Advertisment

ଧୋନିଙ୍କ ପରେ ରାଇନାଙ୍କୁ ବି ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦିନକ ତଳେ ମହେନ୍ଦ୍ର ସିଂହ ଧୋନିଙ୍କୁ ଚିଠି ଲେଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତର ପୂର୍ବତନ ଅଲରାଉଣ୍ଡର ତଥା ଜବରଦସ୍ତ ଫିଲ୍ଡର ସୁରେଶ ରାଇନାଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ରାଇନା ମଧ୍ୟ ଅଗଷ୍ଟ ୧୫ ତାରିଖରେ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇନାଙ୍କୁ ଚିଠି ଲେଖି ଭାରତୀୟ କ୍ରିକେଟ୍‌ ପ୍ରତି ତାଙ୍କର ଯୋଗଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ମୋଦି ରାଇନାଙ୍କୁ ଜଣେ ଚମତ୍କାର ଫିଲ୍ଡର ମଧ୍ୟ କହିଛନ୍ତି। ଚିଠିରେ […]

author-image
Ranjeet Kumar Jena
ଧୋନିଙ୍କ ପରେ ରାଇନାଙ୍କୁ ବି ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

raina

ନୂଆଦିଲ୍ଲୀ: ଦିନକ ତଳେ ମହେନ୍ଦ୍ର ସିଂହ ଧୋନିଙ୍କୁ ଚିଠି ଲେଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତର ପୂର୍ବତନ ଅଲରାଉଣ୍ଡର ତଥା ଜବରଦସ୍ତ ଫିଲ୍ଡର ସୁରେଶ ରାଇନାଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ରାଇନା ମଧ୍ୟ ଅଗଷ୍ଟ ୧୫ ତାରିଖରେ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇନାଙ୍କୁ ଚିଠି ଲେଖି ଭାରତୀୟ କ୍ରିକେଟ୍‌ ପ୍ରତି ତାଙ୍କର ଯୋଗଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ମୋଦି ରାଇନାଙ୍କୁ ଜଣେ ଚମତ୍କାର ଫିଲ୍ଡର ମଧ୍ୟ କହିଛନ୍ତି। ଚିଠିରେ ପ୍ରଧାନମନ୍ତ୍ରୀ ମୋଦି ରାଇନାଙ୍କ ନୂଆ ଇନିଂସ୍ ପାଇଁ ଶୁଭକାମନା ଜଣାଇଛନ୍ତି।

Advertisment

publive-image

ମୋଦିଙ୍କ ଚିଠି: ପ୍ରିୟ ସୁରେଶ, ଅଗଷ୍ଟ ୧୫ ଦିନ ଆପଣ ନିଜ ଜୀବନର ସବୁଠାରୁ କଷ୍ଟସାଧ୍ୟ ନିଷ୍ପତ୍ତି ନେଇଥିଲେ। ମୁଁ ଆପଣଙ୍କ ପାଇଁ ରିଟାୟରମେଣ୍ଟ ଶବ୍ଦର ବ୍ୟବହାର କରିପାରିବି ନାହିଁ, କାରଣ ଆପଣ ଜଣେ ଯୁବ ଏବଂ ଉତ୍ସାହୀ କ୍ରିକେଟର୍। କ୍ରିକେଟ୍‌ ଫିଲ୍ଡରେ ଅନେକ ଫଳପ୍ରଦ ଇନିଂସ୍ ପରେ ଆପଣ ଆଉ ଏକ ନୂଆ ଇନିଂସ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆପଣ ସର୍ବଦା କ୍ରିକେଟକୁ ନେଇ ବଞ୍ଚିଛନ୍ତି। ମୁରାଦନଗରରେ ଆପଣଙ୍କ ଯାତ୍ରା ବହୁତ ଭଲଦି ହୋଇଯାଇଥିଲା ଏବଂ ଆପଣ ଏହି ସ୍ୱପ୍ନକୁ ନେଇ ଲକ୍ଷ୍ନୌ ପହଞ୍ଚିଥିଲେ। ସେବେଠାରୁ ଆପଣଙ୍କର କ୍ରିକେଟ୍ ଯାତ୍ରା ସମୃଦ୍ଧଶାଳୀ ରହିଆସିଛି। ଆପଣ ତିନୋଟି ଯାକ ଫର୍ମାଟରେ ଦେଶର ପ୍ରତିନିଧିତ୍ୱ କରିଛନ୍ତି।

publive-image

ଆପଣଙ୍କୁ କେବଳ ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ନୁହେଁ ବୋଲର ଭାବେ ମଧ୍ୟ ମନେ ରଖାଯିବ, ଯିଏ ସର୍ବଦା ଟିମର ଆବଶ୍ୟକତା ମୁତାବକ କ୍ୟାପଟେନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି। ଆପଣଙ୍କ ଫିଲ୍ଡିଂ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଥାଏ। ଅନ୍ତର୍ଜାତୀୟ କ୍ରିକେଟରେ ଆପଣ ଅନେକ ଚମତ୍କାର କ୍ୟାଚ୍ ନିଜ ନାଁରେ କରିଛନ୍ତି। ଆପଣ ନିଜ ଫିଲ୍ଡିଂ ଦ୍ୱାରା ଅନେକ ରନ୍ ବଞ୍ଚାଇଛନ୍ତି, ଯାହାକୁ ଗଣିବା ପାଇଁ ବହୁତ ଦିନ ଲାଗିଯିବ।

