଟିନ୍ ସମ୍ବନ୍ଧରେ ପଚାରିଥିଲେ। ଜବାବରେ ବିରାଟ୍‌ କହିଲେ, ମୋତେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯେଉଁ ପୀଢିରେ ଆମେ ଖେଳିବା ଆରମ୍ଭ କଲୁ, ସେବେଠାରୁ ଫିଟନେସକୁ ନେଇ ଅନେକ ପରିବର୍ତ୍ତନ ଘଟିଛି। ଆମେ ନିଜେ ଅନୁଭୂତ କରିବା ଦରକାର ଯେ ଆମ ଜୀବନରେ କ'ଣ ପରିବର୍ତ୍ତନ ଦରକାର। ଏବେ ଫିଟନେସ୍ ରହିବା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହଁ ଫିଟନେସ୍ ସେସନ ମିସ୍ କରିବା ସେତିକି ଦୁର୍ଭାଗ୍ୟପୂର୍ଣ୍ଣ।

fit india dialogue: pm narendra modi asked virat kohli questions on yo yo  test delhi chhole bhature and fitness routine - नरेंद्र मोदी ने कोहली से ली  यो यो टेस्ट की जानकारी,

ପିଏମ୍ ମୋଦି ହସିକି ବିରାଟଙ୍କୁ ପଚାରିଥିଲେ ଯେ ଦିଲ୍ଲୀର ଛୋଲେ ଭତୁରେ ନ ଖାଇବା ନିଶ୍ଚିତ ଭାବେ କଷ୍ଟ ଦେଉଥିବ। ଜବାବରେ ବିରାଟ୍‌ କହିଲେ, ମୁଁ ନିଜେ ମୋ ଜେଜେମା'ଙ୍କୁ ଦେଖିଛି, ଯିଏ ଘରେ ଖାଦ୍ୟ ପ୍ରସ୍ତୁତ କରି ଖାଉଥିଲେ ଏବଂ ସୁସ୍ଥ ମଧ୍ୟ ରହୁଥିଲେ। ଏଥିପାଇଁ ପ୍ରଥମେ ମୁଁ ଯେତେବେଳେ ପ୍ରାକ୍ଟିସ୍ କରୁଥିଲି, ବାହାର ଖାଦ୍ୟ ଖାଉଥିଲି। ଏବେ କିନ୍ତୁ ସବୁକିଛି ବଦଳି ଯାଇଛି। ମୋତେ ଲାଗିଲା ଯେ ଫିଟନେସକୁ ନେଇ କାମ କରିବାକୁ ପଡ଼ିବ, କାରଣ ଆପଣ ଯଦି ଫିଟ୍ ନରହିବେ, ତାହେଲେ ଅନେକ କାମ କରିପାରିବେ ନାହିଁ।

Advertisment

ପିଏମ୍ ମୋଦି ବିରାଟଙ୍କ 'ୟୋ ୟୋ' ଟେଷ୍ଟ ସମ୍ବନ୍ଧରେ ପଚାରିଥିଲେ। କୋହଲି କହିଲେ, 'ଏହା ଏକ ଫିଟନେସ୍ ଲେଭଲ ଟେଷ୍ଟ ହୋଇଥାଏ। ମୁଁ ହିଁ ଏଥିରେ ସର୍ବପ୍ରଥମେ ଭାଗ ନିଏ। ଯଦି ମୁଁ ସେହି ଟେଷ୍ଟରେ ଫେଲ୍ ହୋଇଗଲି, ତାହେଲେ ଟିମରୁ ବାହାର ହୋଇଯିବି। ଜଣେ ଟେଷ୍ଟ ବୋଲରଙ୍କ ପାଇଁ ଫିଟ୍ ରହିବା ନିହାତି ଦରକାର। ପ୍ରଥମେ ଆମର ଫିଟନେସ୍ ଭଲ ନଥିଲା, କିନ୍ତୁ ଆଜିର ଦିନରେ ଆମ ଟିମ୍ ଯଥେଷ୍ଟ ଫିଟ୍ ଅଛି।' ପିଏମ୍ ମୋଦି ମଧ୍ୟ ବିରାଟ୍‌ ଓ ଅନୁଷ୍କାଙ୍କୁ ସେମାନଙ୍କ ଘରକୁ ଆସିବାକୁ ଥିବା ନୂଆ ଅତିଥିଙ୍କ ପାଇଁ ଶୁଭକାମନା ଦେଇଥିଲେ।

Virat Kohli, Anushka Sharma expecting first child - EasternEye

ପିଏମ୍ ମୋଦି ବିରାଟ କୋହଲିଙ୍କ ବ୍ୟତୀତ ପାରା ଅଲିମ୍ପିଆନ୍ ଦେବେନ୍ଦ୍ର ଝାଝାରିଆ, ଜମ୍ମୁ କାଶ୍ମୀରର ମହିଳା ଫୁଟବଲ ଖେଳାଳି ଆଫଶା ଆଶିକ, ମଡେଲ ତଥା ଅଭିନେତା ମିଲିନ୍ଦ ସୋମନ, ନ୍ୟୁଟ୍ରିସିୟନ୍ ବିଶେଷଜ୍ଞ ରୁତୁରାଜ୍ ଦିୱାକର୍, ଯୋଗ ଗୁରୁ ସ୍ୱାମୀ ସ୍ୱିଧାନୟମ୍ ସରସ୍ୱତୀଙ୍କ ସମେତ କ୍ରୀଡ଼ା ଓ ଫିଟନେସ୍ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ। ସମସ୍ତେ ଫିଟନେସକୁ ନେଇ ସେମାନଙ୍କ ଅନୁଭୂତି ପ୍ରଧାନମନ୍ତ୍ରୀଙ୍କ ସହ ବାଣ୍ଟିଥିଲେ।

Advertisment
Advertisment