Advertisment

୨୦୧୧ ୱାର୍ଲ୍ଡକପ୍ ବେଳେ ଆପଣଙ୍କ ପ୍ରଦର୍ଶନକୁ ଦେଶ କେବେବି ଭୁଲିବ ନାହିଁ। ମୁଁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଆପଣଙ୍କ ଖେଳକୁ ଲାଇଭ୍ ଦେଖିଥିଲି। ସେତେବେଳେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ କ୍ୱାର୍ଟରଫାଇନାଲ୍‌ ମ୍ୟାଚ୍ ଖେଳୁଥିଲା। ଭାରତ ବିଜୟରେ ଆପଣଙ୍କ ଇନିଂସର ପ୍ରମୁଖ ଭୂମିକା ଥିଲା। ମୁଁ ଦୃଢ଼ତାର ସହ କହିବି ଯେ ପ୍ରଶଂସକ ଆପଣଙ୍କ କଭର୍ ଡ୍ରାଇଭ୍ ଶଟକୁ ନିଶ୍ଚୟ ମିସ୍ କରିବେ। ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି ଯେ ସେହି ମ୍ୟାଚକୁ ଲାଇଭ୍ ଦେଖିଥିଲି।

https://twitter.com/ImRaina/status/1296651450974498817?s=20

ଜଣେ ଖେଳାଳିଙ୍କୁ କେବଳ ମଇଦାନରେ ତାଙ୍କ ପ୍ରଦର୍ଶନ ପାଇଁ ମନେ ରଖାଯିବ ନାହିଁ, ବରଂ ଗ୍ରାଉଣ୍ଡ ବାହାରର ବ୍ୟବହାର ପାଇଁ ପ୍ରଶଂସା କରାଯାଇଥାଏ। ଆପଣଙ୍କ ପାଇଁ ଲଢ଼େଇ କରିବାର ଯେଉଁ ମନୋବଳ ଅଛି, ତାହା ଯୁବପିଢ଼ିକୁ ପ୍ରେରିତ କରିବ। କ୍ୟାରିୟରରେ ଆପଣ ଅନେକ ସମୟରେ ଆହତ ହୋଇଛନ୍ତି, ଯାହା ଆପଣଙ୍କୁ ବହୁତ ନିରାଶ କରିଥିଲା, କିନ୍ତୁ ଆପଣ ନିଜର ଦୃଢ଼ ମନୋବଳ ଯୋଗୁ ଏସବୁ ଚ୍ୟାଲେଞ୍ଜକୁ ଅତିକ୍ରମ କରିଛନ୍ତି।

publive-image

ଆପଣଙ୍କୁ ଆପଣଙ୍କ ଟିମ୍ ସ୍ପିରିଟ୍ ପାଇଁ ସର୍ବଦା ମନେ ରଖାଯିବ। ଖେଳିବା ସହ ଆପଣ ଅନେକ ସାମାଜିକ କାର୍ଯ୍ୟରେ ଜଡ଼ିତ ହୋଇଛନ୍ତି। ଆପଣ ମହିଳା ସଶକ୍ତିକରଣ, ସ୍ୱଚ୍ଛ ଭାରତ ଅଭିଯାନକୁ ସମର୍ଥନ କରିଛନ୍ତି ଏବଂ ଆବଶ୍ୟକ ଲୋକଙ୍କୁ ସହାୟତା ମଧ୍ୟ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ରାଇନାଙ୍କୁ ତାଙ୍କ ପତ୍ନୀ ପ୍ରିୟଙ୍କା, ଦୁଇ ଝିଅ ଗ୍ରାସିଆ ଓ ରିଓ ସହ ଅଧିକ ସମୟ ବିତାଇବା ସହ ତାଙ୍କର ଭବିଷ୍ୟତ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

publive-image

ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଚିଠି ପାଇ ରାଇନା ବହୁତ ଖୁସି ହୋଇଛନ୍ତି। ରାଇନା ନିଜର ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଲେଖାଯାଇଥିବା ଚିଠିର ପ୍ରତିକ୍ରିୟା ଦେଇଛନ୍ତି। ରାଇନା କହିଛନ୍ତି, ଯେତେବେଳେ ଆମେ ଖେଳୁ, ସେତେବେଳେ ଆମେ ନିଜର ରକ୍ତ ଓ ଝାଳ ନିଗାଡ଼ୁ। ପ୍ରଶଂସକଙ୍କ ଭଲପାଇବାଠାରୁ ଆଉ ବଡ଼ କିଛି ନାହିଁ। ହେଲେ ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ପ୍ରଶଂସା ମିଳେ, ତାହା ବହୁତ ଖାସ ହୋଇଯାଏ। ଆପଣଙ୍କ ଶବ୍ଦ ଏବଂ ଶୁଭକାମନା ପାଇଁ ଧନ୍ୟବାଦ ନରେନ୍ଦ୍ର ମୋଦି ଜୀ। ଜୟ ହିନ୍ଦ।

Advertisment
Advertisment